ପରିବାର ସହ ନିଜ ଜନ୍ମଦିନ ପାଳନ କଲେ ସଲମାନ ଖାନ
Advertisement

ପରିବାର ସହ ନିଜ ଜନ୍ମଦିନ ପାଳନ କଲେ ସଲମାନ ଖାନ

ବଲିଉଡ ଦବଙ୍ଗ ସଲମାନ ଆଜି ୫୩ ବର୍ଷରେ ପଦାର୍ପଣ କରିଛନ୍ତି ।

ପରିବାର ସହ ନିଜ ଜନ୍ମଦିନ ପାଳନ କଲେ ସଲମାନ ଖାନ

ମୁମ୍ବାଇ: ବଲିଉଡ ଦବଙ୍ଗ ସଲମାନ ଆଜି ୫୩ ବର୍ଷରେ ପଦାର୍ପଣ କରିଛନ୍ତି । ପ୍ରତିବର୍ଷ ସଲମାନ ତାଙ୍କ ଜନ୍ମଦିନକୁ  ପନବେଲ ଫାର୍ମ ହାଉସରେ ପାଳନ କରନ୍ତି ।  ଏହି ବର୍ଷ ମଧ୍ୟ ସେ ସେହି ଫାର୍ମ ହାଉସ ରେ ନିଜ ଜନ୍ମଦିନ ପାଳନ କରିଛନ୍ତି ।

fallback 

ସଲମାନ ନିକତମ ସାଙ୍ଗ  ଓ  ପରିବାରଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି ।  ତେବେ ଜନ୍ମଦିନ  ପାର୍ଟିରେ ସଲମାନ୍‌ଙ୍କ କେକ୍ କାଟିବା ବେଳର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ଏଥିରେ ନିଜ ଗେହ୍ଲା ଭଣଜା ଆହିଲ୍‌ଙ୍କୁ କୋଳରେ ଧରି ସଲମାନ୍‌ କେକ୍‌ କାଟୁଥିବା ଦେଖିବାକୁ ମିଳିଛି। ଭିଡିଓରେ ତାଙ୍କ ସହ ଭଉଣୀ ଅର୍ପିତା ଖାନ୍‌, ୟୁଲିଆ ବନ୍ତୁର ଓ ତାଙ୍କ ଅଙ୍ଗରକ୍ଷକ ସେରା ମଧ୍ୟ ନଜର ଆସିଛନ୍ତି।

fallback 

ସଲମାନ ଖାନଙ୍କ ଜନ୍ମଦିନ ପାର୍ଟିରେ ବଲିଉଡ୍‌ର ବହୁ ସେଲିବ୍ରିଟି ମଧ୍ୟ ସାମିଲ୍‌ ଥିଲେ ।  ଅରବାଜ ଖାନ ନିଜ ପ୍ରେମିକା ଜଞ୍ଜିଆଙ୍କ ସହ ପହଞ୍ଚିଥିବା ବେଳେ  ସାହିଲ, ଆୟୁଷ ଶର୍ମା, ଦିୟା ମିର୍ଜା, ଅମୃତା ଆରୋଡା , ଅନିଲ କପୁର, ସୋନୁ ସୁଡ଼  ପାର୍ଟିରେ  ନଜର ଆସିଥିଲେ ।