ଧଓ୍ୱନଙ୍କ ପ୍ରଶ୍ନ କିତନେ ବୋଲର ଥେ ?
Advertisement

ଧଓ୍ୱନଙ୍କ ପ୍ରଶ୍ନ କିତନେ ବୋଲର ଥେ ?

ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ...

ଧଓ୍ୱନଙ୍କ ପ୍ରଶ୍ନ କିତନେ ବୋଲର ଥେ ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଗବ୍ବରଙ୍କ ପ୍ରଶ୍ନ କିତନେ ବୋଲର ଥେ ? ଆଜ୍ଞା ହଁ, ଭାରତୀୟ କ୍ରିକେଟ ଦଳର ଗବ୍ବର ଶିଖର ଧୱନ ପଚାରିଛନ୍ତି ଏହି ପ୍ରଶ୍ନ। କିନ୍ତୁ ବେଶ କୌତୁହଳ ପାଇଁ। ଆସନ୍ତା ମାର୍ଚ୍ଚ ମାସରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଦଳକୁ ଫେରିବାର ସମ୍ଭାବନା ଅଧିକ ଦେଖାଦେଇଛି।  

ସୂଚନା ଯୋଗ୍ୟ ୨୦୧୯ ମସିହାରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ବିଶ୍ୱକପ ସମୟରେ ଶିଖର ଧଓ୍ୱନ ଆହତ ହୋଇଥିଲେ। ଫଳରେ ସେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲେ। ତେବେ ଆହତ ସମସ୍ୟା ତାଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିଲା। ବିଶ୍ୱକପ ପରେ ମଧ୍ୟ ଦୁଇଥର ଆହତ ହୋଇଥିଲେ ଧୱନ। ଫଳରେ ଦୀର୍ଘ ସମୟ ପାଇଁ ସେ ଦଳରୁ ବାଦ ପଡ଼ିଥିଲେ। ଆହତ ସମସ୍ୟା ପାଇଁ ସେ ଏକାଧିକ ଟୁର୍ଣ୍ଣାମେଣ୍ଟ ମଧ୍ୟ ହାତଛଡ଼ା କରିଛନ୍ତି।  

ତେବେ ଆହତ ପରେ ରାଷ୍ଟ୍ରୀୟ କ୍ରିକେଟ ଏକାଡ଼େମୀରେ ତାଲିମ ମଧ୍ୟ ନେଇଛନ୍ତି ଧଓ୍ୱନ। ଆସନ୍ତା ମାର୍ଚ୍ଚ ମାସରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଦଳକୁ ଫେରି ପାରନ୍ତି ଧଓ୍ୱନ। ତେବେ ଏହି ପ୍ରତ୍ୟାବର୍ତ୍ତନକୁ ବେଶ ମଜାଦାର ଢଙ୍ଗରେ କହିଛନ୍ତି ଧଓ୍ୱନ।  

ଶିଖର ଧଓ୍ୱନ ଏକ ଘୋଡ଼ା ଉପରେ ବସି ଏକ ଫଟୋ ଉଠାଇଛନ୍ତି। ଏହି ଫଟୋର କ୍ୟାପସନରେ ଶୋଲେ ଫିଲ୍ମର ଏକ କ୍ୟାପସନ ମଧ୍ୟ ଲେଖିଛନ୍ତି। ଆଉ ସେ ତାଙ୍କର ଇନଷ୍ଟାଗ୍ରାମ ଆଇଡ଼ିରେ ପୋଷ୍ଟ କରିଛନ୍ତି। ସେ ତାଙ୍କ କ୍ୟାପସନରେ ଲେଖିଛନ୍ତି କି, କିତନେ ବୋଲର ଥେ ? ଗବ୍ବର ଇଜ ବ୍ୟାକ।  

ବିଶ୍ୱକପରେ ଆହତ ହେବା ପରେ ସେ ଦଳରୁ ବାଦ ପଡ଼ିଥିଲେ। ମାତ୍ର ପରେ ସେ ଓ୍ୱେଷ୍ଟଇଣ୍ଡିଜ ସିରିଜରେ ଦଳରେ ସାମିଲ ହୋଇଥିଲେ ମଧ୍ୟ ସେହି ସିରିଜରେ ପୁନର୍ବାର ଗୁରୁତର ଆହତ ହୋଇଥିଲେ। ଫଳରେ ସେ ଦୀର୍ଘ ସମୟ ପାଇଁ ଦଳରୁ ଦୁରେଇ ରହିଥିଲେ। ଏହି ଆହତ ସମସ୍ୟା ପାଇଁ ସେ ପ୍ରାୟ ୩ଟି ଦିନିକିଆ ଓ ଗୋଟିଏ ଟି୨୦ ସିରିଜରୁ ଦୁରେଇ ରହିଥିଲେ।  

ସୂଚନା ଯୋଗ୍ୟ ଆସନ୍ତା ମାର୍ଚ୍ଚ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୩ ଟିକିଆ ଦିନିକିଆ ସିରିଜ ଖଳିବ। ଏହି ମ୍ୟାଚ ଆସନ୍ତା ୧୨,୧୫ ଓ ୧୮ ତାରିଖରେ ଖେଳାଯିବ ବୋଲି ଜଣାପଡ଼ିଛି। ଏହାର ୧୧ ଦିନ ପରେ ଆଇପିଏଲ ଆରମ୍ଭ ହେବ।