ଗୁରୁବାର ବନ୍ଦ ଡାକରା ଦେଇଥିଲେ କଂଗ୍ରେସ ଓ ବାମଦଳ
Trending Photos
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ । ଗୁରୁବାର ଏନେଇ ବିହାର ବନ୍ଦ ଡାକରା ଦେଇଥିଲେ କଂଗ୍ରେସ ଓ ବାମଦଳ । ସେହିପରି ଆସନ୍ତାକାଲି ବିହାର ବନ୍ଦ ଡାକରା ଦେଇଛି ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) । ଏହି ଆଇନ ଧର୍ମ ଧର୍ମ ଭିତରେ ବିଭାଜନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସିଛି ବୋଲି ଅଭିଯୋଗ କରିଛି ଦଳ ।
ନାଗରିକତା ସଂଶୋଧନ ଆଇନ ଅସାମ୍ବିଧାନିକ ବୋଲି କହିଛନ୍ତି ଦଳର ନେତା ତେଜସ୍ୱୀ ଯାଦବ । ଏହା ଅମାନବିକ । କେବଳ ମୁସଲମାନ ଭାଇ ଭଉଣୀମାନଙ୍କୁ ନାଗରିକତାରୁ ବାଦ ଦେବା ସରକାରଙ୍କ କେଉଁ ପ୍ରକାର ଉଦ୍ଦେଶ୍ୟ, ତାକୁ ନେଇ ପ୍ରଶ୍ନ କରିଛନ୍ତି ତେଜସ୍ୱୀ । ଆଉ ଏନେଇ ଆସନ୍ତାକାଲି ଅର୍ଥାତ ଶନିବାର ବିହାର ବନ୍ଦ ଡାକରା ଦେଇଛି ଆରଜେଡି ।
Tejashwi Yadav, RJD: We have called a bandh in Bihar on December 21 against the #CitizenshipAmendmentAct. The act is unconstitutional and against humanity. It has exposed the divisive character of BJP. pic.twitter.com/QW0haUoqo3
— ANI (@ANI) December 20, 2019
ସେପଟେ ଗୁରୁବାର ବିହାର ବନ୍ଦ ଡାକରା ଦେଇଥିଲେ କଂଗ୍ରେସ ଓ ବାମଦଳ । ସିଏଏ ଏବଂ ଏନଆରସିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିଲା । ଏହାର ପ୍ରଭାବ ମଧ୍ୟ ପ୍ରାୟତଃ ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥିଲା । ତେବେ ଜନ ଅଧିକାର ପାର୍ଟି(ଲୋକତାନ୍ତ୍ରୀକ) ନେତା ପପ୍ପୁ ଯାଜବ, ସିପିଆଇ ନେତା କହ୍ନେୟା କୁମାର ସମେତ ବହୁ ନେତାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।
ଆହୁରି ପଢନ୍ତୁ; ବିକ୍ଷୋଭକାରୀ ବି ଦେଶକୁ ପ୍ରଚୁର ଭଲ ପାଆନ୍ତି, ପ୍ରମାଣ କରିଦେଲେ ଡିସିପି