'ଫେଡ଼ କପ ହର୍ଟ' ପାଇଁ ସାନିଆ ମନୋନୀତ, ସଫଳତାର ଖୁବ ନିକଟରେ...
Advertisement

'ଫେଡ଼ କପ ହର୍ଟ' ପାଇଁ ସାନିଆ ମନୋନୀତ, ସଫଳତାର ଖୁବ ନିକଟରେ...

ସାନିଆଙ୍କ ସଫଳ ପ୍ରତ୍ୟାବର୍ତ୍ତନ

'ଫେଡ଼ କପ ହର୍ଟ' ପାଇଁ ସାନିଆ ମନୋନୀତ, ସଫଳତାର ଖୁବ ନିକଟରେ...

ନୂଆଦିଲ୍ଲୀ: ମାତୃତ୍ୱ ଲାଭ ପରେ ସଫଳତାର ଆଡ଼କୁ ମୁହାଁଇଛନ୍ତି ଟେନିସ ଷ୍ଟାର ସାଇନା ନେହଓ୍ୱାଲ। ସମ୍ମାନ ଜନକ ଫେଡ଼ କପ ହର୍ଟ ପୁରସ୍କାର ପାଇଁ ତାଙ୍କ ନାମକୁ ମନୋନୀତ କରାଯାଇଛି। ଏହି ପୁରସ୍କାର ବିଶେଷ କରି କ୍ରୀଡ଼ା ପ୍ରତି ସମର୍ପଣ, ପ୍ରତିବଦ୍ଧତା ଓ ସଫଳତା ପାଇଁ ପ୍ରଦାନ କରାଯାଇଥାଏ। ଇଣ୍ଡୋନେସିଆର ପ୍ରିସ୍କା ମେଡଲିନଙ୍କ ସହିତ ସାନିଆ ମିର୍ଜାଙ୍କର ନାମକୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ସୂଚନା ରହିଛି।

ଏହି ପୁରସ୍କାର ପାଇଁ ଅନଲାଇନରେ ଭୋଟିଂ ହେବ। ଏହି ଭୋଟିଂ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୮ ତାରିଖ ପର୍ଯ଼୍ୟନ୍ତ ଚାଲିବ। ଏଠାରେ ଆମେ କହି ରଖୁଛୁ ଯେ, ସାନିଆ ମିର୍ଜା ମାତୃତ୍ୱ ହାସଲ କରିବା ପରେ ଟେନିସ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଫେଡ଼ କପରେ ସାନିଆ ଭାରତକୁ ପ୍ରଥମ ଥର ପାଇଁ ପ୍ଲେ ଅଫରେ ପହଞ୍ଚାଇଥିଲେ। ଏଥିପାଇଁ ସାନିଆଙ୍କ ଦମଦାର ପ୍ରଦର୍ଶନ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।

ଏହା ପୂର୍ବରୁ ସାନିଆ ମିର୍ଜା ଅଷ୍ଟ୍ରେଲିଆରେ ଡବ୍ଲ୍ୟୁଟିଏ ହୋବାର୍ଟ ଅନ୍ତର୍ଜାତୀୟ ଟ୍ରଫି ମଧ୍ୟ ହାସଲ କରିଥିଲେ। ସେହି ସମୟରେ ସେ କହିଥିଲେ କି ଲମ୍ବା ବିରତୀ ପରେ ଏତେ ବଡ଼ ସଫଳତା ହାତେଇ ପାରିବି ବୋଲି କେବେ ଆଶା ମଧ୍ୟ କରିନଥିଲି। ଏଠାରେ କହି ରଖୁ କି ମାତୃତ୍ୱ ପାଇଁ ଦୀର୍ଘ ଦିନ ଧରି ଟେନିସ କୋର୍ଟରୁ ଦୁରେଇ ରହିଥିଲେ ସାନିଆ। ଫଳରେ ସଫଳତା ହାତେଇବା ତାଙ୍କ ପାଇଁ ସହଜ ନଥିଲା। ମାତୃତ୍ୱ ଲାଭ ପରେ ସେ ଫର୍ମକୁ ଫେରିବା ପାଇଁ ଦୀର୍ଘ ଦିନ ଧରି  ପ୍ରୟାସ କରିଥିଲେ। କଠିନ ପରିଶ୍ରମ ବଳରେ ସେ ୪ ମାସ ମଧ୍ୟରେ ୨୬ କିଲୋ ଓଜନ ହ୍ରାସ ମଧ୍ୟ କରିଥିଲେ। ଏତେ ସାରା ପରିଶ୍ରମ ଫଳରେ ସେ ଟେନିସ କୋର୍ଟକୁ ସଫଳତାର ପ୍ରତ୍ୟାବର୍ତ୍ତନ କରିପାରିଥିଲେ।