'ସାର୍ବଜନୀନ ସମ୍ପତ୍ତି ନଷ୍ଟ କରୁଥିବା ଲୋକ ଦେଶର ଶତ୍ରୁ'
Advertisement
Article Detail0/zeeodisha/odisha613262

'ସାର୍ବଜନୀନ ସମ୍ପତ୍ତି ନଷ୍ଟ କରୁଥିବା ଲୋକ ଦେଶର ଶତ୍ରୁ'

ସିଏଏ ହିଂସାକୁ ନେଇ ବଲିଉଡ ଅଭିନେତା କଲେ ଟ୍ୱିଟ...ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଅପିଲ...

ଫାଇଲ ଫଟୋ

ନୂଆଦିଲ୍ଲୀ: ସିଏଏକୁ ବିରୋଧ କରି ବିଭିନ୍ନ ସ୍ଥାନରୁ ହିଂସା ଘଟଣା ସାମ୍ନାକୁ ଆସୁଛି । ଦେଶର ସମ୍ପତ୍ତିକୁ ନଷ୍ଟ କରୁଛନ୍ତି ଆନ୍ଦୋଳନକାରୀ । ପୋଲିସ ଉପରେ ଆକ୍ରମଣ ହେଉଛି । ଆଉ କେଉଁଠି ପଥରମାଡ କରୁଛନ୍ତି ଆନ୍ଦୋଳନକାରୀ । ତେବେ ଏହାରି ଭିତରେ ନିଜର ଏକ ଭିଡିଓ ପୋଷ୍ଟ କରି ଶାନ୍ତି ବୟାଏ ରଖିବା ପାଇଁ ଅପିଲ କରିଛନ୍ତି ବଲିଉଡ ଅଭିନେତା ଅନୁପମ ଖେର । 

ଆନ୍ଦୋଳନରତ ଛାତ୍ରଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ କରିବା ପାଇଁ ସେ କହିଛନ୍ତି । ସେହିପରି ଯେଉଁମାନେ ସିଏଏକୁ ବିରୋଧ ନାଁରେ ରାଷ୍ଟ୍ରୀୟ ସମ୍ପତ୍ତି ନଷ୍ଟ କରୁଛନ୍ତି, ତାଙ୍କ ଉପରେ ବର୍ଷିଛନ୍ତି ଅନୁପମ ଖେର । ଯେଉଁମାନେ ଆନ୍ଦୋଳନ ବେଳେ ରାଷ୍ଟ୍ରୀୟ ସମ୍ପତ୍ତି ନଷ୍ଟ କରୁଛନ୍ତି ତଥା ବସରେ ନିଆଁ ଲଗାଉଛନ୍ତି। ସେମାନେ ଦେଶର ଶତ୍ରୁ ବୋଲି କହିଛନ୍ତି ଏହି ବିଶିଷ୍ଟ ବଲିଉଡ ଅଭିନେତା । 

ସେ  ଆହୁରି ମଧ୍ୟ କହିଛନ୍ତି, ଆମେ ସମସ୍ତେ ଜୀବନ କାଳ ମଧ୍ୟରେ କେଉଁଠି କେଉଁଠି ଆନ୍ଦୋଳନ କରିଛୁ । ଗଣତାନ୍ତ୍ରିକ ଦେଶରେ ବିକ୍ଷୋଭ, ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଉପରେ ଚାପ ପକାଇବା  ଆମ ଅଧିକାର । ମାତ୍ର ଯେଉଁମାନେ ଆନ୍ଦୋଳନ ନାଁରେ ଦେଶର ସମ୍ପତ୍ତି ନଷ୍ଟ କରୁଛନ୍ତି, ତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଅନୁପମ ଖେର । ଏଥିରୁ ନିବୃତ୍ତ ରହିବା ପାଇଁ ଅପିଲ ମଧ୍ୟ କରିଛନ୍ତି । ସେହିପରି ସିଏଏ ଓ ଏନଆରସିକୁ ଭଲ ଭାବରେ ବୁଝିବା ପାଇଁ ସେ କହିଛନ୍ତି । 

ଗତ ରବିବାର ଜାମିଆରେ ବିକ୍ଷୋଭ ବେଳେ  ପୋଲିସ ସହ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନରତ ଛାତ୍ରଛାତ୍ରୀ । ପୋଲିସ ଏହି ସମୟରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ ହୋଇଥିଲା । ଆଉ ଛାତ୍ରଙ୍କ ସମର୍ଥନରେ ଦେଶର ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଥିଲେ । ତେବେ ଏହାକୁ ନେଇ ଅନୁପମ ଖେର ନିଜର ମତାମତ ରଖିଛନ୍ତି । ବିକ୍ଷୋଭ କର, ଏହା ଛାତ୍ରଙ୍କ ଅଧିକାର ।  କିନ୍ତୁ ଶାନ୍ତିପୂର୍ଣ୍ଣ ତରିକାରେ ଏହା ହେବା ଉଚିତ ବୋଲି କହିଛନ୍ତି ଅନୁପମ ଖେର । 

ଆହୁରି ପଢନ୍ତୁ; ଦେଶବାସୀ ମୋଦିକୁ ଭଲ ପାଆନ୍ତି, ହେଲେ ମୋଦିଙ୍କ ଡବଲ ଇଞ୍ଜିନ ଫର୍ମୁଲାକୁ ନୁହେଁ !