ସଂସଦରେ ବଦଳିଲା ଶିବସେନାର ପରିଚୟ
Advertisement

ସଂସଦରେ ବଦଳିଲା ଶିବସେନାର ପରିଚୟ

ଆଜି ସଂସଦ କହୁଛି ଶିବସେନାର କାହାଣୀ । ବିଜେପି ସହ ୩୦ ବର୍ଷର ସମ୍ପର୍କ ତୁଟିବା ପରେ ସଂସଦରେ ବି ବଦଳିଛି ପରିଚୟ । ହାବଭାବ, ଆଭିମୁଖ୍ୟରେ ଆସିଛି ପରିବର୍ତ୍ତନ । ଏବେ ଆଉ ଏନଡିଏର ଅଂଶୀଦାର ନୁହେଁ, ବରଂ ବିରୋଧୀ ଭୂମିକାରେ ଶିବସେନା । ଅଧିବେଶନ ଆରମ୍ଭରୁ ସଂସଦ ପରିସରରେ ଦଳୀୟ ସାଂସଦଙ୍କ ବିକ୍ଷୋଭରୁ ଏକଥା ବାରି ହୋଇପଡୁଥିଲା । ରାଜ୍ୟରେ ହୋଇଥିବା ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ଦାବି କରିଛି ଦଳ । 

ଫଟୋ ସୌଜନ୍ୟ: ଏଏନଆଇ

ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: ଆଜି ସଂସଦ କହୁଛି ଶିବସେନାର କାହାଣୀ । ବିଜେପି ସହ ୩୦ ବର୍ଷର ସମ୍ପର୍କ ତୁଟିବା ପରେ ସଂସଦରେ ବି ବଦଳିଛି ପରିଚୟ । ହାବଭାବ, ଆଭିମୁଖ୍ୟରେ ଆସିଛି ପରିବର୍ତ୍ତନ । ଏବେ ଆଉ ଏନଡିଏର ଅଂଶୀଦାର ନୁହେଁ, ବରଂ ବିରୋଧୀ ଭୂମିକାରେ ଶିବସେନା । ଅଧିବେଶନ ଆରମ୍ଭରୁ ସଂସଦ ପରିସରରେ ଦଳୀୟ ସାଂସଦଙ୍କ ବିକ୍ଷୋଭରୁ ଏକଥା ବାରି ହୋଇପଡୁଥିଲା । ରାଜ୍ୟରେ ହୋଇଥିବା ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ଦାବି କରିଛି ଦଳ । 

ବିରୋଧୀ ମୁଡରେ ଶିବସେନା । ଦଳ ଦିବଙ୍ଗତ ନେତା ଅରୁଣ ଜେଟଲି ଏବଂ ସୁଷମା ସ୍ୱରାଜଙ୍କ ସ୍ମୃତି ଚାରଣ କରିଛି ସତ, କିନ୍ତୁ ବର୍ତ୍ତମାନର ସରକାରଙ୍କୁ ନେଇ ବଦଳାଇଛି ଆଭିମୁଖ୍ୟ । ଯେଉଁ ସାଂସଦମାନେ ଦିନେ ସରକାରର ଏକ ଅଂଶ ଭାବୁଥିଲେ, ଆଜି ସେମାନେ ଲିଭାଇଛନ୍ତି ବିରୋଧୀ ଦଳ ଭୂମିକା । ନିଶ୍ଚୟ ଟିକିଏ ଅଲଗା ଅଲଗା ଲାଗୁଥିବ ।
କାହିଁକିନା ଏବେ ରାଜ୍ୟ ସ୍ୱାର୍ଥ ହାସଲ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଦଳୀୟ ସାଂସଦ ।  କେନ୍ଦ୍ର ଉପରେ ଚାପ ପକାଇବାର ସ୍ୱାଧୀନତା ଏମାନଙ୍କୁ ମିଳିଯାଇଛି । 

ମୁଖ୍ୟମନ୍ତ୍ରୀ ପଦକୁ ନେଇ କେବଳ ବିଜେପି-ଶିବସେନା ମଧ୍ୟରେ ସମ୍ପର୍କ ତୁଟିନି, ବରଂ ଏକ ଶତ୍ରୁତା ମଧ୍ୟ ଆରମ୍ଭ ହୋଇଯାଇଛି । ଜଣେ ଅନ୍ୟ ଜଣଙ୍କ ଛାଇ ଦେଖିଲେ ନାହି ଡେଇଁବା ସ୍ୱାଭାବିକ । କାହିଁକିନା ଏହି ମେଣ୍ଟ ଭାଙ୍ଗିବା ପରେ ବିଜେପି ଯେତିକି କ୍ଷତି ସହିଛି, ତାଠାରୁ ଅଧିକ ଶିବସେନାକୁ ସମସ୍ୟା ସାମ୍ନା କରିବାକୁ ପଡୁଛି । 

ବିଜେପିକୁ ମହାରାଷ୍ଟ୍ର ସିଂହାସନରୁ ଦୂରେଇ ରଖିବାରେ ଶିବସେନା ସଫଳ ହୋଇଛି ସତ । ହେଲେ ଏହି ସିଂହାସନରେ ନିଜକୁ ବସାଇବା ପାଇଁ ଦଳ ସାମ୍ନା କରୁଛି ସମସ୍ୟା ପରେ ସମସ୍ୟା । କଂଗ୍ରେସ ଓ ଏନସିପିଙ୍କୁ ମନେଇ ସରକାର ଗଢିବା ବେଶ୍ କାଠିକାର ପାଠ ହୋଇପଡୁଛି । ପ୍ରଥମ ବିକଳ୍ପରୁ ଦ୍ୱିତୀୟ ବିକଳ୍ପ ଯେ ଆହୁରି କଷ୍ଟକର, ଏକଥା ଭଲ ଭାବରେ ବୁଝିଗଲାଣି ଶିବସେନା । 

ଏପଟେ ବିଜେପି-ଶିବସେନା ମେଣ୍ଟକୁ ବହୁମତ ଦେଇଥିଲେ ମହାରାଷ୍ଟ୍ରବାସୀ । ହେଲେ ଶିବସେନା ମେଣ୍ଟରୁ ଓହରିଯିବାରୁ ବିଜେପିକୁ ବଡ ଘାଟା ସହିବାକୁ ପଡିଛି । ଯେଉଁଥିପାଇଁ  ଶିବସେନା ଉପରେ ବିଜେପି ରକ୍ତ ଚାଉଳ ଚୋବାଉଥିବା ଚର୍ଚ୍ଚା ହେଉଛି । ଯଦିଓ ମହାରାଷ୍ଟ୍ରରେ ବିକଳ୍ପ ସରକାର ଗଢିବାରେ ସଫଳ ହୁଏ ଶିବସେନା, ହେଲେ ସଂସଦରେ ଦଳର ପରିଚୟ ବିରୋଧୀ । କେବଳ ବିରୋଧୀ ନୁହେଁ, ସବୁବେଳେ ଶିବସେନାକୁ ଏକ ଭିନ୍ନ ନଜରରେ ରଖିବ ଶାସକ ବିଜେପି । ଆଉ ଏହାରି ଭିତରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ସୌହାଦ୍ଦ୍ୟପୂର୍ଣ୍ଣ ବାତାବରଣ ଆଶା କରିବା ବୃଥା । 

ଆହୁରି ବି ପଢନ୍ତୁ; ଓଡ଼ିଶାର କେଉଁ ମମାଲର ଶୁଣାଣି କରିଛନ୍ତି ନୂଆ ବିଚାରପତି ବୋବଡେ