ଝାଡ଼'ଖଣ୍ଡ' ଚାହେଁ ମେଣ୍ଟ ସରକାର !
Advertisement

ଝାଡ଼'ଖଣ୍ଡ' ଚାହେଁ ମେଣ୍ଟ ସରକାର !

ହେମନ୍ତ ସୋରେନକୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କଲେଣି ସମର୍ଥକ

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଅପରାହ୍ନ ଗୋଟିଏ ମଧ୍ୟରେ ଫଳାଫଳ ଆସିଯାଇପାରେ । ତେବେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଦେଖିବାକୁ ମିଳିଛି ଜେଏମଏମ ନେତା ହେମନ୍ତ୍ର ସୋରେନଙ୍କୁ ନେଇ ପୋଷ୍ଟର । ଝାଡ଼ଖଣ୍ଡ ମେଣ୍ଟ ସରକାର ଚାହୁଁଥିବା ଏହି ପୋଷ୍ଟରରେ ଲେଖାଅଛି । 

ଏକଜିଟ ପୋଲ ଫଳଫଳା ଜେଏମଏମ ନେତୃତ୍ୱାଧିନ ମେଣ୍ଟକୁ ବଳ ଯୋଗାଇଛି । ଏଥରେ ଝାଡ଼ଖଣ୍ଡରେ ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟ ସରକାର ଆସିବ ବୋଲି ଏକଜିଟ ପୋଲ ଫଳ କହୁଛି । ଆଉ ଏହାକୁ ନେଇ ସମର୍ଥକଙ୍କ ଭିତରେ ଉତ୍ସାହ କହିଲେ ନସରେ । ରାଞ୍ଚିରେ ଦେଖିବାକୁ ମିଳିଛି ମେଣ୍ଟ ସରକାର ନେଇ ପୋଷ୍ଟର । ଝାଡ଼ଖଣ୍ଟ ଏଥର ମେଣ୍ଟ ସରକାର ଚାହୁଁଥିବା ଏଥିରେ ଉଲ୍ଲେଖ ରହିଛି । ସେହିପରି ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଇଛି । 

ପୋଷ୍ଟରରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ବହୁ ସ୍ଥାନୀୟ ନେତା ରହିଥିବା ଦେଖିବାକୁ ମିଳିଛି । ଫଳଫଳ ଆସିବା ପୂର୍ବରୁ ସରକାର ଗଠନ ନେଇ ସମର୍ଥନ ବେଶ ଆଶାବାଦୀ ରହିଛନ୍ତି । 

କାହାର ହେବ ଝାଡଖଣ୍ଡ ? 

ବୁଥ ବହୁଡା ଫଳ ବିଜେପି ସପକ୍ଷରେ ନାହିଁ । ଯଦି ଏକଜିଟ ସତରେ ଆକଜେକ୍ଟ ହୋଇଯାଏ, ତେବେ ୩୦ ଆସନ ଭିତରେ ସୀମିତ ରହିବ ଗେରୁଆ ଦଳ । ଜେଏମଏମ, କଂଗ୍ରେସ ଓ ଆରଜେଡି ମେଣ୍ଟକୁ ବହୁମତ ମିଳିପାରେ କିମ୍ବା ମ୍ୟାଜିକ ନମ୍ବରରୁ କିଛି କମ୍ ଆସନ ମିଳିପାରେ । ସେହିପରି ଝାଡଖଣ୍ଡ ବିକାଶ ମୋର୍ଚ୍ଚା(ପ୍ରଜାତାନ୍ତ୍ରିକ)  ଏବଂ ଅନ୍ୟମାନେ ମଧ୍ୟ କିଛି କିଛି ଆସନ ପାଇ ଗୁରୁତ୍ୱପୂର୍ଣ୍ଣ ଭୂମିତା ତୁଲାଇପାରନ୍ତି । 

ବିଜେପି ଛାତି ଧଡଧଡ 

ଯଦିଓ ଏକଜିଟ ସବୁବେଳେ ଆକଜେକ୍ଟ ହୋଇନଥାଏ, ତଥାପି ବି ବିଜେପି ନେତାଙ୍କ ଛାତି ଧଡଧଡ ! ଏକଜିଟ ପୋଲ ଆସିବା ପରଠୁ ରଘୁବର ସରକାରଙ୍କ ନିଦ ହଜିଯାଇଥିବା ଚର୍ଚ୍ଚା ହେଉଛି । ଏପଟେ କଂଗ୍ରେସ ଓ ଜେଏମଏମ ମ୍ୟାଜିକ ନମ୍ବରକୁ ନେଇ ଚିନ୍ତାରେ ଅଛନ୍ତି । ମେଣ୍ଟକୁ ମ୍ୟାଜିକ ନମ୍ବର ମିଳିବ ନା ଫଳାଫଳ ପରେ ଅନ୍ୟ କିଛି ସ୍ୱାଧୀନ ବିଧାୟକଙ୍କ ସମର୍ଥନ ନେବାକୁ ପଡିବ, ତାକୁ ନେଇ ଏବେ ବି ସସପେନ୍ସ । 

ଫୋକସରେ ପୂର୍ବ ଜାମସେଦପୁର ବିଧାନସଭା ଆସନ

ପୂର୍ବ ଜାମସେଦପୁର ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର । କାରଣ ଏହି ଆସନରୁ ୧୯୯୫ରୁ ନିର୍ବାଚିତ ହୋଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ । ହେଲେ ଏଥର ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ପୂର୍ବ ସହଯୋଗୀ ସର୍ଯ୍ୟୁ ରାୟ। ରଘୁବରଙ୍କୁ ସେ ଏଥର ମାତ ଦେବେ ବୋଲି ଅନୁମାନ କରାଯାଉଛି । ତେବେ ଅପରାହ୍ନ ଗୋଟିଏ ବେଳକୁ ଏସବୁ ସସପେନ୍ସ ଉପରେ ପରଦା ହଟିବ । 

ଆହୁରି ପଢନ୍ତୁ; ଦେଶବାସୀ ମୋଦିଙ୍କୁ ଭଲ ପାଆନ୍ତି, ହେଲେ ମୋଦିଙ୍କ ଡବଲ ଇଞ୍ଜିନ ଫର୍ମୁଲାକୁ ନୁହେଁ !