ବସ୍ ଧକ୍କାରେ ୩ ଖେଳାଳି ମୃତ
Advertisement

ବସ୍ ଧକ୍କାରେ ୩ ଖେଳାଳି ମୃତ

ସୁନ୍ଦରଗଡ଼ କୁତ୍ରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସ୍କୁଟିକୁ ପିଟିଲା ବସ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଫୁଟବଲ ଖେଳି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ସ୍ୱାଭାବିକ କରିଛି । 

ପ୍ରତୀକାତ୍ମକ ଫଟୋ

ରାଉରକେଲା: ସୁନ୍ଦରଗଡ଼ କୁତ୍ରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସ୍କୁଟିକୁ ପିଟିଲା ବସ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଫୁଟବଲ ଖେଳି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ସ୍ୱାଭାବିକ କରିଛି । 

ସୂଚନା ଅନୁସାରେ, ରବିବାର କୁତ୍ରା ବ୍ଲକ୍ ଲକ୍ଷ୍ମୀପୋଷ ନିକଟରେ ଏହି ଦୁର୍ଘଟଣା ଘଟିଛି । ୩ ଖେଳାଳି ଏକ ସ୍କୁଟିରେ ଯାଉଥିବା ବେଳେ 'ପବନ ପୁତ୍ର'  ନାମକ ଏକ ଘରୋଇ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟଜଣଙ୍କୁ ଡାକ୍ତରଖାନା ନେଉଥିବା ବେଳେ ମୃତ୍ୟୁ ହୋଇଛି ।  ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ତାଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି ।

ସେପଟେ ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳରେ ରାଜଗାଙ୍ଗପୁର ଏସଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ସ୍ଥିତି ସ୍ୱାଭାବିକ ହୋଇଛି । 

ଅନ୍ୟପଟେ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । କାହିଁକି ଏତେବଡ ଦୁର୍ଘଟଣା ଘଟିଲା, ସେନେଇ ତଦନ୍ତ ଆରମ୍ଭ ହୋଇଛି । 

ଆହୁରି ପଢନ୍ତୁ; TikTokର ଜଲୱା, ଭିଡିଓ ପରେ ଏବେ ଗୀତ ବଜାରକୁ କବ୍ଜା !