ମୁଁ ଚୀନ ଯାଉଛି, କରୋନା ମାରିକି ଫେରିବି...
Advertisement

ମୁଁ ଚୀନ ଯାଉଛି, କରୋନା ମାରିକି ଫେରିବି...

କରୋନା ମାରିବା ପାଇଁ ଭାରତରୁ ଚୀନ ଗଲେ ରାକ୍ଷୀ ସାୱନ

ଫାଇଲ ଫଟୋ

ହିଂମାଶୁ ଶେଖର ସାମଲ, ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ୱରେ କୋରୋନା ଭାଇରସର ଆତଙ୍କ ବଢିବାରେ ଲାଗିଛି । ଏହାକୁ ନେଇ ଅନେକ ସ୍ଥାନରେ ଆଲର୍ଟ ମଧ୍ୟ ଜାରି କରାଯାଇଛି। କୋରୋନା ଭାଇରସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସଷ୍ଟି ହୋଇଛି ।

ଏଥି ମଧ୍ୟରେ ବିବାଦୀୟ ବଲିଉଡ ଡ୍ୟାନ୍ସର ରାକ୍ଷୀ ସାୱନ୍ତଙ୍କ କୋରୋନା ଭାଇରସକୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏକ ବିମାନରେ ବସି ରାକ୍ଷୀ କହିଛନ୍ତି, 'ମୁଁ ବର୍ତ୍ତମାନ ଚୀନ ଗସ୍ତ କରୁଛି, ସେଠାରୁ କୋରୋନା ଭାଇରସ ଶେଷ କରି ଫେରିବି । ମୋ ସହ ଅନେକ ଲୋକମାନେ ରହୁଛନ୍ତି । ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ, ଯେମିତି ମୁଁ ସୁରକ୍ଷିତ ଭାରତ ଫେରିଆସେ।'

ଚୀନ ସରକାରଙ୍କ କହିବା ଅନୁସାରେ, କୋରୋନା ଭାଇରସର ମୃତ୍ୟୁ ସଂଖ୍ୟା ୪୨୫ରେ ପହଞ୍ଚିଛି । ଏଥିମଧ୍ୟରେ ସୋମାବର ହିଁ ୬୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି ରୋଗ ଦ୍ୱାରା ୧୪ ହଜାରରୁ ଅଧିକ ଲୋକମାନେ ସଂକ୍ରମଣର ଶିକାର ହୋଇଥିବା ସୂଚନା ରହିଛି ।
ଏଥିମଧ୍ୟରେ ଭାରତର କେରଳରେ ତୃତୀୟ କୋରୋନା ଭାଇରସ ରୋଗୀ ଚିହ୍ନଟ ହୋଇଛି। ଏହି ସମସ୍ତ ରୋଗୀ ନିକଟରୁ ଚୀନରୁ ଫେରିଥିବା ଜଣାପଡ଼ିଛି । ସମସ୍ତ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିବା ସହ, ସେମାନଙ୍କୁ ଏକ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ଦେଶରେ କୋରୋନା ଭାଇରସ ସଂକ୍ରମଣ ହେବା ପରେ ଲୋକଙ୍କୁ ସଚେତନତା ରହିବା ପାଇଁ ଲୋକଙ୍କୁ କୁହାଯାଇଛି । ଏଥିମଧ୍ୟରେ ଲୋକମାନେ ଏହି ରୋଗକୁ ନେଇ ସଚେତନତା ସୃଷ୍ଟି କରୁଛନ୍ତି ।

ଆହୁରି ପଢ଼ନ୍ତୁ; ଚୀନର ବିଷାକ୍ତ ପରୀକ୍ଷଣରୁ କରୋନା ଭାଇରସର ଜନ୍ମ !