୪୦ ବର୍ଷ ପୂର୍ବରୁ 'କରୋନା' କୁ ନେଇ ଭବିଷ୍ୟବାଣୀ କରିଥିଲା ଏହି ବହି...
Advertisement

୪୦ ବର୍ଷ ପୂର୍ବରୁ 'କରୋନା' କୁ ନେଇ ଭବିଷ୍ୟବାଣୀ କରିଥିଲା ଏହି ବହି...

ଗପ ହେଲେବି ସତ, ଦିନେ କରୋନା କାହାଣୀ କହିଯାଇଥିଲେ US ଲେଖକ

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତପସ୍ୱିନୀ ମହାଳିକ, ନୂଆଦିଲ୍ଲୀ: କରୋନା ଭାଇରସ ଦ୍ୱାରା ଚୀନରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି ।  ଅନେକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଚୀନର ବୁହାନ ସହରରୁ ବ୍ୟାପିଥିବା ଏହି ଭାଇରସ ଏବେ ବିଶ୍ୱର ୨୫ଟି ଦେଶକୁ ବ୍ୟାପି ସାରିଲାଣି । କିନ୍ତୁ ଆପଣ ଜାଣିଛନ୍ତି କି ? ୪୦ ବର୍ଷ ପୂର୍ବରୁ ଏକ ବହିରେ କରୋନା ଭାଇରସକୁ ନେଇ ଭବିଷ୍ୟବାଣୀ କରାଯାଇଥିଲା । 

fallback

ଆଜ୍ଞା ହଁ, ୧୯୮୧ ମସିହାରେ 'The Eyes of Darknesss'ଥ୍ରୀଲର ନୋବେଲ ଲେଖା ଯାଇଥିଲା  । ଯେଉଁଥିରେ ଚୀନର ଉହାନ-୪୦୦ ନାମକ ଏକ ଭାଇରସ ବିଷୟରେ ଚର୍ଚ୍ଚା ହୋଇଥିଲା । ଡିଆନ୍ କୁଂଣ୍ଟୁଜ ହେଉଛନ୍ତି ଏହି ଉପନ୍ୟାସର ରଚୟତା । ଏକ ଅସ୍ତ୍ର ବନାଉ ବନାଉ କେମିତି ଏକ ଭାଇରସର ଜନ୍ମ ହୋଇଥିଲା, ତାହା ଏହି ଉପନ୍ୟାସରେ ହିଁ ଲେଖା ହୋଇଛି ।  

fallback

ଏହି ବହିରେ ଲେଖାଯାଇଥିବା କିଛି ତଥ୍ୟ ବର୍ତ୍ତମାନ ସୋସିଆଲ ମିଡିଆର ସବୁ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି । ଉପନ୍ୟାସରେ କରୋନା ଭାଇରସକୁ ନେଇ ଭବିଷ୍ୟବାଣୀ ହୋଇଥିବା ଲେଖାର ପୃଷ୍ଠାକୁ ଅନେକ ଲୋକ ନିଜ ସୋସିଆଲ ମିଡିଆ ଆକାଉଣ୍ଟରରେ ପୋଷ୍ଟ କରିବାରେ ଲାଗିଛନ୍ତି । ଉପନ୍ୟାସର ଲେଖାଥିବା ୪୦ ବର୍ଷର ପୁରୁଣା କାହାଣୀ ଏବେ ସତ ହେଉଛି ବୋଲି ମତପ୍ରକାଶ ପାଇଛି ।

fallback

ପୁରା ବିଶ୍ୱବାସୀ ଏହା ଆଶଙ୍କା କରୁଛନ୍ତି ଯେ, ଚୀନର କୌଣସି ଏକ ପରୀକ୍ଷଣ କିମ୍ବା ପ୍ରୟୋଗର ଭୁଲ କାରରଣରୁ ଏହି ଭାଇରସ ବ୍ୟାପିଛି । ଯେଉଁ ସତ୍ୟତାକୁ ଚୀନ ଲୁଚାଉଛି । ବିଶେଷଜ୍ଞଙ୍କ କହିବା ଅନୁଯାଇ ଚୀନର ଏକ ଲ୍ୟାବରୁ ହିଁ ଏହି ଭାଇରସର ଜନ୍ମ ହୋଇଛି । ଯେଉଁଠି ଚୀନ କୌଣସି ଏକ ପ୍ରୟୋଗ ବା ପରୀକ୍ଷା ନିରିକ୍ଷା କରି ଅସ୍ତ୍ର ବନାଉଥିବା ବେଳେ ଏହି ଭାଇରସର ଉତ୍ପତି ହୋଇଛି । କିନ୍ତୁ ଚୀନର ବୌଜ୍ଞାନିକମାନେ ଏକଥାକୁ ଖଣ୍ଡନ କରିବା କରୁଛନ୍ତି । ଏହାକୁ ପ୍ରାକୃତିକ ବୋଲି କହୁଛନ୍ତି  ।  ଅନ୍ୟପଟେ ଦିନକୁ ଦିନ ଏହି ଭାଇରସ ଭୟଙ୍କର ରୂପ ନେବାରେ ଲାଗିଛି ।

ଆହୁରି ପଢ଼ନ୍ତୁ; ୬ ଇରାନୀଙ୍କ ମୁଣ୍ଡ ନେଲା କରୋନା