ଓଲିଉଡ୍ ହିରୋ ସ୍ୱରାଜ୍: ଘରେ ଝିଅ, ବାହାରେ ପୁଅ !
Advertisement

ଓଲିଉଡ୍ ହିରୋ ସ୍ୱରାଜ୍: ଘରେ ଝିଅ, ବାହାରେ ପୁଅ !

ଆମେ ଆପଣଙ୍କୁ ଏପରି ଏକ ସତ କଥା କହିବାକୁ ଯାଉଛୁ, ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଟର୍ଯ୍ୟ ହେବେ । ଶିଶୁ କଳାକାର ମାଧ୍ୟମରେ ଓଲିଉଡରେ ପାଦଥୋଇ  ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିବା ପରେ ଏବେ ଚକଲେଟ୍ ହିରୋ ସାଜିଥିବା ସ୍ୱରାଜଙ୍କ ଏକ ସତକଥା ପଦାରେ ପଡ଼ିଛି । ତାହା ହେଲା ସ୍ୱରାଜ୍ ନିଜ ଘରେ ଝିଅ ପିଲାଙ୍କ ପରି କାମ କରୁଛନ୍ତି । ଆପଣ ବିଶ୍ୱାସ ନକଲେ ମଧ୍ୟ କଥାଟି ସମ୍ପୂର୍ଣ୍ଣ ସତ । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସୌଭାଗ୍ୟ ରଞ୍ଜନ ମିଶ୍ର, ଭୁବନେଶ୍ୱର: ଆମେ ଆପଣଙ୍କୁ ଏପରି ଏକ ସତ କଥା କହିବାକୁ ଯାଉଛୁ, ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଟର୍ଯ୍ୟ ହେବେ । ଶିଶୁ କଳାକାର ମାଧ୍ୟମରେ ଓଲିଉଡରେ ପାଦଥୋଇ  ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିବା ପରେ ଏବେ ଚକଲେଟ୍ ହିରୋ ସାଜିଥିବା ସ୍ୱରାଜଙ୍କ ଏକ ସତକଥା ପଦାରେ ପଡ଼ିଛି । ତାହା ହେଲା ସ୍ୱରାଜ୍ ନିଜ ଘରେ ଝିଅ ପିଲାଙ୍କ ପରି କାମ କରୁଛନ୍ତି । ଆପଣ ବିଶ୍ୱାସ ନକଲେ ମଧ୍ୟ କଥାଟି ସମ୍ପୂର୍ଣ୍ଣ ସତ । 

ନିକଟରେ ବାରିପଦାରେ ଆୟୋଜନ କରାଯାଇଥିଲା ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଆଉ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଭୁବନେଶ୍ୱରରୁ ବାରିପଦା ଯାଇଥିଲେ କିଛି କଳାକାର । କାର୍ଯ୍ୟକ୍ରମ ସରିବା ପରେ ସ୍ୱରାଜଙ୍କ ଘରକୁ ବୁଲିବାକୁ ଯାଇଥିଲେ ସାଥୀ କଳାକାର । ସ୍ୱରାଜଙ୍କ ଘରେ ପହଞ୍ଚି ଯାହା ଦେଖିଥିଲେ, ତାହା ସେମାନଙ୍କୁ ଖୁବ୍ ହସାଇଥିଲା ।

fallback

ପବିତ୍ର ମାଣବସା ଗୁରୁବାର ପାଇଁ ମାଆ ଲକ୍ଷ୍ମୀଙ୍କ ପାଦ ସହ ପଦ୍ମ ଫୁଲର ଖୁବ୍ ସୁନ୍ଦର ଝୋଟି ପକାଇଥିଲେ ଓଲିଉଡର ଚକଲେଟ୍ ହିରୋ ସ୍ୱରାଜ୍ । ସାଥୀ କଳାକାରମାନେ ହସି ହସି ବେଦମ ହୋଇଯାଇଥିଲେ । କହିଥିଲେ, ଯେଉଁ ମହିଳାମାନେ ଝୋଟି ପକାଇ ଶିଖି ନାହାନ୍ତି ସେମାନେ ସ୍ୱରାଜଙ୍କ ଠାରୁ ଶିଖନ୍ତୁ । ସାଥୀ କଳାକାରଙ୍କ କଥାରେ ସ୍ୱରାଜ୍ ଟିକେ ଲାଜେଇ ଯିବା ସହ ହସିଥିଲେ । 

fallback

କେବଳ ସେତିକି ନୁହେଁ, ନିଜ କାମ ସରିବା ପରେ ଫୁରସତ୍ ମିଳିଲେ ସପିଂ ଠାରୁ ଆରମ୍ଭ କରି ରୋଷେଇ ପର୍ଯ୍ୟନ୍ତ  ଘରର ସବୁକାମରେ ପରିବାରକୁ ସହଯୋଗ କରନ୍ତି ସ୍ୱରାଜ୍ । ଏସବୁ ଦେଖିବା ପରେ ଯେ କେହି ବି କହିବ କେବଳ ବାହାରେ ହିରୋ ନୁହେଁ, ନିଜ ପରିବାରର ମଧ୍ୟ ସୁନା ପୁଅ ସ୍ୱରାଜ୍ ।

ଆହୁରି ପଢନ୍ତୁ; ଧୋକା ଦେଲା ପୁତୁରା, ସୁଗମ ହେଲା ଉତ୍ତରାଧିକାରୀ ଚୟନ !