ଜାଣନ୍ତୁ ହୋମ ଯଜ୍ଞର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ

ଅଗ୍ନିଙ୍କ ମାଧ୍ୟମରେ ଈଶ୍ୱରଙ୍କ ଉପାସନା କରିବାର ପ୍ରକ୍ରିୟା କୁ ହୋମ କୁହାଯାଏ ।

ଜାଣନ୍ତୁ ହୋମ ଯଜ୍ଞର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ

ଭୁବନେଶ୍ୱର: ପୁରାତନ କାଳରୁ ବର୍ତ୍ତମାନ ସୁଦ୍ଧା କୌଣସି ଶୁଭ କାର୍ଯ୍ୟ ଆରମ୍ଭ ସମୟରୁ ଯଜ୍ଞ କର୍ମକୁ ପ୍ରାଧାନ୍ୟ ଦିଆଯାଇଛି । ଅଗ୍ନିଙ୍କ ମାଧ୍ୟମରେ ଈଶ୍ୱରଙ୍କ ଉପାସନା କରିବାର ପ୍ରକ୍ରିୟା କୁ ହୋମ କୁହାଯାଏ । ଯଜ୍ଞବିଧିକୁ ନାରୀ ଓ ପୁରୁଷ ଉଭୟେ ମିଶି ସମ୍ପାଦନ କରିଥାନ୍ତି ।  ହୋମ ଯଜ୍ଞ କରିବା  ଦ୍ୱାରା ଜୀବନରେ ସକରାତ୍ମକ ପ୍ରଭାବ ପକାଇଥାଏ ଧାର୍ମିକ ବିଶ୍ୱାସ ରହିଛି । ଏହା ସହ  ପରିବେଶ ଓ  ସ୍ୱାସ୍ଥ୍ୟ ଲାଗି  ହୋମ ଧୂଁଆ ବହୁ ଉପକାରୀ ଅଟେ । ହୋମ ଭସ୍ମରେ ନାନାବିଧ ରୋଗ ଆରୋଗ୍ୟ ହୋଇପାରେ ବୋଲି ଗବେଷଣାରୁ ଜଣାପଡିଛି ।  

ସୁଗନ୍ଧପୁଷ୍ପ, କସ୍ତୁରୀ, କର୍ପୁର, ଅଗୁରୁ, ଚନ୍ଦନ, ଝୁଣା, ଗୋଗୁଳ, ଗାଈଘିଅ, ମଇଁଷିଘିଅ, ମହୁ, ଛେନା, ଦହି, ଦୁଧ, ଗୁଡ, ଲଡୁ, ବୁନ୍ଦି, ସମସ୍ତପ୍ରକାର ଫଳ, ଅଲେଇଚ, ଗୁଜୁରାତି, ଜାଇଫଳ, ଗୋଲମରୀଚ, କାଜୁ, ଖିସମିସ୍, ଲବଙ୍ଗ, ଚେରି ଓ ନଡିଆ , ତୁଳସୀ, ବେଲପତ୍ର, ଶାଳକାଠ, ଆମ୍ବକାଠ, ପଣସକାଠ, ଗମ୍ଭାରୀକାଠ, ଚନ୍ଦନକାଠ, ଦେବଦାରୁ କାଠ ଓ ଗ୍ରହମାନଙ୍କ ସମିଧ ଇତ୍ୟାଦି ହୋମ ପାଇଁ ଉପଯୋଗ ହୋଇଥାଏ । ଏହି ଦ୍ରବ୍ୟଗୁଡିକ ଅଗ୍ନିରେ ଭସ୍ମ ହୋଇ ବାୟୁ ଦ୍ଵାରା ଚତୁର୍ଦ୍ଦିଗରେ ପ୍ରବାହିତ ହୋଇଥାଏ । ଯଜ୍ଞର ଘୃତାହୁତି ସହ  ଆହୂତି ଦେବା ଫଳରେ ବାୟୁ ଔଷଧ ମିଶ୍ରିତ ହୋଇ ମନୁଷ୍ୟର ଶରୀର ଓ ମନକୁ ରୋଗମୁକ୍ତ କରିଥାଏ।