ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ପାଣିକୋଇଲି ବରିଷ୍ଠ ନାଗରିକ ମଞ୍ଚର ସହାୟତା
Advertisement
Article Detail0/zeeodisha/odisha669845

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ପାଣିକୋଇଲି ବରିଷ୍ଠ ନାଗରିକ ମଞ୍ଚର ସହାୟତା

ବୟସର ଅପରାହ୍ନରେ ଦାୟିତ୍ୱବୋଧ... 

ଫାଇଲ ଫଟୋ

ଯାଜପୁର: କୋରୋନା ଭଳି ମହାମାରୀ ସମୟରେ ସହାୟତା ପ୍ରଦାନ କରିବାକୁ ଦେଶବାସୀ ଆଗେଇ ଆସୁଛନ୍ତି । ଏଦିଗରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ଏଥିରେ ପ୍ରଭାବିତ ହୋଇଛନ୍ତି ବରିଷ୍ଠ ନାଗରିକ । ଏମାନେ ଯଦିଓ ବୟସର ଅପରାହ୍ନରେ ପହଞ୍ଚି ସାରିଲେଣି, ହେଲେ ନିଜ ଦାୟିତ୍ୱବୋଧକୁ ଭୁଲିନାହାଁନ୍ତି । ସମାଜର ଉନ୍ନତି ପାଇଁ ନିଜର ପେନସନ ଅର୍ଥ ଏବଂ କଷ୍ଟ ଅର୍ଜିତ ଅର୍ଥକୁ ଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । 

ଆଜ୍ଞା ହଁ, ଆମେ କହୁଛୁ ଯାଜପୁର ଜିଲ୍ଲା ପାଣିକୋଇଲି ବରିଷ୍ଠ ନାଗରିକ ମଞ୍ଚ ବିଷୟରେ । ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୧ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ମଞ୍ଚର ସଭାପତି ନୃସିଂହ ଚରଣ ଦଳେଇ ଏବଂ ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କୁ ଚେକ୍ ପ୍ରଦାନ କରିଥିଲେ । ଖାଲି ଏତିକି ନୁହେଁ,  ଦୁଃଖି ଦରିଦ୍ରଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି ମଞ୍ଚର ସଦସ୍ୟ । 

କହିରଖୁଛୁ, ରାଜ୍ୟରେ ୬୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ସୁସ୍ଥ ହେଲେଣି । କେବଳ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ଏବେ ୩୬ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।