ପ୍ରିୟଙ୍କାଙ୍କ ସୁରକ୍ଷାରେ ଢିଲା, ଚୌକି ପାଖକୁ ଯାଇ ଯୁବକଙ୍କ ଗୁହାରୀ !
Advertisement
Article Detail0/zeeodisha/odisha616628

ପ୍ରିୟଙ୍କାଙ୍କ ସୁରକ୍ଷାରେ ଢିଲା, ଚୌକି ପାଖକୁ ଯାଇ ଯୁବକଙ୍କ ଗୁହାରୀ !

ପ୍ରିୟଙ୍କା ଗାନ୍ଧୀଙ୍କ ସୁରକ୍ଷାରେ ଢିଲା। କାର୍ଯ୍ୟକ୍ରମରେ ଥିବା ସମୟରେ ତାଙ୍କ ଚେୟାର ନିକଟକୁ ଜଣେ ଯୁବକ ଚାଲି ଯାଇଥିବା ଜଣାପଡ଼ିଛି। ଏପରିକି ତାଙ୍କ ସହିତ କିଛି କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାଟି ଘଟିଛି ଲକ୍ଷ୍ନୌରେ। 

ପ୍ରିୟଙ୍କାଙ୍କ ସୁରକ୍ଷାରେ ଢିଲା

ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀଙ୍କ ସୁରକ୍ଷାରେ ଢିଲା। କାର୍ଯ୍ୟକ୍ରମରେ ଥିବା ସମୟରେ ତାଙ୍କ ଚେୟାର ନିକଟକୁ ଜଣେ ଯୁବକ ଚାଲି ଯାଇଥିବା ଜଣାପଡ଼ିଛି। ଏପରିକି ତାଙ୍କ ସହିତ କିଛି କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାଟି ଘଟିଛି ଲକ୍ଷ୍ନୌରେ। 

ଆଜି କଂଗ୍ରେସର 135 ତମ ପ୍ରତିଷ୍ଠା ଦିବସ ଅବସରରେ ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ନୌ ଯାଇଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇ ବରିଷ୍ଠ ନେତାଙ୍କ ମଧ୍ୟରେ ମଞ୍ଚ ଉପରେ ବସିଥିଲେ। ଏହି ସମୟରେ ଭିଡ଼ ମଧ୍ୟରୁ ଜଣେ ଯୁବକ ବାହାରି ଆସି ତାଙ୍କ ଚୌକି ନିକଟକୁ ଯିବାକୁ ଉଦ୍ୟମ କରିଥିଲେ ଓ ତାଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିଥିଲେ। 

ତେବେ ଉକ୍ତ ଯୁବକ ଅଧିକ ନିକଟତର ହେବା ପୂର୍ବରୁ ହିଁ ସେଠାରେ ଥିବା ସୁରକ୍ଷାକର୍ମୀମାନେ ତାଙ୍କୁ ହଟାଇବାକୁ ପ୍ରୟାସ କରିଥିଲେ। ମାତ୍ର ପ୍ରିୟଙ୍କା ଉକ୍ତ ଯୁବକଙ୍କୁ ଛାଡ଼ିବାକୁ ସୁରକ୍ଷାକର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଉକ୍ତ ଯୁବକଙ୍କ ଅଭିଯୋଗ ପ୍ରିୟଙ୍କା ଶୁଣିଥିବା ଜଣାପଡ଼ିଛି। ଏହି ସମୟରେ ପ୍ରିୟଙ୍କାଙ୍କ ନିକଟରେ ପୂର୍ବତନ ମନ୍ତ୍ରୀ ସଲମାନ ଖୁର୍ସିଦ ଉପସ୍ଥିତ ଥିଲେ। 

 

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଗାନ୍ଧୀ ପରିବାରର ସୁରକ୍ଷା ଦାୟିତ୍ୱରୁ ଏସପିଜିକୁ ହଟାଇ ଦିଆଯାଇ ଜେଡ଼ ପ୍ଲସ ସିକ୍ୟୁରିଟିକୁ ଲାଗୁ କରାଯାଇଥିଲା। ତେବେ ଏହି ସୁରକ୍ଷା ଲାଗୁ ହେବା ପରେ ଏହା ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ଅନ୍ୟ ଜଣେ ଯୁବକ କାର ଚଳାଇ ତାଙ୍କ ଘରେ ପଶିଯାଇଥିଲା। ଏନେଇ ପ୍ରିୟଙ୍କା ଏକ ବୈଦୁତିକ ଗଣମାଧ୍ୟମକୁ ସାକ୍ଷାତ କାର ଦେଇ ଏହି ସୂଚନା ଦେଇଥିଲେ। ସେ କହିଥିଲେ କି ଏହି ଘଟଣା 25 ନଭେମ୍ବରର।କାର୍ଯ୍ୟାଳୟରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କ ଅପରାଗତା ସମ୍ପର୍କରେ ସେ ପ୍ରଶ୍ନ ଉଠାଇଥିଲେ। 

ସୂଚନାଯୋଗ୍ୟ ଗତ ନଭେମ୍ବର ମାସରେ ଜଣେ ବାଳିକାଙ୍କ ସହିତ 5 ଜଣ ଲୋକ କାର ମାଧ୍ୟମରେ ପ୍ରିୟଙ୍କା ଘରକୁ ପଶି ଯାଇଥିଲେ। ତାଙ୍କ ବଗିଚା ନିକଟରେ କାରକୁ ରଖି ଉକ୍ତ ଲୋକମାନେ କଂଗ୍ରେସ ନେତାଙ୍କ ସହିତ ଫଟୋ ଉଠାଇବାକୁ କହିଥିଲେ। ଏହି ଘଟଣାକୁ ନେଇ ପ୍ରିୟଙ୍କା ଚିନ୍ତା ଗ୍ରସ୍ତ ହୋଇ ପଡ଼ିଥିଲେ। ତେବେ କାରରେ ଯାଇଥିବା ଉକ୍ତ ଲୋକମାନେ ଗୋଟିଏ ପରିବାରର ଏବଂ ସେମାନେ ଉତ୍ତର ପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଥିଲା।