ପୋଖରୀରେ ବୁଡ଼ି ୫ବର୍ଷ ଶିଶୁର ମୃତ୍ୟୁ
Advertisement

ପୋଖରୀରେ ବୁଡ଼ି ୫ବର୍ଷ ଶିଶୁର ମୃତ୍ୟୁ

ପୋଖରୀକୁ ଗାଧୋଇବାକୁ ଯାଇ  ପାଣିରେ ବୁଡି ୫ ବର୍ଷ ଶିଶୁର  ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ ହେଲେ ସୋମନାଥ ଖିଲଙ୍କ  ଝିଅ ମନସି ଖିଲ ।

ପୋଖରୀରେ ବୁଡ଼ି  ୫ବର୍ଷ ଶିଶୁର  ମୃତ୍ୟୁ

କୋରାପୁଟ: କୋରାପୁଟ ଜିଲ୍ଲା  ବୈପାରୀଗୁଡା ଥାନା  ଅନ୍ତର୍ଗତ ରାମଗିରି ଗାଁରେ ଦୁଃଖଦ ଘଟଣା ଘଟିଛି । ପୋଖରୀକୁ ଗାଧୋଇବାକୁ ଯାଇ  ପାଣିରେ ବୁଡି ୫ ବର୍ଷ ଶିଶୁର  ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ ହେଲେ ସୋମନାଥ ଖିଲଙ୍କ  ଝିଅ ମନସି ଖିଲ ।

ସୂଚନା ଯୋଗ୍ୟ ମାଆଙ୍କ ସହ ଘର ପାଖରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଯାଇଥିଲେ  ମନସି । ଶିଶୁକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗକୁ ଡକାଇଥିଲେ ଗ୍ରାମବାସୀ ।  ଉଦ୍ଧାର କରିବା ପୂର୍ବରୁ ଶିଶୁର ମୃତ୍ୟୁ ଘଟିଥିଲା । ଘଟଣାର ଖବର ପାଇ ରାମଗିରି  ପୋଲିସ ପହଞ୍ଚି ମୃତଦେହକୁ  ଉଦ୍ଧାର କରିଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି  ପୋଲିସ ଘଟଣାର ତଦନ୍ତ କରୁଛି ।