କୋରୋନା ଆକ୍ରାନ୍ତଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇବ ରୋବର୍ଟ
Advertisement
Article Detail0/zeeodisha/odisha662778

କୋରୋନା ଆକ୍ରାନ୍ତଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇବ ରୋବର୍ଟ

ଚେନ୍ନାଇ ଷ୍ଟାନଲି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କୋରୋନା ଆକ୍ରାନ୍ତ ଏବଂ ସନ୍ଦିଗ୍ଧଙ୍କ ପାଇଁ ଏହି ବ୍ୟବସ୍ଥା ହୋଇଛି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: କୋରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କୁ ଖାଦ୍ୟ ଏବଂ ଔଷଧ ଦେବା ପାଇଁ ରୋବର୍ଟର ବ୍ୟବହାର ହେବ । ରୋବର୍ଟ ମାଧ୍ୟମରେ ରୋଗୀଙ୍କ ପାଖକୁ ପହଞ୍ଚିବ ଆବଶ୍ୟକ ଜିନିଷ । ଫଳରେ ନର୍ସ ଏବଂ ଅନ୍ୟ କର୍ମଚାରୀ ସଂକ୍ରମଣ ଆଶଙ୍କାରୁ ନିଶ୍ଚିତ ଦୂରେଇ ରହିପାରିବେ । ତାମିଲନାଡୁ ଚେନ୍ନାଇର ଏକ ସରକାରୀ ମେଡିକାଲରେ ଏବେ ଏପରି ବ୍ୟବସ୍ଥା କରାଯାଇଛି । 

ଚେନ୍ନାଇ ଷ୍ଟାନଲି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କୋରୋନା ଆକ୍ରାନ୍ତ ଏବଂ ସନ୍ଦିଗ୍ଧଙ୍କ ପାଇଁ ଏହି ବ୍ୟବସ୍ଥା ହୋଇଛି । ଏଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ରୋବର୍ଟ ମାଧ୍ୟମରେ ଖାଦ୍ୟ ଓ ଔଷଧ ପହଞ୍ଚାଇବାକୁ ରବର୍ଟକୁ ନିୟୋଜିତ କରାଯାଇଛି ।