ସିସୋଡ଼ିଆ ପଛୁଆ
Advertisement
Article Detail0/zeeodisha/odisha638834

ସିସୋଡ଼ିଆ ପଛୁଆ

ଦିଲ୍ଲୀ ସିଂହାସନ ପାଇଁ ଚାଲିଛି ଭୋଟ ଗଣତି। ୬ ରାଉଣ୍ଡ ଗଣତି ଶେଷ ପରେ ଆପକୁ ପୂର୍ଣ୍ଣ ବହୁମତ ମିଳିଥିବା ଦେଖିବାକୁ ମିଳିଛି। ମାତ୍ର କିଛିଟା ଆସନରେ ଆପକୁ ସଂଘର୍ଷ କରିବାକୁ ପଡ଼ୁଛି। ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ପତପରଗଞ୍ଜ ଆସନରୁ ଲଢୁଥିବା ଆପ ପ୍ରାର୍ଥୀଙ୍କୁ ବେଶ ସଂଘର୍ଷ କରିବାକୁ ପଡ଼ିଛି। ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ବିଜେପିର ରବିନ୍ଦ୍ର ନେଗୀଙ୍କ ସହିତ ସେ ବେଶ କଡ଼ା ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି।  

ସିସୋଡ଼ିଆ ପଛୁଆ

ନୂଆଦିଲ୍ଲୀ: ଦିଲ୍ଲୀ ସିଂହାସନ ପାଇଁ ଚାଲିଛି ଭୋଟ ଗଣତି। ୬ ରାଉଣ୍ଡ ଗଣତି ଶେଷ ପରେ ଆପକୁ ପୂର୍ଣ୍ଣ ବହୁମତ ମିଳିଥିବା ଦେଖିବାକୁ ମିଳିଛି। ମାତ୍ର କିଛିଟା ଆସନରେ ଆପକୁ ସଂଘର୍ଷ କରିବାକୁ ପଡ଼ୁଛି। ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ପତପରଗଞ୍ଜ ଆସନରୁ ଲଢୁଥିବା ଆପ ପ୍ରାର୍ଥୀଙ୍କୁ ବେଶ ସଂଘର୍ଷ କରିବାକୁ ପଡ଼ିଛି। ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ବିଜେପିର ରବିନ୍ଦ୍ର ନେଗୀଙ୍କ ସହିତ ସେ ବେଶ କଡ଼ା ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି।  

ତେବେ କେଜ୍ରିଓ୍ୱାଲ ଶାସନର ଶିକ୍ଷା ମନ୍ତ୍ରୀ ଥିବା ମନୀଷ ସିସୋଦିଆ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ରବିନ୍ଦ୍ର ନେଗୀଙ୍କ ଠାରୁ ପଛୁଆ ରହିଥିବା ଜଣାପଡ଼ିଛି। ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେପିର ରବିନ୍ଦ୍ର ନେଗୀଙ୍କ ଠାରୁ ସିସୋଦିଆ ପାଖାପାଖି ୨୧୮୩ ଖଣ୍ଡ ଭୋଟରେ ପଛୁଆ ରହିଥିବା ଜଣାପଡ଼ିଛି। ପ୍ରଥମ ତିନୋଟି ରାଉଣ୍ଡ ଗଣତି ଶେଷ ସୁଦ୍ଧା ସିସୋଦିଆ ଆଗୁଆ ରହିଥିବା ବେଳେ ପରବର୍ତ୍ତି ରାଉଣ୍ଡରେ ସିସୋଦିଆ ପଛେଇ ଯାଇଛନ୍ତି।  

ତେବେ ପଞ୍ଚମ ରାଉଣ୍ଡ ସୁଦ୍ଧା ୨୨୯୦୧ ଖଣ୍ଡ ଭୋଟ ସିସୋଦିଆଙ୍କ ଭାଗ୍ୟରେ ପଡ଼ିଥିବା ବେଳେ ୨୪୪୭୭ ଖଣ୍ଡ ଭୋଟ ବିଜେପିର ରବିନ୍ଦ୍ରଙ୍କୁ ମିଳିଥିବା ଜଣାପଡ଼ିଛି। ପଞ୍ଚମ ରାଉଣ୍ଡ ଗଣତି ସୁଦ୍ଧା ଆପ ୫୨ଟି ଆସନରେ ଆଗୁଆ କରିଥିବା ବେଳେ ବିଜେପି ମାତ୍ର ୧୮ଟି ଆସନରେ ଆଗୁଆ ରହିଛି।