ଆଜି ବିହାର ବନ୍ଦ, ଖୋଲା ଦେହରେ ବିକ୍ଷୋଭ ପ୍ରଦର୍ଶନ
Advertisement
Article Detail0/zeeodisha/odisha613231

ଆଜି ବିହାର ବନ୍ଦ, ଖୋଲା ଦେହରେ ବିକ୍ଷୋଭ ପ୍ରଦର୍ଶନ

ଆଜି ବିହାର ବନ୍ଦ । ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଏହି ବନ୍ଦ ଡାକରା ଦେଇଛି । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବନ୍ଦ ଡାକରା ଦେଇଛି ଦଳ । ବିଭିନ୍ନ ସ୍ଥାନରେ ପ୍ରତିବାଦ କରୁଛନ୍ତି ଦଳୀୟ କାର୍ଯ୍ୟକର୍ତ୍ତା । ଗୁରୁବାର ବାମଦଳ ଓ କଂଗ୍ରେସ ମଧ୍ୟ ବିହାର ବନ୍ଦ କରିଥିଲେ । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଆଜି ବିହାର ବନ୍ଦ । ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଏହି ବନ୍ଦ ଡାକରା ଦେଇଛି । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବନ୍ଦ ଡାକରା ଦେଇଛି ଦଳ । ବିଭିନ୍ନ ସ୍ଥାନରେ ପ୍ରତିବାଦ କରୁଛନ୍ତି ଦଳୀୟ କାର୍ଯ୍ୟକର୍ତ୍ତା । ଗୁରୁବାର ବାମଦଳ ଓ କଂଗ୍ରେସ ମଧ୍ୟ ବିହାର ବନ୍ଦ କରିଥିଲେ । 

ସମଗ୍ର  ଦେଶରେ ସିଏଏକୁ ବିରୋଧ କରି ପ୍ରତିବାଦ କରାଯାଉଛି । ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ମଧ୍ୟ ସାମନାକୁ ଆସୁଛି । ଏହାରି ଭିତରେ ଆଜି ବିହାର ବନ୍ଦ ଡାକରା ଦେଇଛି ଆରଜେଡି । ରାଜ୍ୟର ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସିଏଏକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି ହେଉଛି । 

ଶୀତ ସକାଳରେ ଖୋଲା ଦେହରେ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଆଜି  ଏଭଳି କିଛି ଦୃଶ୍ୟ ବିହାରର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି । ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି କର୍ମୀ । କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧୀ ନାରା ଦେଉଛନ୍ତି ବିକ୍ଷୋଭକାରୀ । ବନ୍ଦ ଯୋଗୁଁ ଗାଡି ଚଳାଚଳ ଠପ୍ ହୋଇଯାଇଛି । ଦୋକାନ ବଜାର ମଧ୍ୟ ରହିଛି । 

ଆହୁରି ପଢନ୍ତୁ; ଦେଶବାସୀ ମୋଦିକୁ ଭଲ ପାଆନ୍ତି, ହେଲେ ମୋଦିଙ୍କ ଡବଲ ଇଞ୍ଜିନ ଫର୍ମୁଲାକୁ ନୁହେଁ !