Trending Photos
ନୂଆଦିଲ୍ଲୀ: କିଛି ଦିନର ନିରବତା ପରେ ପୁଣି ଥରେ ତେଜିବ ସିଏଏ ବିରୋଧୀ ଆନ୍ଦୋଳନ। ଦେଶର ପ୍ରାୟ ୫ ହଜାରର ଜାଗାରେ ଏହି ଆନ୍ଦୋଳନ କରାଯିବ। ଏଥିପାଇଁ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ତଥା ପିଏଫଆଇ ଏଥିପାଇଁ ସଜବାଜ ହେଉଥିବା ନେଇ ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି।
ଏନେଇ ଗୃହ ମନ୍ତଣାଳୟ ଦେଇଥିବା ସୂଚନା ମୁତାବକ ପିଏଫଆଇ ଦେଶର ପାଞ୍ଚ ହଜାରରୁ ଊର୍ଦ୍ଧ୍ୱ ସ୍ଥାନରେ ନାଗରିକ ସଂଶୋଧନ ଆଇନ(ସିଏଏ) ଓ ଜାତୀୟ ନାଗରିକତା ଆଇନ(ଏନଆରସି)କୁ ବିରୋଧ କରି ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ପିଏଫଆଇ ନୀଳନକ୍ସା ମଧ୍ୟ ପ୍ରସ୍ତୁତ କରିସାରିଛି। ଯୋଜନା ମୁତାବକ ପିଏଫଆଇର ସଦସ୍ୟ ମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବା ସହିତ ଆନ୍ଦୋଳନପାଇଁ ଲୋକଙ୍କୁ ପ୍ରବର୍ତ୍ତାଇବେ ବୋଲି ଜଣାଇଛନ୍ତି।
ଏହା ସହିତ ଓ୍ୱିଲ ନଟ ସୋ ପେପର(କାଗଜ ଦେଖାଇବୁ ନାହିଁ) ନାମରେ ଏକ କ୍ୟାମ୍ପେନ ମଧ୍ୟ ଆରମ୍ଭ କରିବାର ଯୋଜନା କରୁଥିବା ଜଣାପଡ଼ିଛି। ଏହି କ୍ୟାମ୍ପେନ ମାଧ୍ୟମରେ କୌଣସି ସରକାରୀ ଅନୁଧ୍ୟାନରେ ଆସୁଥିବା ସରକାରୀ ବାବୁମାନଙ୍କୁ କୌଣସି ତଥ୍ୟ ପ୍ରଦାନ ନ କରିବାକୁ ପ୍ରତିଜ୍ଞା ମଧ୍ୟ ନେଇଥିବା ଗୁଇନ୍ଦା ସୂଚନା ଦେଇଛି। ଏପରିକି ନାଗରିକ ଗଣନା ପ୍ରକ୍ରିୟାରେ ଆନ୍ଦୋଳନକାରୀମାନେ ମଧ୍ୟ ନିଜକୁ ସାମିଲ କରିବେ ନାହିଁ ଗୁଇନ୍ଦା କହିଛି।
ତେବେ ପିଏଫଆଇ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ମଧ୍ୟ ଏହି ଆନ୍ଦୋଳନକୁ ଜୋରଦାର କରିବାକୁ ପ୍ରସ୍ତୁତି କରୁଛି ପିଏଫଆଇ। ପିଏଫଆଇର ସଦସ୍ୟମାନେ ମୁସଲିମ ସମ୍ପ୍ରଦାୟର ଲୋକମାନଙ୍କୁ ଏହି ଆନ୍ଦୋଳନପାଇଁ ପ୍ରବର୍ତ୍ତାଇବ ବୋଲି ଗୁଇନ୍ଦା କହିଛି।
ସୂଚନାଯୋଗ୍ୟ ମୁସଲିମ ସଂଗଠନ ଗୁଡ଼ିକ କିଛି ଦିନ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚଳାଇଥିଲେ। ପ୍ରାୟ ଦେଶର ୨୩ଶହରୁ ଊର୍ଦ୍ଧ୍ୱ ସ୍ଥାନରେ ଆନ୍ଦୋଳନ ଆରମ୍ଭ କରିଥିଲେ ଏହି ମୁସଲିମ ସଂଗଠନମାନେ। ଏହି କ୍ରମରେ କେରଳର ସର୍ବାଧିକ ୫୮୭ଟି ସ୍ଥାନରେ ଆନ୍ଦୋଳନ କରିଥିବା ବେଳେ ପଶ୍ଟମବଙ୍ଗରେ ୨୨୧, ଉତ୍ତରପ୍ରଦେଶର ୨୦୨, ତାମିଲନାଡ଼ୁ ୨୨୧, ମହାରାଷ୍ଟ୍ରରେ ୨୦୧, ଆନ୍ଧ୍ରପ୍ରଦେଶରେ ୧୧୮, ତେଲଙ୍ଗାନାରେ ୧୦୫, କର୍ଣ୍ଣାଟକରେ ୧୦୦, ରାଜସ୍ଥାନରେ ୮୭, ଦିଲ୍ଲୀରେ ୭୭, ମଧ୍ୟପ୍ରଦେଶରେ ୭୧, ଗୁଜୁରାଟରେ ୪୮ ଓ ବିହାରରେ ୪୫ଟି ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଥିଲେ ମୁସଲିମ ସମ୍ପ୍ରଦାୟ।