ହାଡଭଙ୍ଗା ଶୀତରେ ଥରୁଛି ସୁବର୍ଣ୍ଣପୁର
Advertisement

ହାଡଭଙ୍ଗା ଶୀତରେ ଥରୁଛି ସୁବର୍ଣ୍ଣପୁର

 ସକାଳ 10ଟା 11ଟା ଯାଏଁ ଘରୁ ବାହାରିବା ମସ୍କିଲ ହୋଇ ପଡିଛି ।

ହାଡଭଙ୍ଗା ଶୀତରେ ଥରୁଛି ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ହାଡଭଙ୍ଗା ଶୀତରେ ଥରି ଉଠିଛି ସୁବର୍ଣ୍ଣପୁର । ବିଗତ ବର୍ଷ ମାନଙ୍କରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ଉପରେ ରହୁଥିବା ବେଳେ ଏଥର ପାରଦ ଖସିବା ରେକର୍ଡ କରିଛି । ଅଦିନିଆ ବର୍ଷା ପରେ ଏବେ ଭୟଙ୍କର ଜାଡରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।  ସକାଳ 10ଟା 11ଟା ଯାଏଁ ଘରୁ ବାହାରିବା ମସ୍କିଲ ହୋଇ ପଡିଛି । ଦିନ ତମାତ ଗରମ ପୋଷାକ ପିନ୍ଧୁଥିବା ବେଳେ ଲୋକେ ନିଆଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି ।

ରାତି ବଢିଲେ ବଢୁଛି ଥଣ୍ଡା, ତା ସାଙ୍ଗକୁ ସକାଳୁ ସକାଳୁ କାଲୁଆ ପବନ ବୋହିବା ଯୋଗୁଁ ଥଣ୍ଡାର ପ୍ରକୋପ ଆହୁରି ଅଧିକ ଅନୁଭୂତ ହେଉଛି । ଓଡିଶାରେ ରେକର୍ଡ କରିଛି ସୁବର୍ଣ୍ଣପୁର ଜିଲ୍ଲା । ଭୟଙ୍କର ଶୀତରେ ଏଥର ଦାରିଙ୍ଗବାଡିକୁ ପଛରେ ପକାଇଛି ସୁବର୍ଣ୍ଣପୁର । ସାରା ଜିଲ୍ଲାରେ ଶୀତର ଲହରୀ ଏପରି ହୋଇଛି ଯେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି । ସକାଳୁ 5ଟାରୁ 10ଟା ପର୍ଯ୍ୟନ୍ତ ଘନ କୁହୁଡି ହେଉଥିବା ଦେଖିବାକୁ ମିଳୁଛି । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଥିବା ବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅତି ଜରୁରୀ କାମ ନ ଥିଲେ ଲୋକେ ଘରୁ ବାହାରୁ ନ ଥିବା ଦେଖାଦେଇଛି । ଗାଁରୁ ସହର ଯାଏଁ ଜାଗା ଜାଗାରେ ନିଆଁ ଜାଳି ଓ ଶୀତ ବସ୍ତ୍ର ପରିଧାନ କରି ଲୋକେ ରହୁଛନ୍ତି ।

ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରି  କରାଯାଇଥିବା ରାଜ୍ୟର 18ଟି ଜିଲ୍ଲା ମଧ୍ୟରୁ ଶୀତରେ ସମସ୍ତଙ୍କୁ ପଛରେ ପକାଇଛି ସୁବର୍ଣ୍ଣପୁର । ସନ୍ଧ୍ୟା ହୋଇଗଲେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକ ନିଆଁର ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ଦେଖିବାକୁ ମିଳିଛି । ଖାଲି ମଣିଷ ନୁହେଁ ଏହି ପ୍ରବଳ ଶୀତରେ ଗାଇ ଗୋରୁ ମଧ୍ୟ ନିଆଁ ମୁହାଁ ହେଉଛନ୍ତି । ଏମିତି ଶୀତ କେବେ ଦେଖି ନ ଥିବା କହୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲାବାସୀ । ହଠାତ ଶୀତର ଲହରୀ ବଢିଯାଇଥିବାରୁ ପାଣିପାଗ ସହିତ ଖାପ ଖୁଆଇ ପାରୁ ନ ଥିବା କହିଛନ୍ତି ସାଧାରଣ ଲୋକ । ପାଣିପାଗ ବିଭାଗର ସୂଚନା ଅନୁଯାଇ ଆଗକୁ ଶୀତର ପ୍ରକୋପ ଆହୁରୀ ବଢିବ । ତେବେ ଆଗକୁ ନେଇ ଜିଲ୍ଲାବାସୀ କିମିତି ଶୀତ ଦାଉରୁ ରକ୍ଷା ପାଇବେ ଏବେ ଚିନ୍ତାରେ ପଡିଛନ୍ତି ।