Live reporting ବେଳେ ସାମ୍ନାକୁ ଆସିବାରୁ ଏପରି କଲେ ପାକ୍ ରିପୋର୍ଟର
Advertisement
Article Detail0/zeeodisha/odisha598928

Live reporting ବେଳେ ସାମ୍ନାକୁ ଆସିବାରୁ ଏପରି କଲେ ପାକ୍ ରିପୋର୍ଟର

କିଛି ବର୍ଷ ପୂର୍ବରୁ ପାକିସ୍ତାନୀ ରିପୋର୍ଟର ଚାନ୍ଦ ନୱାବଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଏକ ରେଲୱେ ଷ୍ଟେସନରେ ଲାଇଭ ରିପୋଟିଂ କରୁଥିଲେ । ହେଲେ ଏହି ସମୟରେ ଷ୍ଟେସନକୁ ଯିବା ଆସିବା କରୁଥିବା ଯାତ୍ରୀ କ୍ୟାମେରା ସାମ୍ନାକୁ ପଳାଇ ଆସୁଥିଲେ । ଫଳରେ ରିପୋଟିଂ ବାଧାପ୍ରାପ୍ତ ହେଉଥିଲା । ବିରକ୍ତ ହୋଇଯାଉଥିଲେ ଚାନ୍ଦ ନୱାବ । ଆଉ ଏବେ ଠିକ ଏମିତି ଏକ ଭିଡିଓ ଭାଇରାଲ ହେଉଛି । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଇସଲାମାବାଦ: କିଛି ବର୍ଷ ପୂର୍ବରୁ ପାକିସ୍ତାନୀ ରିପୋର୍ଟର ଚାନ୍ଦ ନୱାବଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଏକ ରେଲୱେ ଷ୍ଟେସନରେ ଲାଇଭ ରିପୋଟିଂ କରୁଥିଲେ । ହେଲେ ଏହି ସମୟରେ ଷ୍ଟେସନକୁ ଯିବା ଆସିବା କରୁଥିବା ଯାତ୍ରୀ କ୍ୟାମେରା ସାମ୍ନାକୁ ପଳାଇ ଆସୁଥିଲେ । ଫଳରେ ରିପୋଟିଂ ବାଧାପ୍ରାପ୍ତ ହେଉଥିଲା । ବିରକ୍ତ ହୋଇଯାଉଥିଲେ ଚାନ୍ଦ ନୱାବ । ଆଉ ଏବେ ଠିକ ଏମିତି ଏକ ଭିଡିଓ ଭାଇରାଲ ହେଉଛି । 

ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି, ଏଥିରେ ବି ଜଣେ ପାକିସ୍ତାନୀ ରିପୋଟର ଲାଇଫ ରିପୋର୍ଟଂ କରୁଥିବା ଦେଖିବାକୁ ମିଳିଛି । ହେଲେ ଠିକ ଏତିକି ବେଳେ ଜଣେ ବ୍ୟକ୍ତି କ୍ୟାମେରା ଆଗକୁ ପାଳାଇ ଆସିଛନ୍ତି । ଯାହାକୁ ନେଇ ଖୁବ ରାଗି ଯାଇଛନ୍ତି ସାମ୍ୱାଦିକ । ଏପରିକି ତଣ୍ଟିଆ ମାରି ଉକ୍ତ ବ୍ୟକ୍ତିଙ୍କୁ ଦୂରକୁ ପେଲି ଦେଇଛନ୍ତି । ଏପରିକି ସାମ୍ନାକୁ ନ ଆସିବା ପାଇଁ ଚେତାବନୀ ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି । 

ଅମନ ସିଂହ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏହି ଭିଡିଓଟିକୁ ସେୟାର କରିଛନ୍ତି । ଭିଡିଓରୁ ଜଣାପଡୁଛି, ସାମ୍ୱାଦିକ ଜଣକ ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ଚିକିତ୍ସା ଅଭିଯାନ ବିଷୟରେ ରିପୋଟିଂ କରୁଛନ୍ତି । ତେବେ ଭିଡିଓ ଅପଲୋଡ କରିବା ପରେ ଖୁବ ଭାଇରାଲ ହେଉଛି ।