ଏଣିକି ଲୋକସଭାରେ ଶୁଭିବ ସମ୍ବଲପୁରୀ ଭାଷା, ସାଂସଦ ଦେବେ ସମ୍ବଲପୁରୀ ଭାଷାରେ ଭାଷଣ
Advertisement
Article Detail0/zeeodisha/odisha855064

ଏଣିକି ଲୋକସଭାରେ ଶୁଭିବ ସମ୍ବଲପୁରୀ ଭାଷା, ସାଂସଦ ଦେବେ ସମ୍ବଲପୁରୀ ଭାଷାରେ ଭାଷଣ

 ଖୁବଶୀଘ୍ର ଲୋକସଭାରେ (Loksabha) ସମ୍ବଲପୁରୀ ଭାଷାରେ (Sambalpur Language) ନିଜର ମତ ଉପସ୍ଥାପନ କରିବେ ବରଗଡ଼ ସାଂସଦ ସୁରେଶ ପୂଜାରୀ (MP Suresh Pujari)। 

ଏଣିକି ଲୋକସଭାରେ ଶୁଭିବ ସମ୍ବଲପୁରୀ ଭାଷା, ସାଂସଦ ଦେବେ ସମ୍ବଲପୁରୀ ଭାଷାରେ ଭାଷଣ

ଅଜୟ ନାଥ, ସମ୍ବଲପୁର: ଖୁବଶୀଘ୍ର ଲୋକସଭାରେ (Loksabha) ସମ୍ବଲପୁରୀ ଭାଷାରେ (Sambalpur Language) ନିଜର ମତ ଉପସ୍ଥାପନ କରିବେ ବରଗଡ଼ ସାଂସଦ ସୁରେଶ ପୂଜାରୀ (MP Suresh Pujari)। ସମ୍ବଲପୁରୀ ଭାଷାରେ ବର୍ତ୍ତମାନ ଲୋକସଭାରେ ଅନୁବାଦକ ନ ଥିବା କାରଣରୁ ସେ ସମ୍ବଲପୁରୀ ନିଜ ମାତୃଭାଷାରେ ମତ ଉପସ୍ଥାପନ କରିପାରୁ ନାହାନ୍ତି। କିନ୍ତୁ ଖୁବ ଶୀଘ୍ର ସେ ଲୋକସଭାରେ ସମ୍ବଲପୁରୀ ଭାଷା ରେ ନିଜର ମତ ଉପସ୍ଥାପନ କରିବେ ବୋଲି କହିଛନ୍ତି।

ସମ୍ବଲପୁରୀ ଭାଷା ହେଉଛି ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କର କଥିତ ଭାଷା। ଏହି ଭାଷାରେ ସାହିତ୍ୟ, ବ୍ୟାକରଣ, ଶବ୍ଦକୋଷ, ତିଆରି ସରିଛି। ବଡ ବଡ ରାମାୟଣ, ମହାଭାରତ, ପରି ଗ୍ରନ୍ଥର ରୂପାନ୍ତରିତ ହୋଇସାରିଛି । କିନ୍ତୁ ରାଜ୍ୟ ସରକାର ଏହି ଭାଷାକୁ ସ୍ୱୀକୃତି ଦେଇନାହାନ୍ତି। ଲୋକସଭାରେ ୧୮ଟି ଭାଷାକୁ ସ୍ୱୀକୃତି ମିଳିଛି। କିନ୍ତୁ ଲୋକସଭାରେ ଓଡ଼ିଆ ଭାଷା ପାଇଁ ଯେଉଁ ଅନୁବାଦକ ରହିଛନ୍ତି ତାଙ୍କୁ ସେ ସମ୍ବଲପୁରୀ ଶିଖାଉଛନ୍ତି।

ସେ ଯଦି ସମ୍ବଲପୁରୀ ଭାଷା ଶିଖିଯିବେ ତା ହେଲେ ତାଙ୍କୁ ନିଜ ମାତୃଭାଷା ସମ୍ବଲପୁରୀରେ ମତ ଉପସ୍ଥାପନ କରିବାକୁ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ।