ନିର୍ଭୟା ମାମଲା: କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ଜବାବ ତଲବ
Advertisement

ନିର୍ଭୟା ମାମଲା: କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ଜବାବ ତଲବ

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମ କୋର୍ଟ(Supreme Court) କେନ୍ଦ୍ରକୁ ଜବାବ ତଲବ କରିଛନ୍ତି। ଘଟଣା ପରେ ସୁପ୍ରିମ କୋର୍ଟ ଗଠନ କରିଥିବା ଜଷ୍ଟିସ ଜେଏସ ବର୍ମା କମିଟି ପକ୍ଷରୁ ନିଆଯାଇଥିବା ପଦକ୍ଷେପମାନକୁ ଲାଗୁ କରିବା ନେଇ ସୁପ୍ରିମ କୋର୍ଟ ଜବାବ ମାଗିଛନ୍ତି। ସେପଟେ ଏହି ନୋଟିସ ଜାରି ପରେ ମାମଲାରେ ନୂଆ ଟ୍ୱିଷ୍ଟ ଆସିବାରେ ସମ୍ଭାବନା ଦେଖାଦେଇଛି।  

ନିର୍ଭୟା ମାମଲାରେ ନୂଆ ଟ୍ୱିଷ୍ଟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମ କୋର୍ଟ(Supreme Court) କେନ୍ଦ୍ରକୁ ଜବାବ ତଲବ କରିଛନ୍ତି। ଘଟଣା ପରେ ସୁପ୍ରିମ କୋର୍ଟ ଗଠନ କରିଥିବା ଜଷ୍ଟିସ ଜେଏସ ବର୍ମା କମିଟି ପକ୍ଷରୁ ନିଆଯାଇଥିବା ପଦକ୍ଷେପମାନକୁ ଲାଗୁ କରିବା ନେଇ ସୁପ୍ରିମ କୋର୍ଟ ଜବାବ ମାଗିଛନ୍ତି। ସେପଟେ ଏହି ନୋଟିସ ଜାରି ପରେ ମାମଲାରେ ନୂଆ ଟ୍ୱିଷ୍ଟ ଆସିବାରେ ସମ୍ଭାବନା ଦେଖାଦେଇଛି।  

ସୁପ୍ରିମକୋର୍ଟ ସୋମବାର ଜଷ୍ଟିସ ଜେଏସ ବର୍ମା କମିଟି (Justive JS Verma Committee)ର ତଦନ୍ତ ରିପୋର୍ଟକୁ ଲାଗୁ କରିବା ନେଇ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି। ଏହା ସହିତ ଜବାବ ରଖିବା ପାଇଁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି। ନିର୍ଭୟା ଘଟଣା ପରେ ଗଠିତ ହୋଇଥିବା ଏହି କମିଟି ସରକାରଙ୍କୁ ଏକାଧିକ ପଦକ୍ଷେପମାନ ଗ୍ରହଣ କରିବାକୁ କମିଟି ସେହି ସମୟରେ କହିଥିଲା। ତେବେ ସରକାରଙ୍କ ପକ୍ଷରୁ କେତେ ମାତ୍ରାରେ ଏହା ଲାଗୁ କରାଯାଇଛି ସେନେଇ ଏହାର ଜବାବ ଆସନ୍ତା ୪ ସପ୍ତାହ ମଧ୍ୟରେ ରଖିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟ କହିଛନ୍ତି।   

ଅଧିକ ପଢନ୍ତୁ: ଶିବରାଜ କହିଲେ; କଲେକ୍ଟର ମ୍ୟାମ, ଆପଣ ଆଇନର କେଉଁ ବହି ପଢ଼ିଛନ୍ତି...

ସୂଚନାଯୋଗ୍ୟ ଏହ ଭୟଙ୍କର ଅମାନବୀୟ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା ସମଗ୍ର ଦେଶର ଆଇନ ବ୍ୟବସ୍ଥାକୁ ଦୋହଲାଇ ରଖିଦେଇଥିଲା। ଘଟଣାକୁ ଗୁରୁତର ସହ ନେଇ ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧ ଆଇନରେ ପରିବର୍ତ୍ତନ ଜରୁରୀ ବୋଲି ହୃଦବୋଧ କରିଥିଲେ। ପରେ ସୁପ୍ରିମକୋର୍ଟ ଅପରାଧ ଆଇନର ତର୍ଜମା ଏବଂ ପରିବର୍ତ୍ତନ କରିବା ପାଇଁ ଜଷ୍ଟିସ ଜେଏସ ବର୍ମା କମିଟି ଗଠନ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କମିଟି ଉକ୍ତ ଆଇନକୁ ତର୍ଜମା କରିଥିଲା ଏବଂ ଏଥିରେ ସୁଧାର ଆଣିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।  

କମିଟି ବିଶେଷ କରି ଯୌନ ଶୋଷଣ ଏବଂ ଏହା ସହିତ ସମ୍ବନ୍ଧିତ ଅପରାଧ ଆଇନକୁ ତର୍ଜମା କରିଥିଲା। ତର୍ଜମା ଶେଷ ପରେ ୨୦୧୩ ମସିହା ଜାନୁଆରୀ ୨୩ ତାରିଖରେ ଆଇନରେ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲା।

ଅଧିକ ପଢନ୍ତୁ: ନନାଙ୍କ ସେହି ପଦୁଟିଏ କଥା...

ଫଳରେ ୨୦୧୩ ମସିହାରେ ଆଇନ ବ୍ୟବସ୍ଥାରେ ସୁଧାର ଆଣିବା ସହିତ ମହିଳାମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଇଥିଲେ କେନ୍ଦ୍ର ସରକାର। ପରିବର୍ତ୍ତିତ ଆଇନରେ ବଳାତ୍କାର କରିଥିବା ଆସାମୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ କୁହାଯାଇଥିଲା। ତେବେ ପରିବର୍ତ୍ତିତ ଆଇନକୁ ଦେଶରେ ଲାଗୁ କରାଯାଉନଥିବା ନେଇ ସେହି ସମୟରେ ଆଇନ ଛାତ୍ର ଶ୍ରୀନିବାସ ଗୌଡ଼ ଅଭିଯୋଗ ଆଣିଥିଲେ।  

ସୁପ୍ରିମକୋର୍ଟ ୩ ଜଣ ବିଚାରପତିଙ୍କୁ ନେଇ ଏହି କମିଟି ଗଠନ କରିଥିଲେ। କମିଟିର ନେତୃତ୍ୱ ନେଇଥିଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜେଏମ ବର୍ମା। ତାଙ୍କ ନେତୃତ୍ୱରେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଲିଲା ସେଠ ଏବଂ ପୂର୍ବତନ ସଲିସିଟର ଜେନେରାଲ ଗୋପାଳ ସୁବ୍ରମଣ୍ୟମ ଏହି ଆଇନକୁ ତର୍ଜମା କରିଥିଲେ। କମିଟି ଦେଇଥିବା ରିପୋର୍ଟରେ ଉଲ୍ଲେଖ ଥିଲା ଯେ, ଦୁଷ୍କର୍ମ, ଯୌନ ଶୋଷଣ, ମାନବ ଚାଲାଣ, ଶିଶୁମାନଙ୍କ ଅପହରଣ, ଦୁଷ୍କର୍ମ ଏବଂ ଏହା ସହିତ ସମ୍ପୃକ୍ତ ଅପରାଧ, ଡାକ୍ତରୀ ପରୀକ୍ଷଣ, ପୋଲିସ ଏବଂ ଶିକ୍ଷା କ୍ଷେତ୍ରରେ କିଛି ଆଇନରେ ପରିବର୍ତ୍ତନ ପାଇଁ କମିଟି ଦର୍ଶାଇଥିଲା।