ଜଙ୍ଗଲ ଜମିକୁ ହଡ଼ପ କରୁଛନ୍ତି ସରକାର, ଅଞ୍ଚଳବାସୀଙ୍କ ବିରୋଧ
Advertisement
Article Detail0/zeeodisha/odisha841041

ଜଙ୍ଗଲ ଜମିକୁ ହଡ଼ପ କରୁଛନ୍ତି ସରକାର, ଅଞ୍ଚଳବାସୀଙ୍କ ବିରୋଧ

କମଳାନାଳୀ ଗ୍ରାମର ସଂରକ୍ଷିତ ଜଙ୍ଗଲରେ ଜମିପଟ୍ଟା ପ୍ରଦାନକୁ କେନ୍ଦ୍ର କରି ଗ୍ରାମବାସୀ ଓ ତହସିଲ କାର୍ଯ୍ୟାଳୟ ମଧ୍ୟରେ ବର୍ତ୍ତମାନ ମୁହାଁମୁହିଁ ପରିସ୍ଥିତି ସୄଷ୍ଟି ହୋଇଛନ୍ତି।

ଜଙ୍ଗଲ ଜମିକୁ ହଡ଼ପ କରୁଛନ୍ତି ସରକାର, ଅଞ୍ଚଳବାସୀଙ୍କ ବିରୋଧ

ଅଜୟ ନାଥ, ସମ୍ବଲପୁର: ନାକଟିଦେଉଳ ଅଞ୍ଚଳରେ ଲୋକଙ୍କ ବ୍ୟବହାରରେ ଆସୁଥିବା ଜଙ୍ଗଲ ଜମିକୁ ବାହାର ଲୋକଙ୍କୁ ପଟ୍ଟା ଦେବାକୁ ନେଇ ଅଞ୍ଚଳବାସୀଙ୍କ ବିରୋଧ। ନାକଟିଦେଉଳ ଅଞ୍ଚଳ ବାହାର ଲୋକଙ୍କୁ ଦିଆଯାଇଥିବା ଜମି ପଟ୍ଟା ଯଦି ପ୍ରଶାସନ ତୁରନ୍ତ ରଦ୍ଦ ନକରେ ତେବେ ଏନେଇ ଆଗାମୀ ଦିନରେ ଜନଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

ସମ୍ବଲପୁର ଜିଲ୍ଲା ନାକଟିଦେଉଲ ବ୍ଳକ କମଳାନାଳୀ ଗ୍ରାମ ବାସିନ୍ଦାଙ୍କ ପ୍ରଶାସନକୁ ଖୋଲା ଚେତାବନୀ। କମଳାନାଳୀ ଗ୍ରାମ ଜଙ୍ଗଲ ଜମିରେ ଅଞ୍ଚଳ ବାହାର ଲୋକଙ୍କୁ ଦେଇଥିବା ପଟ୍ଟା ତୁରନ୍ତ ରଦ୍ଦ କର। ଏପରି ନହେଲେ ଗ୍ରାମବାସୀ ଆଗାମି ଦିନରେ ଜନଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ଗ୍ରାମରେ ଶହଶହ ବର୍ଷ ହେଲା ରହି ଆସୁଥିବା ବେଳେ ଗ୍ରାମର ସଂରକ୍ଷଣ ଜଙ୍ଗଲ ସହ ଗ୍ରାମରେ ଥିବା କେନାଲ ପାଣି ଉପରେ ନିର୍ଭର କରିଥାନ୍ତି। 

ତେବେ ନାକଟିଦେଉଲ ତହସିଲ ପ୍ରଶାସନ ହଠାତ ଗ୍ରାମର ସବୁ ଲୋକଙ୍କ କାର୍ଯ୍ୟରେ ଆସୁଥିବା ଜଙ୍ଗଲ ଜମି ପଟ୍ଟାକୁ ରେଜିନା ତିର୍କୀ ନାମକ ଜଣେ ମହିଳାଙ୍କ ନାମରେ କରି ଦେଇଥିବା ଅଭିଯୋଗ କରିଛନ୍ତି ଲୋକେ। ଏହାକୁ ନେଇ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେବାସହ ପ୍ରସାସନ ର ଏଭଳି ନିଷ୍ପତ୍ତି ବିରୋଧରେ ଜନ ଆନ୍ଦୋଳନ କରିବା ପାଇଁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

ଗ୍ରାମବାସୀଙ୍କ ଆହୁରି ଅଭିଯୋଗ ହେଲା ଯେ ରାଜା ରାଜୁଡି ଶାସନ ସମୟରୁ ସେମାନେ ଗ୍ରାମର ଜଙ୍ଗଲ ଜମିକୁ ସଂରକ୍ଷିତ କରି ରଖିଛନ୍ତି । ତେବେ ବର୍ତ୍ତମାନ ସେହି ସ୍ଥାନରେ ଗ୍ରାମ ବାହାରର ଜଣେ  ମହିଳା ଙ୍କୁ ଜଙ୍ଗଲ ଜମି ପଟ୍ଟା ଦିଆପାଇଛି   । ଗ୍ରାମବାସୀ ମାନେ କହିଛନ୍ତି ଯେ ୧୯୯୪ ମସିହାରେ ମଧ୍ୟ ଗ୍ରାମର ଏହି ଅଞ୍ଚଳ କୁ ଜବରଦଖଲ କରି ଜମିପଟ୍ଟା ଦେବା  ପାଇଁ ଚେଷ୍ଟା  କରାଯାଇଥିଲା । ସେହି  ସମୟରେ ଗ୍ରାମ କମିଟି ରେଢାଖୋଲ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଗ୍ରାମର ଲୋକଙ୍କ କାଯ୍ୟରେ ଆସୁଥିବା ୩୬,୩୭,୩୮ ନମ୍ବର ପ୍ଳଟ ଏହି ଜମିକୁ  କାହାକୁ ନଦେବା ପାଇଁ ଜଣାଇଥିଲେ । 

ସେବେ ଠାରୁ ଏହି ଜମି ରେ ଗ୍ରାମ୍ୟ ଜଙ୍ଗଳ ସଂରକ୍ଷିତ ହେବା ସହ ଏହି ଜମି ଦେଇ  ଯାଇଥିବା କେନାଳ ପାଣି  କୁ ଲୋକେ ବ୍ୟବହାର କରି ଆସୁଛନ୍ତି । ଏଣୁ ବତ୍ତମାନ କେମିତି ସ୍ଥାନୀୟ ଲୋକଙ୍କ ଅଜାଣତରେ ଗ୍ରାମ ବାହାର ଜଣେ ମହିଳା ଙ୍କୁ ସ୍ଥାନୀୟ ନାକଟିଦେଉଲ ପ୍ରସାସନ ଜଙ୍ଗଲ ଜମି ପଟ୍ଟା ଦେଲେ ବୋଲି ପ୍ରଶ୍ନ କରିଛନ୍ତି କମଳାନାଳୀ ଗ୍ରାମବାସୀ । ଏନେଇ ନାକଟିଦେଉଲ  ତହସିଲଦାର କହିଛନ୍ତି ଯେ ଘଟଣା ର ତଦନ୍ତ କରାଯିବ । ତଦନ୍ତ ପରେ ଜମିପଟ୍ଟା କେଉ ପରିସ୍ଥିତିରେ ଦିଆଯାଇଛି ତାହା ଜଣାପଡିବ । 

କମଳାନାଳୀ ଗ୍ରାମର ସଂରକ୍ଷିତ ଜଙ୍ଗଲରେ ଜମିପଟ୍ଟା ପ୍ରଦାନକୁ କେନ୍ଦ୍ର କରି ଗ୍ରାମବାସୀ ଓ ତହସିଲ କାର୍ଯ୍ୟାଳୟ ମଧ୍ୟରେ ବର୍ତ୍ତମାନ ମୁହାଁମୁହିଁ ପରିସ୍ଥିତି ସୄଷ୍ଟି ହୋଇଛନ୍ତି। ତେବେ ଆଗକୁ  ଜମିପଟ୍ଟା ପାଇଁ ଲାଗିଥିବା ବିବାଦ ର ସମାଧାନ କିପରି ହେଉଛି ତାକୁ ହି ଅପେକ୍ଷା।