ଆଜି ହିଁ ଖୋଲନ୍ତୁ ପୋଷ୍ଟ ଅଫିସରେ ଆରଡି ଡିପୋଜିଟ୍ ଆକାଉଣ୍ଟ ? ମିଳିବ ଆପଣଙ୍କୁ ଏହି ଲାଭ
Advertisement
Article Detail0/zeeodisha/odisha602312

ଆଜି ହିଁ ଖୋଲନ୍ତୁ ପୋଷ୍ଟ ଅଫିସରେ ଆରଡି ଡିପୋଜିଟ୍ ଆକାଉଣ୍ଟ ? ମିଳିବ ଆପଣଙ୍କୁ ଏହି ଲାଭ

ପୋଷ୍ଟ ଅଫିସରେ ଅର୍ଜିତ ଡିପୋଜିଟ୍ ବା ଆରଡି ଆକାଉଣ୍ଟ ଖୋଲିବା ସବୁଠାରୁ ସହଜ ଽ  ଆସନ୍ତୁ ଜାଣିବା ଏହାକୁ ଖୋଲିବା ଦ୍ୱାରା କଣ ଲାଭ ମିଳେ

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଦ୍ୟୁମ୍ନ କୁମାର ମାଝୀ, ଭୁବନେଶ୍ୱର: ପୋଷ୍ଟ ଅଫିସରେ ଆରଡି ଆକାଉଣ୍ଟ ଖୋଲାଯାଇପାରେ । ଏହି ଖାତା ଉପରେ ଆପଣଙ୍କୁ ଯେଉଁ ସୁଧ ମିଳିଥାଏ ତିନି ମାସରେ ଥରେ ସରକାରଙ୍କ ଦ୍ୱାରା ସଂଶୋଧନ କରାଯାଇଥାଏ । ଆରଡି ହେଉଛି ଟଙ୍କା ନିବେଶ କରିବା ପାଇଁ ସବୁଠାରୁ ଭଲ ଉପାୟ ଅଟେ । ଏହାଦ୍ୱାରା ଆପଣଙ୍କୁ ଭଲ ରିଟର୍ଣ୍ଣ ମଧ୍ୟ ମିଳିଥାଏ ।  

ପୋଷ୍ଟ ଅଫିସ ଆରଡି ଡିପୋଜିଟ୍ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା...

ଆରଡିକୁ ଅତିକମରେ ୧୦ ଟଙ୍କାରେ ଖୋଲା ଯାଇପାରେ । ଏହା ଉପରକୁ ନିବେଶ ପାଇଁ କୌଣସି ସୀମା ନାହିଁ । ଆରଡିର ମ୍ୟାଚ୍ୟୁରିଟି ଅବଧି ୫ ବର୍ଷ ଅଟେ, ୫ ବର୍ଷ ପୂରାହେବା ପରେ ଯଦି ଏହି ଅବଧିକୁ ବଢ଼ାଇବାକୁ ଚାହାଁନ୍ତି ତ ଆଉ ୫ ବର୍ଷ ପାଇଁ ବଢ଼ାଇପାରିବେ

ଆରଡି ଖାତା ନଗଦ ଟଙ୍କା କିମ୍ୱା ଚେକ୍ ଦ୍ୱାରା ଖୋଲାଯାଇପାରିବ:

୧) ଜଣେ ବ୍ୟକ୍ତି ପୋଷ୍ଟ ଅଫିସରେ ଏକାଧିକ ଆରଡି ଆକାଉଣ୍ଟ ଖୋଲିପାରିବେ ।
୨) ନାବାଳିକା କିମ୍ୱା ନାବାଳକଙ୍କ ନାଁରେ ସେମାନଙ୍କ ମାଆ-ବାପା କିମ୍ୱା ଲିଗାଲ ଗାଡିଆନ୍ ଆରଡି ଖାତା ଖୋଲିପାରିବେ ।
୩)  ବହୁତ ଭଲ କଥା ଯେ ୧୦ ବର୍ଷ ଅବା ତାହା ଠାରୁ ଅଧିକ ବୟସର ନାବାଳିକା-ନାବାଳକ ଆରଡି ଖାତା ଖୋଲି ନିଜେ ପରିଚାଳନା କରିପାରିବେ ।
୪) ୧ ବର୍ଷ ପରେ ଖାତାରେ ଜମା ରାଶିରୁ ୫୦ ପ୍ରତିଶତ ଯାଏଁ ଟଙ୍କା ଉଠାଯାଇପାରିବ
୫) ମାସକ ମଧ୍ୟରେ ଆପଣ କୌଣସି ଦିନରେ ଖାତା ଟଙ୍କା ଜମା କରିପାରିବେ । ଯଦି କୌଣସି ମାସରେ ଆରଡି ଖାତାରେ ଟଙ୍କା ଜମା କରିବାକୁ ଭୁଲି ଯାଇଛନ୍ତି ପ୍ରତି ୫ ଟଙ୍କାରେ ୫ ପଇସା ଡିଫଲ୍ଟ ଚାର୍ଜ ନିଆଯାଇଥାଏ ।
୬) ଯଦି କୌଣସି ଖାତାରେ ମାସିକ ଡିଫଲ୍ଟ ଚାର୍ଜ ଜମା ହୋଇନପାରିଲେ ତ ଆକାଉଣ୍ଟ ହୋଲ୍ଡରଙ୍କୁ ଡିଫଲ୍ଡ ଚାର୍ଜ ସହ ମାସକ ଜମା ଟଙ୍କା ଜମା କରିବାକୁ ପଡ଼ିଥାଏ ।  ଚଳିତ ମାସର ଜମା ଟଙ୍କା ପୈଠ କରିବାକୁ ପଡ଼ିଥାଏ ।
୭)  ଏହି କଥାକୁ ଧ୍ୟାନରେ ରଖି ଆପଣ ପୋଷ୍ଟ ଅଫିସରେ ରିକରିଂ ଡିପୋଜିଟ୍ ବା ଆରଡି ଖାତା ଖୋଲିପାରିବେ ।