ବିସିସିଆଇର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି ଦାଦା
Advertisement

ବିସିସିଆଇର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି ଦାଦା

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପରବର୍ତ୍ତୀ ସଭାପତି  । 

ବିସିସିଆଇର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି ଦାଦା

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପରବର୍ତ୍ତୀ ସଭାପତି  । 

ଏହି ରେସରେ ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ବ୍ରିଜେଶ ପଟେଲ ଥିଲେ ମଧ୍ୟ ଗାଙ୍ଗୁଲିଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଅନ୍ୟ ସମସ୍ତ ରାଜ୍ୟ କ୍ରିକେଟ ଆସୋସିଏସନ । ବ୍ରିଜେଶ ଆଇପିଏଲର ଅଧ୍ୟକ୍ଷ ହେବେ ବୋଲି ଜଣାପଡ଼ିଛି । ସେହିପରି ବିଜେପି ସଭାପତି ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ବିସିସିଆଇର ସମ୍ପାଦକ ହେବା ନେଇ ଏକ ପ୍ରକାରର ନିଶ୍ଚିତ ଥିବା ଜଣାପଡିଛି । ଏ ନେଇ ସମସ୍ତ ପ୍ରକ୍ରିୟା ପ୍ରାୟ ଆରମ୍ଭ ମଧ୍ୟ ହୋଇଛି।

ତେବେ ବିସିସିଆଇ ନିର୍ବାଚନ ପୂର୍ବରୁ ରାଜ୍ୟ କ୍ରିକେଟ ଆସୋସିଏସନ ମାନଙ୍କୁ ନେଇ ଏକ ବୈଠକ ବସିଥିଲା । ଏଥିରେ ଅନୌପଚାରିକ ଭାବରେ ଜୟ ଶାହ ସମ୍ପାଦକ ଏବଂ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୁମଲ କୋଷାଧ୍ୟକ୍ଷ ହେବେ ବୋଲି ସହମତି ପ୍ରକାଶ ପାଇଥିବା ଜଣା ପଡିଛି ।

ଆସନ୍ତା ୨୩ ତାରିଖ ଦିନ ହେବାକୁ ଥିବା ବିସିସିଆଇ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ସୋମବାର ରହିଛି । ଏହି ସମସ୍ତ ପଦବୀ ପାଇଁ ଯେଉଁମାନେ ପ୍ରାର୍ଥୀପତ୍ର ଦାଖଲ କରିବେ ସେମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ ବୋଲି ପ୍ରାୟ ସମ୍ଭାବନା ରହିଛି ।

ତେବେ ଗତ ୫ ବର୍ଷ ଧରି ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରୁଥିବା ଗାଙ୍ଗୁଲି (୪୭) ଯଦି ବିସିସିଆଇର ସଭାପତି ହେବେ ତାହେଲେ ୨୦୨୦ ସେପ୍ଚେମ୍ୱର ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିବ ବୋଲି ଜଣାପଡିଛି ।

ତେବେ ବିସିସିଆଇର ସଭାପତି ହେବା ପାଇଁ ଆଶାୟୀ ଥିବା ବ୍ରିଜେଶ ପଟେଲଙ୍କ ପଛରେ ମଧ୍ୟ ତାମିଲନାଡୁ କ୍ରିକେଟ ଆସୋସିଏସନର ବଡ଼ ଭୂମିକା ରହିଥିବା ନେଇ ଜଣା ପଡିଛି । ପୂର୍ବତନ ବିସିସିଆଇ ସଭାପତି ଏନ୍ ଶ୍ରୀନିବାସନ ବ୍ରିଜେଶ ପଟେଲଙ୍କୁ ସଭାପତି ପ୍ରାର୍ଥୀ କରାଇବା ପାଇଁ ଯୋରଦାର ଉଦ୍ୟମ କରୁଥିବା ଜଣାପଡିଛି ।

ବିସିସିଆଇ ବୋର୍ଡ଼ର ଅଧିକାଂଶ ସଭ୍ୟ ପୂର୍ବ ସଭାପତି ଏନ୍ ଶ୍ରୀନିବାସନଙ୍କର ନିକଟତମ ବ୍ୟକ୍ତି ହୋଇଥିଲେ ମଧ୍ୟ ସୌରଭଙ୍କ ବ୍ୟକ୍ତିତ୍ୱକୁ ଆଧାର କରି ଅଧିକାଂଶ ସଦସ୍ୟ ଗାଙ୍ଗୁଲିଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି ଜଣାପଡିଛି ।

ସୌରଭ ଗାଙ୍ଗୁଲି ଏ ନେଇ ପ୍ରତିକ୍ରିୟା ରଖି କହିଛନ୍ତି ବିସିସିଆଇ ବିଶ୍ୱର ସବୁଠୁ ବଡ଼ କ୍ରିକେଟ ବୋର୍ଡ। ସଭାପତି ପଦ ଭାବରେ ଦାୟିତ୍ୱ ତୁଲାଇବା ଆଗାମୀ ଦିନରେ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ନିକଟରେ ବିସିସିଆଇର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। ଏହାକୁ କିଭଳି ସଜାଡ଼ି ହେବ ସେ ବାବଦରେ ସମସ୍ତ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି । ଦାୟିତ୍ୱ ନେବା ପରେ ତାଙ୍କର ପ୍ରଥମ ଫୋକସ ପ୍ରଥମ ଶ୍ରେଣୀ କ୍ରିକେଟ ଉପରେ ରହିବ ବୋଲି ସେ କହିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟକୁ କିପରି ତୃଣମୂଳ ସ୍ତରରୁ ସଙ୍ଗଠିତ କରାଯିବ ସେ ନେଇ ସେ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।