ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୧୯ : ସୋନୁଙ୍କ ଗୀତରେ ଝୁମିଲେ ଦର୍ଶକ
Advertisement

ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୧୯ : ସୋନୁଙ୍କ ଗୀତରେ ଝୁମିଲେ ଦର୍ଶକ

୫ ଦିନ ଧରି ଚାଲିବାକୁ ଥିବା ବେଳାଭୂମି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ୟେ ଦିଲ ଦିୱାନା କିଙ୍ଗ ଖାଁନ ଅଭିନୀତ ସୁପରହିଟ ପରଦେଶର ଏହି ଗୀତ ଗୋପାଳପୁର ମହୋତ୍ସବରେ ଯୋଗ ଦେଇଥିବା ଲକ୍ଷାଧିକ ଦର୍ଶକଙ୍କୁ ମତୁଆଲା କରିଥିଲା ।

ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୧୯ : ସୋନୁଙ୍କ ଗୀତରେ ଝୁମିଲେ ଦର୍ଶକ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ପ୍ରତୀକ୍ଷାର ଅନ୍ତ ଘଟିଛି । ଗୋପାଳପୁରର ବିସ୍ତୃତ ବାଲୁକାଶର୍ଯ୍ୟାରେ ଉଦଘାଟିତ ହୋଇଯାଇଛି ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୧୯ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଗୋପାଳପୁର ବେଳାଭୂମି ମହୋତ୍ସବ କମିଟି ପକ୍ଷରୁ ଏହି ମହୋତ୍ସବର ଆୟଜନ କରାଯାଇଥିବା ବେଳେ ସମସ୍ତ ସହାୟତା ଯୋଗାଇ ଦେଇଛି ସଂସ୍କୃତି ବିଭାଗ । ୫ ଦିନ ଧରି ଚାଲିବାକୁ ଥିବା ବେଳାଭୂମି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଟିକିଏ ଝଲକ ପାଇବା ଲାଗି ପ୍ରଥମ ରଜନୀରେ ଭରପୁର ଦର୍ଶକ ହିଁ ସୁଚେଇ ଦେଇଥିଲା ମହୋତ୍ସବର ସଫଳତାକୁ । ପ୍ରଥମ ଦିନରେ ମହୋତ୍ସବର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ ବଲିଉଡର ସିଙ୍ଗର ସୋନୁ ନିଗମ ।

fallbackସୁନ୍ଦର ପରିବେଶ ସାଙ୍ଗକୁ ମୁକ୍ତ ମଞ୍ଚରେ ଉଦଘାଟିତ ହୋଇଯାଇଛି ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୧୯ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ  ଉଦଘାଟନ କରିଥିଲେ ବେଳାଭୂମି ମହୋତ୍ସବକୁ । ମୁଖ୍ୟମନ୍ତ୍ରୀଙ୍କ ସହ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ ଓ ମନ୍ତ୍ରୀଗଣ ଉପସ୍ଥିତ ରହି ଦର୍ଶକଙ୍କୁ ଉତ୍ସାହିତ କରିଥିଲେ । ସନ୍ଧ୍ୟା ସମୟରେ ଆରମ୍ଭ ହୋଇଯାଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ଯେଉଁଥିରେ ଗଞ୍ଜାମ ଜିଲ୍ଲାର ଲୋକକଳା ଓ ସଂସ୍କୃତିକୁ ଦିଆଯାଇଥିଲା ପ୍ରାଧାନ୍ୟ, ପଦ୍ମ ଚରଣ ଦାସଙ୍କ ସମୁଦ୍ର ଆଳତି ଆରମ୍ଭ ହୋଇଥିଲା ପ୍ରଥମ ରଜନୀର ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ । ଏହା ପରେ ପରେ ନରେନ୍ଦ୍ରପୁର ଗଙ୍ଗଶ୍ୱର ଯୁଗଳ ଶଙ୍ଖ ବାଦ୍ୟ ଅନୁଷ୍ଠାନର କଳାକାର ମାନେ ଯୋଡି ଶଙ୍ଖ ପରିବେଷଣ କରିଥିଲେ । ଆଦିବାସୀ ନୃତ୍ୟ, ଗୋପାଳପୁର ମେଗା ଚୈତନ୍ୟ ଡ୍ୟାନ୍ସ ଏକାଡେମୀ ଦ୍ୱାରା ମଶ୍ଚଜୀବୀ ଲୋକନୃତ୍ୟ ଦର୍ଶକଙ୍କୁ ବେଶ ମନ ମୋହିଥିଲା । ସେହିପରି ସମୀର ଫୁସନ ଅନୁଷ୍ଠାନର କଳାକାର ମାନେ ରଣପା ନୃତ୍ୟ ପରିବେଷଣ କରିଥିବା ବେଳେ, ଅଙ୍ଗହର ନୃତ୍ୟୟନର ଓଡିଶୀ ନୃତ୍ୟ ଦର୍ଶକଙ୍କୁ ଦୀର୍ଘ ସମୟ ଧରି ମଞ୍ଚ ସମ୍ମୁଖରେ ବାନ୍ଧି ରଖିଥିଲା । ମୁକ୍ତ ମଞ୍ଚରେ ଏଭଳି ମହୋତ୍ସବରେ ଯୋଗ ଦେଇ ନିଜ କଳାକୁ ଲୋକାର୍ପିତ କରି  ଖୁସି ଥିବା କହିଛନ୍ତି କଳାକାର ।

fallbackସେପଟେ ପ୍ରଥମ ଦିନର ସାଂସ୍କୃତିକ ସଂଧ୍ୟାର  ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମ, ୟେ ଦିଲ ଦିୱାନା କିଙ୍ଗ ଖାଁନ ଅଭିନୀତ ସୁପରହିଟ ପରଦେଶର ଏହି ଗୀତ ଗୋପାଳପୁର ମହୋତ୍ସବରେ ଯୋଗ ଦେଇଥିବା ଲକ୍ଷାଧିକ ଦର୍ଶକଙ୍କୁ ମତୁଆଲା କରିଥିଲା । କଭି ଖୁସି କଭି ଗମ ଚଳଚ୍ଚିତ୍ରର ସୁରଜ ହୁଆ ମଧ୍ୟମ, କଭି ଅଲବିଦା ନା କେହେନା ଭଳି ଗୋଟିଏ ପରେ ଗୋଟିଏ ସୁପର ହିଟ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ ସୋନୁ । ଯାହାକୁ ନେଇ ବେଳାଭୂମି ମହୋତ୍ସବ ବୁଲି ଆସିଥିବା ଲକ୍ଷାଧିକ  ଦର୍ଶକ ସୋନୁଙ୍କ ଗୀତରେ ତଳେ ତାଳେ ନାଚି ଝୁମି ଉଠିଥିଲେ।