• ଆଜିଠାରୁ ଭୁବନେଶ୍ୱର ବିମାନବନ୍ଦରରେ ଚେକିଂ ଆରମ୍ଭ
  • ଯାତ୍ରୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତା ମୂଳକ
  • ରେଳ ଷ୍ଟେସନରେ ମଧ୍ୟ କଡ଼ାକଡ଼ି ଚେକିଂ ହେଉଛି
  • ରିପୋର୍ଟ ଆଣି ନ ଥିଲେ ୭ ଦିନ ହୋମ୍ କ୍ୱାରେନଣ୍ଟାଇନ୍
  • କୌଣସି ଯାତ୍ରୀଙ୍କ ଲକ୍ଷଣ ଦେଖାଦେଲେ ଟେଷ୍ଟ ପାଇଁ ବ୍ୟବସ୍ଥା
  • ବିଏମସି ପକ୍ଷରୁ ମାର୍କେଟ ମାନଙ୍କରେ ଚେକିଂ ଜୋରଦାର
  • ଉତ୍କଳ ବିଶ୍ୱବିଦ୍ୟାଳୟର ୪ଜଣ କୋରୋନା ପଜିଟିଭ୍ ଚିହ୍ନଟ
  • ୪ଜଣ କୋରୋନା ସଂକ୍ରମିତଙ୍କ କଣ୍ଟାକଟ୍ରେସିଂ ଚାଲିଛି
  • ବିଏମସି ପକ୍ଷରୁ ଦେୟଯୁକ୍ତ ସଂଗରୋଧ ଆରମ୍ଭ
  • ବାତାନୁକୂଳ ଓ ସାଧାରଣ ବର୍ଗରେ ଲୋକଙ୍କୁ ସେବା ଉପଲବ୍ଧ

ଖଣି ଅଞ୍ଚଳରେ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ

ଦୂଷଣକୁ ତ ରୋକିହେବ ନାହିଁ, ହେଲେ କିପରି କମାଯାଇପାରିବ ତା ଉପରେ ଧ୍ୟାନ ଦିଆଯିବା ଦରକାର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ।

ଖଣି ଅଞ୍ଚଳରେ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଯଯାତି ମହାନ୍ତି, ଭୁବନେଶ୍ୱର: ସମସ୍ତଙ୍କୁ ପରିବେଶ ଚିନ୍ତା । ଖଣି ଯୋଗୁଁ ଯେତିକି ପ୍ରଦୂଷଣ ହେଉଛି, ସେହି ପରିମାଣରେ କ୍ଷତ ଭରଣା ହେଉନାହିଁ । ଓଡ଼଼ିଶାରେ ଦେଶର ପ୍ରାୟ ୯୭ ପ୍ରତିଶତ ବକ୍ସାଇଟ୍ ଏବଂ ୨୫ ପ୍ରତିଶତ ଉନ୍ନତ ମାନର ଲୁହାପଥର ଥିବାରୁ ରାଜ୍ୟ ଉପରେ ଦେଶର ସବୁ ବଡ଼ ବଡ଼ କମ୍ପାନୀର ନଜର । ଟନ୍ ଟନ୍ ଖଣି ଉତ୍ତୋଳନ ହେଉଛି । କୋଟି କୋଟି ଟଙ୍କା ରାଜସ୍ୱ ଆସୁଛି ।  ହେଲେ ଖଣି ଅଞ୍ଚଳରେ ରହୁଥିବା ଲୋକ ଏବଂ ସେଠାର ପରିବେଶରେ ବିଶେଷ କିଛି ସୁଧାର ଆସୁନାହିଁ । ଖଣି ଉପରେ ନିର୍ଭର କରୁଥିବା ସମସ୍ତ ପକ୍ଷର ଯୁକ୍ତି ଶୁଣି ଖଣି କାର୍ଯ୍ୟକୁ ନିରନ୍ତର ଆଗେଇ ନେବାକୁ ହେଲେ ପରିବେଶ ଉପରେ ନଜର ଦେବାକୁ ପଡ଼ିବ ବୋଲି ଓଡ଼ିଶା ପରିବେଶ କଂଗ୍ରେସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ।

ଓଡ଼ିଶାର ଲୁହାପଥର ହେଉ କି ବକ୍ସାଇଟ୍, ମାଙ୍ଗାନିଜ ହେଉ କ୍ରୋମାଇଟ୍, ଦେଶର ସୁବଠାରୁ ଉତ୍ତମ ମାନର । ଏଠାକାର ଖଣି ଉପରେ ଦେଶ ବିଦେଶର କମ୍ପାନୀଗୁଡିକର ନଜର । ରାଜ୍ୟରେ ଖଣି ବି ଖୋଳା ଚାଲିଛି ଦୀର୍ଘ ୬୦/ ୭୦ ବର୍ଷ ହେଲାଣି । ହେଲେ ଏଇ କିଛି ବର୍ଷ ହେବ ଜୋରଦାର୍ ହେଉଛି ଖଣି ଉତ୍ପାଦନ ଏବଂ ତା ସାଙ୍ଗରେ ବଢିଚାଲିଛି ପରିବେଶ ପ୍ରଦୂଷଣ । ଏହାକୁ ରୋକିବାକୁ ସମସ୍ତେ କେବଳ କଥା କହି ନୁହେଁ, ବାସ୍ତବବାଦୀ ହୋଇ କାମ କରିବାକୁ ପଡ଼ିବ । ପ୍ରଦୂଷଣ କମାଇବାକୁ ଯାହା ଯାହା ପଦକ୍ଷେପ ନେବା କଥା, ତାହା ତୁରନ୍ତ ନେବାକୁ ପଡ଼ିବ । ବ୍ୟାପକ ବନୀକରଣ ହେଉ କି ଛୋଟ ଛୋଟ କାରଖାନା ବସାଇ ଖଣିଜ ଦ୍ରବ୍ୟକୁ ଫିଲଟରିଂ କରିବା ହେଉ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା କରିବା ହେଉ ସରକାରଙ୍କ ମାନସିକତାରେ ପରିବର୍ତ୍ତନ ହେଉ, ପ୍ରଦୂଷଣକୁ ତ ରୋକିହେବ ନାହିଁ, ହେଲେ କିପରି କମାଯାଇପାରିବ ତା ଉପରେ ଧ୍ୟାନ ଦିଆଯିବା ଦରକାର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ।

୨୦୩୦ ସୁଦ୍ଧା ୩ଶହ ମିଲିଅନ୍ ଟନ୍ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ଏଥିରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦେଶର ମୋଟ ଜଙ୍ଗଲର ୭ ପ୍ରତିଶତ ଏବଂ ଭୂତଳ ଜଳର ୧୧ ପ୍ରତିଶତ ଓଡ଼ିଶାରେ ରହିଛି । ହେଲେ ଏହାର ସଠିକ୍ ଉପଯୋଗ ହୋଇ ନ ପାରିବାରୁ ପରିବେଶ ସନ୍ତୁଳିତ ହୋଇପାରୁନାହିଁ । ମାର୍ଚ୍ଚ ୨୦୨୦ ପରେ ଅଧିକ ଖଣି ଖୋଳିଲେ ବର୍ଷକୁ ପ୍ରାୟ ୧୨ହଜାର କୋଟି ଟଙ୍କା ରାଜକୋଷକୁ ଆସିବ । ଏହି ରାଜସ୍ୱରୁ ପରିବେଶ ସୁରକ୍ଷା କଥା ବି ଚିନ୍ତା ହେବା ଦରକାର । କେବଳ ସରକାର ନୁହଁନ୍ତି, ଲୋକେ ବି ସଚେତନ ହେବା ଦରକାର । ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ୩ ଦିନିଆ ଓଡ଼ିଶା ପରିବେଶ କଂଗ୍ରେସରେ ଯୋଗ ଦେଇ ବିଶିଷ୍ଟ ବକ୍ତାମାନେ ଏପରି ମତ ରଖିଛନ୍ତି ।

୩ଦିନ ଧରି ଚାଲିବାକୁ ଥିବା ପରିବେଶ କଂଗ୍ରେସରେ ଗ୍ରୀନ ମାଇନିଙ୍ଗ, ସେଫ୍ଟି ମାଇନିଙ୍ଗ, ସଷ୍ଟେନବେଲ୍ ମାଇନିଙ୍ଗ ପ୍ରସଙ୍ଗ ଉପରେ ବିଭିନ୍ନ ଖଣି କମ୍ପାନୀର ପ୍ରତିନିଧି, ବୁଦ୍ଧିଜିବୀ, ସରକାରୀ ଅଧିକାରୀ ପ୍ରମୁଖ ଯୋଗଦେବେ ।

ଆହୁରି ପଢନ୍ତୁ; ଆସନ୍ତା ୨୭ରୁ ବିଜେଡିର ସାଂଗଠନିକ ନିର୍ବାଚନ