ଆରପାରିରେ ଶତାୟୁ ଶିକ୍ଷକ ନନ୍ଦ ସାର
Advertisement

ଆରପାରିରେ ଶତାୟୁ ଶିକ୍ଷକ ନନ୍ଦ ସାର

ପୁରସ୍କାର ଗ୍ରହଣ କରିବା ଅବସରରେ ତାଙ୍କର ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ କରିବା ଦୃଶ୍ୟକୁ ନେଇ ଚର୍ଚ୍ଚା ହୋଇଥିଲା। 

ଆରପାରିରେ ଶତାୟୁ ଶିକ୍ଷକ ନନ୍ଦ ସାର

ଭୁବନେଶ୍ବର: ମଙ୍ଗଳବାର ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି। ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ବୟସ ହୋଇଥିଲା। 

ଅସୁସ୍ଥ ହେବା ପରେ ଗତ ଗତ ୩୦ ତାରିଖରେ ପ୍ରଥମେ ଯାଜପୁର ରୋଡ୍ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ନନ୍ଦ ସାର। ପରେ ସେ ଭୁବନେଶ୍ବର ସମ୍ ହସ୍ପିଟାଲ ସ୍ଥାନାନ୍ତର ହୋଇଇଥିଲେ। କୋଭିଡ ଆକ୍ରାନ୍ତ ହେବା ପରେ କଳିଙ୍ଗନଗରସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ ଠାରେ ନନ୍ଦ ସାରଙ୍କୁ ଭର୍ତ୍ତି କରାଯାଇଥିଲା। 

ଗତ ନଭେମ୍ବର ୯ ତାରିଖରେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ ଶତାୟୁ ଶିକ୍ଷକ ନନ୍ଦ ସାର। ପୁରସ୍କାର ଗ୍ରହଣ କରିବା ଅବସରରେ ତାଙ୍କର ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ କରିବା ଦୃଶ୍ୟକୁ ନେଇ ଚର୍ଚ୍ଚା ହୋଇଥିଲା।