ମୋଦି ଶୁଭାରମ୍ଭ କଲେ ''ଅଟଳ ଭୂଜଳ ଯୋଜନା"; କହିଲେ ସ୍ୱପ୍ନ ପୁରା ହେଲା
Advertisement

ମୋଦି ଶୁଭାରମ୍ଭ କଲେ ''ଅଟଳ ଭୂଜଳ ଯୋଜନା"; କହିଲେ ସ୍ୱପ୍ନ ପୁରା ହେଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜୟନ୍ତୀ ଅବସରରେ  ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି

ମୋଦି ଶୁଭାରମ୍ଭ କଲେ ''ଅଟଳ ଭୂଜଳ ଯୋଜନା"; କହିଲେ ସ୍ୱପ୍ନ ପୁରା ହେଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜୟନ୍ତୀ ଅବସରରେ  ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଜରିଆରେ ରାଜ୍ୟର ୮୩୫୦ ଗାଁ ଲାଭବାନ ହେବେ । ଏହା ସହିତ ମନାଲିସ୍ଥିତ ଲେହ ସହିତ ଜଡିତ ରୋହତାଙ୍ଗ ସୁଡ଼ଙ୍ଗର ନାମକୁ ବଦଳାଇ ଅଟଳ ସୁଡ଼ଙ୍ଗ ରଖାଯାଇଛି  । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା  ।

fallback

ଏହି ଅବସରରେ ମୋଦି ବାଜପେୟୀଙ୍କ ସ୍ୱପ୍ନ  ପୁରଣ ହୋଇଥିବା କହିଛନ୍ତି । ଏହି ଯୋଜନା ଜରିଆରେ ଭୂଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯିବ । ଏହା ସହିତ ପ୍ରତି ଘରେ ପିଇବା ପାଣି ପହଞ୍ଚାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଯୋଜନା ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ଉତ୍ତର ପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଏବଂ ମହାରାଷ୍ଟ୍ର , ହରିଆଣା ରେ ଲାଗୁ ହେବ । ପାଣିରେ ପ୍ରଦୂଷଣର ମାତ୍ରା ସହ  ଅନ୍ୟ ସବୁ ମାନକୁ ଆଧାର କରାଯିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି ।