ଶାହୀନ ବାଗ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ ଜବାବ ତଲବ
Advertisement
Article Detail0/zeeodisha/odisha638210

ଶାହୀନ ବାଗ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ଶାହୀନ ବାଗ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଦୀର୍ଘ ୫୦ଦିନ ହେଲା ଶାହୀନ ବାଗରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଏହି ପ୍ରସଙ୍ଗରେ ବଡ଼ ଟିପ୍ପଣୀ ରଖିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ସାର୍ବଜନୀନ ସ୍ଥାନରେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ତେବେ ଏଠାରେ ଚାଲିଥିବା ସିଏଏ ବିରୋଧରେ ପ୍ରଦର୍ଶନକୁ ହଟାଇବା ନେଇ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ ତାରିଖରେ ହେବ । 

ଆଜି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଏତେ ଦିନ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବା ଠିକ୍ ନୁହେଁ । ଆପଣ ପ୍ରଦର୍ଶନ କରିବା ପାଇଁ ଅନ୍ୟ କୌଣସି ସ୍ଥାନ ବାଛିବା ଦରକାର । ତେବେ ପ୍ରଦର୍ଶନକୁ ବନ୍ଦ କରିବା ପାଇଁ କୋର୍ଟ କୌଣସି ନିର୍ଦ୍ଦେଶ ଦେଇନାହାଁନ୍ତି । ଏହି ମାମଲାରେ ସମସ୍ତ ପକ୍ଷଙ୍କୁ ଶୁଣିବାର ଆବଶ୍ୟକତା ଥିବା କୋର୍ଟ କହିଛନ୍ତି । ଦିଲ୍ଲୀ ପୋଲିସ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । 

ଆଜି ସୁପ୍ରିମକୋର୍ଟରେ ଶାହୀନ ବାଗ ମାମଲାର ଶୁଣାଣି ହୋଇଥିଲା । ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ଅମିତ ସାହନୀ, ବିଜେପି ନେତା କିଶୋର ଗର୍ଗ ଏବଂ ଅନ୍ୟ କିଛି ଆବେଦନକାରୀଙ୍କ ଯାଚିକା ଉପରେ କୋର୍ଟ ଶୁଣାଣି କରିଥିଲେ ।

ଆହୁରି ପଢ଼ନ୍ତୁ; ସ୍ୱାମୀ ପଛେ ମରୁ...