ନିଜ ଡାଏଟ୍ ଚାଟରେ ହ୍ୱାଇଟ୍ ବ୍ରେଡକୁ ରଖିଛନ୍ତି କି? ସାବଧାନ୍ !
Advertisement

ନିଜ ଡାଏଟ୍ ଚାଟରେ ହ୍ୱାଇଟ୍ ବ୍ରେଡକୁ ରଖିଛନ୍ତି କି? ସାବଧାନ୍ !

ଆପଣ ହ୍ୱାଇଟ ବ୍ରେଡ ଅଧିକ ଖାଉଛନ୍ତି କି ? ସ୍କୁଲ କିମ୍ବା ଅଫିସ୍ ଟିଫିନ ପାଇଁ ହ୍ୱାଇଟ ବ୍ରେଡକୁ ବ୍ୟବହାର କରୁନାହାଁନ୍ତି ତ ? ସାବଧାନ ! ବିଭିନ୍ନ ରୋଗର ଶିକାର ହୋଇପାରନ୍ତି ଆପଣ....

ପ୍ରତୀକାତ୍ମକ ଫଟୋ

ତପସ୍ୱିନୀ ମହାଲିକ୍: ଅଧିକାଂଶ ଭାରତୀୟ ବ୍ରେକଫାଷ୍ଟରେ ହ୍ୱାଇଟ୍ ବ୍ରେଡକୁ ପସନ୍ଦ କରିଥାନ୍ତି । ସ୍କୁଲ ଟିଫିନ, ଅଫିସ୍ ଟିଫିନ୍ ପାଇଁ ଆମେ ହ୍ୱାଇଟ୍ ବ୍ରେଡକୁ ପସନ୍ଦ କରିଥାଉ । ସମୟ ବଞ୍ଚାଇବା ପାଇଁ ହେଉ କିମ୍ବା ସମୟ ଅଭାବ, ହେଲେ ଏହା ହିଁ ସତ । ଅନେକ ଲୋକଙ୍କର ସକାଳର ଆରମ୍ଭ ବ୍ରେଡ୍-ବଟର, ବ୍ରେଡ-ଜାମ, ବ୍ରେଡ୍ ଅମ୍ଲେଟ୍, ସାଣ୍ଡୱିଚ୍ଚ୍ ଇତ୍ୟାଦିରୁ ହିଁ ହୋଇଥାଏ । କିନ୍ତୁ ଆପଣମାନେ ଏହି ହ୍ୱାଅଟ୍ ବ୍ରେଡର ଅପକାରିତା ବିଷୟରେ ଜାଣିବା ପରେ, ନିଜ ଡାଇଟ୍ ଚାଟରୁ ଏହାକୁ ଦୁରେଇ ରଖିବେ । ଖାସ୍ କରି ମହିଳାଙ୍କ ପାଇଁ ଏହା ଅଧିକ କ୍ଷତିକାରକ । 

fallback

ନିକଟଣେ ଏକ ଗବେଷଣା ସଂସ୍ଥା ୫୦ ହଜାର ମହିଳାଙ୍କୁ ନେଇ ଏକ ସର୍ଭେ କରିଥିଲା । ଆଉ ଏହି ସର୍ଭେରୁ ଜଣା ପଡ଼ିଥାଲା କି ହ୍ୱାଇଟ୍ ବ୍ରେଡ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଅଟେ ।  ବିଶେଷଜ୍ଞଙ୍କ ମତ ଅନୁଯାଇ ହ୍ୱାଇଟ୍ ବ୍ରେଡ ଶରୀରର ସୁଗାର ମାତ୍ରା ଅଧିକ ବଢ଼ାଇ ଦେଇଥାଏ ଏବଂ ଶରୀରରୁ ଏକ ପ୍ରକାର ହରମୋନ୍ ରିଲିଜ ହୋଇଥାଏ ।  ଏହି ହରମୋନ୍ ରିଲିଜ ହେବା ଫଳରେ କମ ନିଦ ହୋଇଥାଏ, ଏହା ଛଡ଼ା ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଜାଗର ରହିବାକୁ ବାଧ୍ୟ ହୋଇଥାନ୍ତି । ଏହି ରୋଗକୁ ଇଂସମେନିୟା କୁହାଯାଏ । 

fallback

ଖାଲି ଏତିକି ନୁହେଁ,  ହ୍ୱାଇଟ୍ ବ୍ରେଡ ଖାଇବା ଦ୍ୱାରା ମୋଟାପଣର ଶିକାର ମଧ୍ୟ ହୋଇପାରନ୍ତି । କଥା ହେଉଛି ଯେ ହ୍ୱାଇଟ୍ ବ୍ରେଡ ଅତ୍ୟଧିକ ଖାଇବା ଦ୍ୱାରା ଯେଉଁ ହରମୋନ ରିଲିଜ ହୋଇଥାଏ, ସେଥିପାଇଁ ଅତ୍ୟଧିକ ଭୋକ ମଧ୍ୟ ଲାଗିଥାଏ ।  ତେଣୁ ଅଧିକ ଭୋକ ଲାଗିବା କାରଣରୁ ଲୋକେ ଅଧିକ ମାତ୍ରାରେ ମନ ଇଚ୍ଛା ଖାଦ୍ୟ ଖାଇଥାନ୍ତି । ଆଉ ଦେଖୁ ଦେଖୁ ମୋଟାପଣର ଶିକାର ମଧ୍ୟ ହୋଇଯାଆନ୍ତି । ଆପଣ ଯଦି ଆପଣଙ୍କ ଡେଲି ଡାଇଟ୍ ଚାଟରେ ହ୍ୱାଇଟ୍ ବ୍ରେଡକୁ ରଖିଛନ୍ତି, ତେବେ ସାବଧାନ । 

fallback

 

ଆହୁରି ପଢନ୍ତୁ; ଚାଲ ସାଥୀ ହୋଇ ବାହା ହେବା।।।