ମୋଦି ସରକାରଙ୍କୁ ବଡ ଝଟକା, ପୁଣି ଖସିଲା ଦେଶର ବିକାଶ ଦର
ଖସିଲା ଦେଶର ଅଭିବୃର୍ଦ୍ଧି ହାର । ଏହାକୁ ନିୟନ୍ତ୍ରଣ କରିବାରେ ଫେଲ ମାରିଛନ୍ତି କେନ୍ଦ୍ର ସରକାର । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈୟ ମାସ (ଜୁଲାଇ-ସେପ୍ଟେମ୍ବର)ରେ ମୋଟ ଘରୋଇ ଉତ୍ପାଦ(ଜିଡିପି) ରହିଛି ୪.୫ ପ୍ରତିଶତ ।
Trending Photos
)
ନୂଆଦିଲ୍ଲୀ: ଖସିଲା ଦେଶର ଅଭିବୃର୍ଦ୍ଧି ହାର । ଏହାକୁ ନିୟନ୍ତ୍ରଣ କରିବାରେ ଫେଲ ମାରିଛନ୍ତି କେନ୍ଦ୍ର ସରକାର । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈୟ ମାସ (ଜୁଲାଇ-ସେପ୍ଟେମ୍ବର)ରେ ମୋଟ ଘରୋଇ ଉତ୍ପାଦ(ଜିଡିପି) ରହିଛି ୪.୫ ପ୍ରତିଶତ ।
Government of India: Quarter 2 Gross Domestic Product (GDP) showing a growth rate of 4.5% https://t.co/ysSTQ3rZAH
— ANI (@ANI) November 29, 2019
ଶୁକ୍ରବାର ଏହି ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢି ଯାଇଛି । ଉତ୍ପାଦର କମ ଚାହିଦା, ନିବେଶ, ବିନିର୍ମାଣ କ୍ଷେତ୍ରରେ ଦ୍ରୁତ ଅବନତି ଏବଂ କୃଷି ଉତ୍ପାଦନରେ ହ୍ରାସ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ପୂର୍ବରୁ ୨୦୧୨-୨୦୧୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈୟ ମାସରେ ଜିଡିପି ସର୍ବନିମ୍ନ ୪.୩ ପ୍ରତିଶତ ରହିଥିଲା ।
Former PM Dr Manmohan Singh: GDP figures released today are as low as 4.5%.This is clearly unacceptable. Aspiration of our country is to grow at 8-9%. Sharp decline of GDP from 5% in Q1 to 4.5% in Q2 is worrisome. Mere changes in economic policies will not help revive the economy https://t.co/H5wWrFKket
— ANI (@ANI) November 29, 2019
ପୂର୍ବରୁ ଏସବିଆଇ , ବିଶ୍ୱ ବ୍ୟାଙ୍କ, ଏସିଆଇ ବିକାଶ ବ୍ୟାଙ୍କ, ଆଇସିଡି, ଆରବିଆଇ, ଆଇଏମଏଫ ସମେତ ଅନ୍ୟାନ୍ୟ ବୈଦେଶିକ ଏଜେନ୍ସି ମଧ୍ୟ ଦ୍ୱିତୀୟ ତ୍ରୈୟ ମାସରେ ବିକାଶ ଦର ୫ ପ୍ରତିଶତ ତଳକୁ ଖସିବ ବୋଲି ଅନୁମାନ କରିଥିଲେ । ତେବେ ଏହାକୁ ନିୟନ୍ତ୍ରଣ କରିବା କେନ୍ଦ୍ର ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଚ ପାଲଟିଛି ।
ଆହୁରି ପଢନ୍ତୁ; 'ମହା ବିକାଶ ଅଘାଡି' ଅସାମ୍ବିଧାନିକ ନୁହେଁ: ସୁପ୍ରିମକୋର୍ଟ
More Stories