ଏନପିଆରକୁ ବିରୋଧ
Advertisement
Article Detail0/zeeodisha/odisha615438

ଏନପିଆରକୁ ବିରୋଧ

ସିଏଏ ଓ ଏନଆରସି ପରେ ଏବେ ଏନପିଆରକୁ ନେଇ ବିରୋଧ । ଏନପିଆର ବା ନ୍ୟାସନାଲ ପପୁଲେସନ୍ ରେଜିଷ୍ଟରକୁ ନେଇ ଜୋରଦାର ବିରୋଧ କରିଛନ୍ତି ବିରୋଧି । ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ ଏବଂ ନ୍ୟାସନାଲ ପପୁଲେସନ୍ ରେଜିଷ୍ଟର ମଧ୍ୟରେ କିଛି ସମ୍ପର୍କ ନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଥିଲେ ମଧ୍ୟ ବିରୋଧି ମାନିବାକୁ ନାରାଜ । 

ଏନପିଆରକୁ ବିରୋଧ

ଭୁବନେଶ୍ୱର: ସିଏଏ ଓ ଏନଆରସି ପରେ ଏବେ ଏନପିଆରକୁ ନେଇ ବିରୋଧ । ଏନପିଆର ବା ନ୍ୟାସନାଲ ପପୁଲେସନ୍ ରେଜିଷ୍ଟରକୁ ନେଇ ଜୋରଦାର ବିରୋଧ କରିଛନ୍ତି ବିରୋଧି । ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ ଏବଂ ନ୍ୟାସନାଲ ପପୁଲେସନ୍ ରେଜିଷ୍ଟର ମଧ୍ୟରେ କିଛି ସମ୍ପର୍କ ନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଥିଲେ ମଧ୍ୟ ବିରୋଧି ମାନିବାକୁ ନାରାଜ । 

ଏନପିଆରକୁ ନେଇ ବିରୋଧି ଜୋରଦାର ବିରୋଧ କରୁଥିବାବେଳେ ସମୀକ୍ଷକ କିନ୍ତୁ ଏହାକୁ ଭିନ୍ନ ନଜରରେ ଦେଖିଛନ୍ତି । ଦେଶର ଆର୍ଥିକ ସ୍ଥିତି ଭଲ ନାହିଁ, ଦରଦାମ୍ ବଢି ବଢି ଚାଲିଛି, କର୍ମନିଯୁକ୍ତି ମିଳୁନାହିଁ ଏସବୁ ଉପରୁ ନଜର ହଟାଇବା ପାଇଁ କେନ୍ଦ୍ର ସରକାର ଏନପିଆର ଆଣି ମୁଖ୍ୟ ପ୍ରସଙ୍ଗ ଉପରୁ ନଜର ହଟାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି । 

ସିଟିଜେନସିପ୍ ଆମେଣ୍ଡମେଣ୍ଟ ଆକ୍ଟ ବା ସିଏଏକୁ ନେଇ ଏବେ ଦେଶବ୍ୟାପୀ ନିଆଁ ଜଳୁଛି । ସେପଟେ ସିଏଏ ସହିତ ଏନଆରସିର ସମ୍ପର୍କ ଅଛି ବୋଲି ବିରୋଧି କହିବା ପରେ କେନ୍ଦ୍ର ସରକାର ଏହାକୁ ସାମୟିକ ସ୍ଥଗିତ ରଖିଲେ । ସିଏଏ ହେଉ ବା ଏନଆରସି ଅବା ଏନପିଆର ଏସବୁ ପ୍ରସଙ୍ଗ ଆଣିବା ପୂର୍ବରୁ ଲୋକଙ୍କୁ ବୁଝାଇବାର ଆବଶ୍ୟକତା ରହିଛି । ଜନତାଙ୍କ ଦ୍ୱନ୍ଦ୍ୱ ଦୂର ପାଇଁ ବିସ୍ତୃତ ବିଚାରବିମର୍ଶର ଆବଶ୍ୟକ ବୋଲି ସମୀକ୍ଷକଙ୍କ ମତ । ଏବେ ବିରୋଧି, ଏନପିଆର ଆଧାରରେ ସରକାର ଏନଆରସି ଆଣିବାକୁ ଚାହୁଁଥିବା ଅଭିଯୋଗ କରିଥିବା ବେଳେ ଏହାର ପ୍ରତିକ୍ରିୟା ରଖିଛନ୍ତି ସରକାର । 

ସରକାର କହିଛନ୍ତି ଏନପିଆର ପ୍ରସ୍ତୁତି ବେଳେ ପ୍ରତ୍ୟେକ ନାଗରିକଙ୍କ ବିସ୍ତୃତ ତଥ୍ୟ ରହିବ । ଜଣେ ବ୍ୟକ୍ତି କେଉଁ ସ୍ଥାନରେ କେବେଠାରୁ ରହିଲେଣି, ସେମାନଙ୍କ ବାପା, ମା କେଉଁଠି କେବେ ଠାରୁ ରହୁଛନ୍ତି, ଏସବୁ ତଥ୍ୟ ସାଙ୍ଗକୁ ଆଧାର, ପ୍ୟାନର ତଥ୍ୟ ମଧ୍ୟ ରହିବ । NPRରେ ରହିବାକୁ ହେଲେ ଅତି କମରେ ଗୋଟିଏ ସ୍ଥାନରେ ଛଅ ମାସ ଧରି ରହୁଥିବା ଆବଶ୍ୟକ ।