ରାଜ ଠାକରେ ଗେରୁଆ ହେବା ଦେଖି ରକ୍ତ ଚାଉଳ ଚୋବାଇଲା ଶିବସେନା !
Advertisement

ରାଜ ଠାକରେ ଗେରୁଆ ହେବା ଦେଖି ରକ୍ତ ଚାଉଳ ଚୋବାଇଲା ଶିବସେନା !

ବାଂଲାଦେଶୀ ଏବଂ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ତଡ଼ି ଦିଅ: ଶିବସେନା

ଡିଜାଇନ ଫଟୋ

ନୂଆଦିଲ୍ଲୀ: ରାଜ ଠାକରେ ଏବଂ ତାଙ୍କ ଦଳ ଏମଏନଏସକୁ ଟାର୍ଗେଟ କରିଛି ଶିବସେନା । ଦଳୀୟ ମୁଖପତ୍ର ସାମ୍ନାରେ ଏମଏନଏସକୁ କଡ଼ା ସମାଲୋଚନା । ଗୁରୁବାର ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏସ) ଦଳୀୟ ପତାକାକୁ ଗେରୁଆ ମୟ କରିଥିଲା । ଯାହାକୁ ସହଜରେ ଗ୍ରହଣ କରିପାରୁନାହିଁ ଉଦ୍ଧବ ଠାକରେଙ୍କ ଶିବସେନା । 

ସାମନାରେ କୁହାଯାଇଛି, ଦେଶରୁ ପାକିସ୍ତାନୀ ଏବଂ ବାଂଲାଦେଶୀ ମୁସଲମାନ ଅନୁପ୍ରବେଶକାରୀଙ୍କୁ ତଡ଼ିବା ଦରକାର । ଏଥିରେ କୌଣସି ଦ୍ୱିମତ ନାହିଁ । ମାତ୍ର ଏଥିପାଇଁ ଯଦି କୌଣସି ରାଜନୈତିକ ଦଳକୁ ନିଜର ଦଳୀୟ ପତାକାର ରଙ୍ଗ ବଦଳାଇବାକୁ ପଡ଼େ, ତାହା ମଜାଦାର । ଏମଏନଏସକୁ କଟାକ୍ଷ କରିବାକୁ ଯାଇ ଶିବସେନା କହିଛି, ରାଜ ଠାକରେ ଏବଂ ତାଙ୍କ ୧୪ ବର୍ଷର ଦଳ ଏମଏନଏସ ପ୍ରଥମେ ମରାଠୀ ମୁଦ୍ଦାକୁ ନେଇ ପ୍ରତିଷ୍ଠା ହୋଇଥିଲା । ମାତ୍ର ଏବେ ଏହି ଦଳ ହିନ୍ଦୁତ୍ୱବାଦ ଏବଂ ଜାତି ଆଡ଼କୁ ଅଗ୍ରସର ହେଉଛି । 

fallback

ସାମନାରେ ଆହୁରି ମଧ୍ୟ କୁହାଯାଇଛି, ପାକିସ୍ତାନୀ ଏବଂ ବାଂଲାଦେଶୀ ମୁସଲମାନ ଅନୁପ୍ରବେଶକାରୀଙ୍କୁ ଦେଶରୁ ତଡ଼ିଦେବା ଦରକାର । ଏଥିରେ କୌଣସି ଦ୍ୱିମତ ନାହିଁ । 

ଆହୁରି ପଢ଼ନ୍ତୁ; 'ନବୀନ ପଟ୍ଟନାୟକ ଜଣେ ଭବିଷ୍ୟଦ୍ରଷ୍ଟା'