ଟ୍ରମ୍ପଙ୍କୁ Happy New Year କହିଲେ ମୋଦି, ଏକାସାଙ୍ଗରେ କାମ ଜାରି ରଖିବାକୁ କଲେ ଇଚ୍ଛାପ୍ରକଟ
Advertisement
Article Detail0/zeeodisha/odisha620840

ଟ୍ରମ୍ପଙ୍କୁ Happy New Year କହିଲେ ମୋଦି, ଏକାସାଙ୍ଗରେ କାମ ଜାରି ରଖିବାକୁ କଲେ ଇଚ୍ଛାପ୍ରକଟ

ଏମିତି ଥିଲା ଟ୍ରମ୍ପଙ୍କ ପ୍ରତିଉତ୍ତର...

ଫାଇଲ ଫଟୋ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଆମେରିକା ରାଷ୍ଟ୍ରପତି, ତାଙ୍କ ପରିବାର ଏବଂ ସମଗ୍ର ସଂଯୁକ୍ତ ରାଷ୍ଟ୍ରର ସ୍ୱାସ୍ଥ୍ୟ, ସମୃଦ୍ଧି ଏବଂ ସଫଳତାର କାମନା କରିଛନ୍ତି ମୋଦି । ଅପରପକ୍ଷେ ଟ୍ରମ୍ପ ମଧ୍ୟ ମୋଦିଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ । ଭାରରତର ସମୃଦ୍ଧି ଏବଂ ପ୍ରଗତି କାମନା କରିଥିଲେ ଟ୍ରମ୍ପ । 

ଖବର ସରବରାହ ସଂସ୍ଥା ଏଏନଆଇର ସୂଚନା ଅନୁସାରେ ପିଏମଓ ପକ୍ଷରୁ ଏହି ଖବର ମିଳିଛି । ନବବର୍ଷ ଅବସରରେ ବାର୍ତ୍ତାଳାପ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ଏବଂ ଆମେରିକାର ରାଷ୍ଟ୍ରପତି । ଏହି ସମୟରେ ଭାରତ ଓ ଆମେରିକାର ସମ୍ପର୍କ ବିଷୟରେ ମଧ୍ୟ ଆଲୋକପାତ ହୋଇଥିଲା । ଏବେ ଉଭୟ ଦେଶର ସମ୍ପର୍କ ଆହୁରି ମଜଭୁତ ହୋଇଥିବା କହିଥିଲେ ମୋଦି । ପରସ୍ପର ହିତ ପାଇଁ ସହଯୋଗର ହାତ ବଢ଼ାଇବା ଏବଂ ଟ୍ରମ୍ପଙ୍କ ସହ ମିଶି କାମ କରିବାକୁ ଇଚ୍ଛାପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ । 

ସେହିପରି ଟ୍ରମ୍ପ ମଧ୍ୟ ବିଗତ କିଛି ବର୍ଷ ମଧ୍ୟରେ ଉଭୟ ଦେଶର ସମ୍ପର୍କର ଉପଲବ୍ଧି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ିଭୂତ କରିବା ପାଇଁ ତାଙ୍କ ଆଡ଼ୁ ତତ୍ପରଲତା ମଧ୍ୟ ପ୍ରକାଶ କରିଥିଲେ । 

 

ଆହୁରି ପଢ଼ନ୍ତୁ; ବଢୁଛି ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା, ପରମାଣୁ ଚୁକ୍ତି ଉଲଙ୍ଘନ କରିବାକୁ ଇରାନର ଧମକ !