ବାପ ବୟସରେ ପାପ...
Advertisement

ବାପ ବୟସରେ ପାପ...

ଆପଣ କ'ଣ ଜଣେ ମହିଳା କର୍ମଜୀବୀ ? ଯଦି ହଁ, କର୍ମକ୍ଷେତ୍ରରେ କେତେ ସୁରକ୍ଷିତ ଆପଣ ? ଉପରିସ୍ଥଙ୍କ ନିର୍ଯାତନାର ଶିକାର ହେଉନାହାନ୍ତି ତ ? ଯଦି ହେଉଛନ୍ତି, କେମିତି ରହୁଛି ଆପଣଙ୍କ ପ୍ରତିକ୍ରିୟା ? ଚାକିରୀରେ କମ୍ପ୍ରୋମାଇଜ୍ କରି ନିରବ ରହୁଛନ୍ତି କି ? ଯଦି ହଁ, ତେବେ ସାବଧାନ...ଯେଉଁଠି ସଂସ୍ଥାର ମୁଖ୍ୟ ହିଁ ନାରୀ ମାଂସଲୋଭୀ...ସେଠି ଜଣେ ମହିଳା କର୍ମଜୀବୀ କେତେ ନିରାପଦ ?

ବାପ ବୟସରେ ପାପ...

ବିଭୂତି ଭୂଷଣ ଦାସ, କେନ୍ଦ୍ରାପଡ଼ା: ବୟସ ପ୍ରାୟ ୬୦ ବର୍ଷ । ମୁଣ୍ଡ ବାଳ ଧଳା ପଡ଼ିଗଲାଣି । ହେଲେ ଏବେ ବି ମନରୁ ଯାଇନି ରଂଗିଲା ମିଜାଜ୍ । ନିଜ କାର୍ଯ୍ୟାଳୟରେ ଅଧସ୍ତନ ଯୁବତୀଙ୍କ ଉପରେ ପକାଉଛନ୍ତି ଲୋଲୁପ ଦୃଷ୍ଟି । ନିଜ ସଭାପତି ପଦର କରୁଛନ୍ତି ଦୁରୂପଯୋଗ । ଏପିର ସଂଗୀନ ଅଭିଯୋଗ ହୋଇଛି କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ୍ ସୋସାଇଟି ଲିମିଟେଡ ସଭାପତି ପ୍ରମୋଦ ସାହୁ ଏବଂ ତାଙ୍କ ସହଯୋଗୀ ବୀମା ଆଡଭାଇଜର କମଳାକାନ୍ତ ସୁଆରଙ୍କ ନାମରେ..ଅଭିଯୋଗ ଅନୁସାରେ ମହାକାଳପଡ଼ା ଥାନା ଅଞ୍ଚଳର ଜଣେ ଯୁବତୀ ୨୫ ଅଗଷ୍ଟ ୨୦୧୭ରେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ଲିମିଟେଡର ମୁଖ୍ୟ ଶାଖା ରେ କ୍ଲରିକାଲ ପୋଷ୍ଟରେ ନିଯୁକ୍ତି ପାଇ ଥିଲେ । ଆଉ ମାନନ୍ତୁ କି ନ ମାନନ୍ତୁ ଏଇଠୁ ତାଙ୍କ ଜୀବନରେ ଆରମ୍ଭ ହୋଇଥିଲା ଦୁର୍ଦ୍ଦିନ ।  ଚାକିରୀର ମାତ୍ର କିଛି ଦିନ ଭିତରେ ହିଁ ସଂସ୍ଥାର ସଭାପତିଙ୍କ ଲୋଲୁପ ନଜର ପଡ଼ିଲା ଯୁବତୀଙ୍କ ଉପରେ । କାରଣ ସେ ଥିଲେ ସୁନ୍ଦରୀ । ସେଥିପାଇଁ ବାରମ୍ବାର ତାଙ୍କୁ ନିଜ ଚାମ୍ବରକୁ ଡାକୁଥିଲେ ବିଭିନ୍ନ ବାହାନାରେ । ଆଉ ନିର୍ଲଜ ଭାବରେ କରୁଥିଲେ ପ୍ରେମ ନିବେଦନ । ପୀଡ଼ିତାଙ୍କ ଆର୍ଥିକ ଅବସ୍ଥାର ସୁଯୋଗ ନେଇ ତାଙ୍କୁ ଦାମୀ ଉପହାର ଦେବାର ପ୍ରଲୋଭନ ମଧ୍ୟ ଦେଖାଉଥିଲେ ଅଭିଯୁକ୍ତ । ଆଉ ଏ ସବୁ ବିଷୟରେ ଘରେ କିଛି ନ କହିବାକୁ ତାଗିଦ କରୁଥିଲେ । ଏତିକିରେ ସୀମିତ ନ ଥିଲା ଅଭିଯୁକ୍ତ ଲମ୍ପଟର କାର୍ଯ୍ୟକଳାପ । ନିଜ ଚାମ୍ବରକୁ ଡାକି ସେ ପୀଡ଼ିତାଙ୍କୁ କରୁଥିଲା ଅସଦାଚରଣ । ବିଭିନ୍ନ ସମ୍ବେଦନଶୀଳ ଅଙ୍ଗରେ ହାତମାରି ତାଙ୍କୁ ଦେଉଥିଲା ନିର୍ଯାତନା । ପୀଡ଼ିତା ବାପ ବୟସର ଜଣେ ବ୍ୟକ୍ତିଙ୍କଠାରୁ ଏପରି ବ୍ୟବହାର ପାଇ ଭୟରେ କିଂକର୍ତ୍ତବ୍ୟବିମୁଢ଼ ହୋଇ ଯାଇଥିଲେ । ଆଉ ଏହାକୁ ମୌନେ ସମ୍ମତି ଲକ୍ଷଣ ବୋଲି ଧରି ନେଇଥିଲା ଅଭିଯୁକ୍ତ । ପୀଡ଼ିତାଙ୍କ ପକ୍ଷରୁ କୌଣସି ପ୍ରତିରୋଧ ନ ହେବାରୁ ସେ ତାଙ୍କ ଘରକୁ ମଧ୍ୟ ଫୋନ କରିବାକୁ ସାହସ କରୁଥିଲା । 

ସଭାପତିଙ୍କ ଏଭଳି କଦର୍ଯ୍ୟ କାର୍ଯ୍ୟକୁ ସମ୍ପୃକ୍ତ ଯୁବତୀ ବିରୋଧ କରିବାପରେ ତାଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରାଇ ଯୌନ ଲାଳସା ମେଣ୍ଟାଇବାକୁ ଚେଷ୍ଟାକରିଥିଲେ ଅଭିଯୁକ୍ତ । ଗୋପ ଛକସ୍ଥିତ ନିଜ ଫାର୍ମ ହାଉସକୁ ସନ୍ଧ୍ୟା ସମୟରେ ଏକୁଟିଆ ଆସିବାପାଇଁ ବାଧ୍ୟ୍ୟ କରୁଥିଲେ । ତେବେ ଏଥିରେ ମଧ୍ୟ ବିଫଳ ହେବାରୁ  ପୀଡ଼ିତାଙ୍କୁ  ହଇରାଣ କରିବା ଆରମ୍ଭ କରିଦେଇଥିଲେ । ତାଙ୍କୁ ଦେଇଥିଲେ ବଦଳିର ଧମକ । ସୋସାଇଟିର ମାର୍ଶାଘାଇ ଶାଖାକୁ ବଦଳି ମଧ୍ୟ କରି ଦେଇଥିଲେ । ସେହି ସଂସ୍ଥାର ବୀମା ଆଡଭାଇଜର  କମଳାକାନ୍ତ ସୁଆର ପୀଡ଼ିତାଙ୍କ ଘରେ ପହଞ୍ଚି ଧମକ ଦେଇ କହିଥିଲେ, ଆମର ତୁ କ'ଣ କରିବୁ? ସଭାପତି ଙ୍କ କଥା ମାନିଯା । ତାଙ୍କୁ ଟିକେ ଖୁସି କରିଦେ ।  ଏଥିରେ ତୋତେ ଅନେକ ଫାଇଦା ମିଳବ । ଆମ କଥାରେ ରାଜି ନ ହେଲେ ପସ୍ତେଇବୁ । ଦୀର୍ଘଦିନ ଧରି ନିର୍ଯାତନାର ଶିକାର ହେବାପରେ ବାଧ୍ୟ ହୋଇ ପୀଡ଼ିତା ଉକ୍ତ ସଂସ୍ଥାରୁ ଇସ୍ତଫା ଦେଇଛନ୍ତି ।