ସ୍ୱାସ୍ଥ୍ୟ ପାଇଁ କ୍ଷତିକାର ହୋଇପାରେ ଦୀର୍ଘ ସମୟ ରୁମ୍ ହିଟର ବ୍ୟବହାର
Advertisement
Article Detail0/zeeodisha/odisha614310

ସ୍ୱାସ୍ଥ୍ୟ ପାଇଁ କ୍ଷତିକାର ହୋଇପାରେ ଦୀର୍ଘ ସମୟ ରୁମ୍ ହିଟର ବ୍ୟବହାର

 ଯଦି ଆପଣ ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବାକୁ ରୁମ୍ ହିଟର କିମ୍ୱା ବ୍ଲୋଅରର ବ୍ୟବହାର କରୁଛନ୍ତି ଏହି ଖବରକୁ ନିଶ୍ଚୟ ପଢ଼ନ୍ତୁ

ସ୍ୱାସ୍ଥ୍ୟ ପାଇଁ କ୍ଷତିକାର ହୋଇପାରେ ଦୀର୍ଘ ସମୟ ରୁମ୍ ହିଟର  ବ୍ୟବହାର

ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ : ଶୀତରୁ ରକ୍ଷା ପାଇବା ପାଇଁ  ଲୋକମାନେ ଘରେ ରୁମ୍ ହିଟର ଏବଂ ବ୍ଲୋଅର ବ୍ୟବହାର କରନ୍ତି । ଏହା ଉପରେ ଉଚିତ୍ ଧାରଣା ନଥିଲେ ଏହାର ମାତ୍ରାଧିକ ବ୍ୟବହାର ମୃତ୍ୟୁ ମୁଖକୁ ଟାଣିନେଇଥାଏ । ସେଥିପାଇଁ ରୁମ୍ ହିଟର ଏବଂ ବ୍ଲୋଅରର ବ୍ୟବହାର ଅତି ସାବଧାନ ସହକାରେ କରିବା ଉଚିତ୍।   

ଶୀତଦିନେ ତାପମାତ୍ରା କମିବା ସହିତ ଥଣ୍ଡା ବଢ଼ିଥାଏ । ଏହାଫଳରେ ଆପଣଙ୍କର ଦୈନନ୍ଦିନ କାମକୁ ପ୍ରଭାବିତ କରିଥାଏ । ଏପରିସ୍ଥଳେ ଥଣ୍ଡାରୁ ରକ୍ଷା ପାଇବା ଲାଗି ଅଧିକ ଶୀତବସ୍ତ୍ର ପିନ୍ଧିଥାନ୍ତି। ସେହିପରି କେତେକ ଲୋକେ ବ୍ଲୋଅର ଏବଂ ରୁମ୍‌ ହିଟର ବ୍ୟବହାର କରିଥାନ୍ତି ।  ହିଟର ବା ବ୍ଲୋଅର ସାମ୍ନାରେ ଆସିବା ପରେ ଆପଣଙ୍କୁ ଆରାମ ତ ମିଳିଥାଏ, କିନ୍ତୁ ଆପଣ ଜାଣିଛନ୍ତି କି ଏହା ଆପଣଙ୍କ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ କ୍ଷତିକାରକ  ହୋଇଥାଏ । ଯଦି ଆପଣ ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବାକୁ ରୁମ୍ ହିଟର କିମ୍ୱା ବ୍ଲୋଅରର ବ୍ୟବହାର କରୁଛନ୍ତି ଏହି ଖବରକୁ ନିଶ୍ଚୟ ପଢ଼ନ୍ତୁ, ରାତି ସମୟରେ ଶୋଇବା ଘର ଭିତରେ ରୁମ୍ ହିଟର କିମ୍ୱା ବ୍ଲୋଅର କିପରି ସଠିକ  ପ୍ରୟୋଗ କରିବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ  ।

ରୁମ୍ ହିଟର ଏବଂ ବ୍ଲୋଅର ଚଳାଇବା ଦ୍ୱାରା ଆଖପାଖ ପରିବେଶରୁ ଅମ୍ଳଜାନକୁ ଜଳାଇଦେଇଥାଏ । ଅଧିକ ସମୟ ଧରି ପ୍ରୟୋଗ କଲେ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥାଏ । ହିଟର ପାଖରେ କାଗଜ, କମ୍ବଳ‌, କାଠରେ ତିଆରି କୌଣସି ଜିନିଷ ରଖନ୍ତୁ ନାହିଁ । ଅଧିକ ଯିବା ଆସିବା କରାଯାଉଥିବା ସ୍ଥାନରେ ହିଟର ରଖନ୍ତୁ ନାହିଁ ।  ହିଟର ପାଖରେ ବସି ନ ଥିବାବେଳେ ଏହାକୁ ବନ୍ଦ ରଖନ୍ତୁ । କୋଠରି ବନ୍ଦ ରଖି ହିଟର ଅନ୍‌ କରନ୍ତୁ ନାହିଁ । ନଚେତ୍‌ ଏଥିରୁ ନିର୍ଗତ କାର୍ବୋନ୍‌ ମନୋକ୍ସାଇଡ୍‌ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ବିଛଣାକୁ ଗଲାବେଳେ ହିଟର ଅନ୍‌ କରି ଶୁଅନ୍ତୁ ନାହିଁ । ନଚେତ୍‌ ଶ୍ବାସ ରୋକି ଯାଇପାରେ । ଛୋଟ ପିଲା ଏବଂ ବରିଷ୍ଠ ନାଗରିକଙ୍କୁ ଏହାଠାରୁ ଦୂରେଇ ରଖିବା ଉଚିତ୍ ।  ଥଣ୍ଡାରୁ ରକ୍ଷା ପାଇବାକୁ ଅନେକଙ୍କ ଘରେ ରୁମ୍ ହିଟର ଏବଂ ବ୍ଲୋଅର ବ୍ୟବହାର ଆରମ୍ଭ ହୋଇଯାଇଥାଏ ।   ଯଦି ଆପଣ ଏହାକୁ ବ୍ୟବହାର କରୁଛନ୍ତି ତ, ଦୀର୍ଘ ସମୟ ପାଁଇ  ନ ଚଳାଇ ମଝିରେ ମଝିରେ ଏହାକୁ ବନ୍ଦ କରିଦିଅନ୍ତୁ ।  ଏପରି କରିବା ଦ୍ୱାରା ଅମ୍ଳଜାନ ସମସ୍ୟା କମ୍ ହେବା ସହ ବିଦ୍ୟୁତ୍ ବଞ୍ଚାଯାଇପାରିବେ।   

ରୁମ୍ ହିଟର ଦ୍ୱାରା ଗରମ ପବନ ବାହାରିଥାଏ । ଏହା ଦୀର୍ଘ ସମୟ ଧରି ବାହାରିବା ଦ୍ୱାରା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହେବା ସତ୍ପନ୍ନ ହୋଇଥାଏ । ଏହି ଗ୍ୟାସ୍ କାର୍ବନ ଡାଇଅକ୍ସସାଇଡ୍ ଠାରୁ ମଧ୍ୟ ଅଧିକ କ୍ଷତିକାରକ ହୋଇଥାଏ । ଏହାର ସମ୍ପର୍କରେ ଆସିବା ଦ୍ୱାରା ଅଣନିଶ୍ୱାସୀ ହୋଇ ମୃତ୍ୟୁ ହୋଇପାରେ ।  କାରଣ ଏହି ଗ୍ୟାସ୍ ଶରୀରର ଅମ୍ଳଜାନ ପହଞ୍ଚାଉଥିବା ରେଡ୍ ବ୍ଲଡ୍ ସେଲ୍ସ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଯାହାଦ୍ୱାରା ମୁଣ୍ଡ ବ୍ୟଥା, ନିଶ୍ୱାସ ନେବାରେ ସମସ୍ୟା ଦେଖାଦେବା । ଭୟଭିତ ହୋଇପଡ଼ିବା, ମନେରଖିବାରେ ସମସ୍ୟା ଦେଖାଦେବା  । ପେଟରେ ଯନ୍ତ୍ରଣା , ହାର୍ଟ ବେଗ ବଢ଼ିଯିବା ପରି ସମସ୍ୟା ଦେଖାଦେଇଥାଏ । ଏଥିପାଇଁ  ଆବଶ୍ୟକ  ମୁତାବକ ରୁମ୍ ହିଟର କିମ୍ୱା ବ୍ଲୋଅର ଚଲାନ୍ତୁ ।  ଘର କବାଟ କିମ୍ୱା ଝରକା ଖୋଲା ରଖନ୍ତୁ, ଯାହା ଦ୍ୱାରା  ବାୟୁ ଯାଅ ଆସ କରିବ। ଶୋଇବା ଘରେ ଭେଣ୍ଟିଲେସନ୍ ସଠିକ୍ ରହିବାକୁ ଧ୍ୟାନ ଦିଅନ୍ତୁ।

fallbackଯେଉଁ ଲୋକମାନଙ୍କର ହୃଦ୍‌ରୋଗ, ଶ୍ବାସରୋଗ କିମ୍ବା କାଶ ଭଳି ସମସ୍ୟା ରହିଛି, ସେମାନଙ୍କୁ ବ୍ଲୋଅର ବ୍ୟବହାର କରିବା ଉଚିତ ନୁହେଁ ।  କୋଠରିରେ ଗରମ ପାଣି ରଖନ୍ତୁ। ଯାହାଫଳରେ ବ୍ଲୋଅର କାରଣରୁ ପବନ ଶୁଷ୍କ ହେବ ନାହିଁ ।  ହିଟର ଚର୍ମ ପାଇଁ ମଧ୍ୟ ଠିକ୍‌ ନୁହେଁ ।  ହିଟର ସାମ୍ନାରେ ଦୀର୍ଘ ସମୟ ଯାଏ ବସିବା ଫଳରେ ଚର୍ମ ଶୁଷ୍କ ହୋଇଯାଏ। ଫଳରେ ଚର୍ମ କୁଣ୍ଡାଇ ହୋଇପାରେ ।  ଏହାବ୍ୟତୀତ ରୁମ୍‌ ହିଟର ଆଖି ଶୁଷ୍କ ହେବା ସହ ଆଖି ପୋଡ଼ିପାରେ ।  ଯଦି ଆପଣଙ୍କୁ ହିଟର କିମ୍ବା ବ୍ଲୋଅର ସାମ୍ନାରେ ବସିବାକୁ ବାଧ୍ୟ ହେଉଛନ୍ତି, ତେବେ ହାଲୁକା ଉଷୁମ ପାଣି ପିଅନ୍ତୁ ।  ଏହାବ୍ୟତୀତ ଚା’ କଫି, ସୁପ୍‌ ଆଦି ପିଅନ୍ତୁ ।  ଚର୍ମରେ ମଏଶ୍ଚରାଇଜର ଲଗାନ୍ତୁ ।