ଲୋନ ନେବା ପୂର୍ବରୁ ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ
Advertisement

ଲୋନ ନେବା ପୂର୍ବରୁ ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ

ପ୍ରତେକ ବ୍ୟକ୍ତିଙ୍କୁ ଜୀବନରେ ଋଣ ନେବାର ଆବଶ୍ୟକତା ପଡିଥାଏ । 

ଲୋନ ନେବା ପୂର୍ବରୁ  ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ

ଭୁବନେଶ୍ୱର: ପ୍ରତେକ ବ୍ୟକ୍ତିଙ୍କୁ ଜୀବନରେ ଋଣ ନେବାର ଆବଶ୍ୟକତା ପଡିଥାଏ । ଗାଡି କିଣିବାକୁ ହେଉ ଅବା  ଘରର ଆସବା ପତ୍ର କିଣିବା ପାଇଁ ବ୍ୟାଙ୍କ ଓ ବିଭିନ୍ନ ଅର୍ଥ ଲଗାଣ କାରୀ ସସ୍ଥା ଠାରୁ ଋଣ ନେବାକୁ ପଡିଥାଏ । ତେବେ ବେଳେ ବେଳେ ଋଣ ସୁଝିବାକୁ ବିଳମ୍ବ ହେଲେ  ପେମେଣ୍ଟ ପାଇଁ ଗ୍ରାହକଙ୍କୁ ଅଧିିକ ଟଙ୍କା ଦେବାକୁ ପଡିଥାଏ । ତେବେ ଆପଣ ଯଦି ଲୋନ ନେବାକୁ ଚାହୁଁଛନ୍ତି ତେବେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । 

fallback- ଲୋନ  ନେବା ସମୟରେ ଧ୍ୟାନ ରଖିବେ ଯେପରି ଟଙ୍କାକୁ ସଠିକ ସମୟରେ ଶୁଝିପାରୁଥିବେ । ଅର୍ଥାତ ନିଜ ନିୟମିତ ଆୟରୁ କିଛି ବଞ୍ଚାଇ ସଠିକ ସମୟରେ ସୁଝିବାଲାଗି କ୍ଷମତା ରହିବ ଜରୁରୀ । 
- ଯଦି ଆପଣ ଲୋନ ନେବାକୁ ଚାହୁଁଛନ୍ତି ପ୍ରଥମେ ଆପଣ ଯେଉଁ ସସ୍ଥା ଠାରୁ ଲୋନ ନେବାକୁ ଚାହୁଁଛନ୍ତିି ସେ ସଂସ୍ଥା  ସରକାରୀ ପଞ୍ଜିକୃତ କି ନାହିଁ ଜାଣନ୍ତୁ । ଲୋନ ଦେଉଥିବା କମ୍ପାନୀ କେତେ ପ୍ରତିଶତ ଟଙ୍କାରେ ଲୋନ ଦେଉଛି  ଓ   ଅନ୍ୟ କମ୍ପାନୀ କେତେ ପ୍ରତିଶତ ସୁଧ ଦଉଚି ତାହା ଜାଣିବା ଜରୁରୀ 

- ଲୋନ ନେବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ । ଅନ୍ୟ କାହା କଥାରେ ନ ଭାସି ଲୋନ ନିଅନ୍ତୁ ନାହିଁ । ଆପଣ ଠକାମିର ଶୀକାର ହୋଇ ପାରନ୍ତି ।

- ଏହାସହ ଆପଣ ଲୋନର ଅବଧି ଓ ଇଏମଆଇ ବାବ ଦରେ ମଧ୍ୟ ଭଲଭାବେ ଜାଣି ରଖିବା ଉଚିତ । ସେହଭଳି ଗ୍ୟାରେଣ୍ଟର ଦେଲାବେଳେ ମଧ୍ୟ ଭଲଭାବେ ଚିନ୍ତା କରି ଗ୍ୟାରେଣ୍ଟର ଦେବା ଉଚିତ । ଯେଉଁ ମନେ ଆପଣଙ୍କ ଅସୁବିଧା ସମୟରେ ଆପଣଙ୍କ ସହ ରହିବେ ।
- କୌଣସି ଆକସ୍ମିକ ସ୍ଥିତି ରୁ  ବଞ୍ଚିବା  ଲାଗି ଲୋନ ନେବା ପୂର୍ବରୁ ନିୟମ ବା ସର୍ତ୍ତକୁ ନିଶ୍ଚୟ ପଢନ୍ତୁ ।