ଜବତ ମାଛଧରା ଡଙ୍ଗା ଭାରତକୁ ଫେରାଇଦେବ ଶ୍ରୀଲଙ୍କା
Advertisement

ଜବତ ମାଛଧରା ଡଙ୍ଗା ଭାରତକୁ ଫେରାଇଦେବ ଶ୍ରୀଲଙ୍କା

ଭାରତୀୟ ମତ୍ସଜୀବୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଶ୍ରୀଲଙ୍କା ଜବତ କରିଥିବା ମତ୍ସଜୀବୀଙ୍କ ଡଙ୍ଗା ସବୁକୁ ଭାରତକୁ ଫେରାଇଦେବ । ଶ୍ରୀଲଙ୍କାର ନବ ନିର୍ବାଚିତ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ଏନେଇ ସୂଚନା ଦେଇଛନ୍ତି । ସେ ଏହା ଉପରେ ପଦକ୍ଷେପ ନେବେ ବୋଲି କହିଛନ୍ତି । 

ଫଟୋ ସୌଜନ୍ୟ: ସମ୍ବାଦଦାତା, ଏଏନଆଇ

ନୂଆଦିଲ୍ଲୀ: ଭାରତୀୟ ମତ୍ସଜୀବୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଶ୍ରୀଲଙ୍କା ଜବତ କରିଥିବା ମତ୍ସଜୀବୀଙ୍କ ଡଙ୍ଗା ସବୁକୁ ଭାରତକୁ ଫେରାଇଦେବ । ଶ୍ରୀଲଙ୍କାର ନବ ନିର୍ବାଚିତ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ଏନେଇ ସୂଚନା ଦେଇଛନ୍ତି । ସେ ଏହା ଉପରେ ପଦକ୍ଷେପ ନେବେ ବୋଲି କହିଛନ୍ତି । 

ମୋଦି ମ୍ୟାଜିକ ! ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିଥିବା ଶ୍ରୀଲଙ୍କାର ନବ ନିର୍ବାଚିତ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେଙ୍କ ବଡ ବୟାନ । ଭାରତୀୟ ମତ୍ସଜୀବୀଙ୍କ ମାଛଧରା ଡଙ୍ଗା ମୁକ୍ତ କରିବ  ଶ୍ରୀଲଙ୍କା । ଖୁବଶୀଘ୍ର ଏନେଇ ପଦକ୍ଷେପ ନିଆଯିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ  ଆଲୋଚନା ପରେ ଗୋତବୟା ଏହି ସୂଚନା ଦେଇଛନ୍ତି । ସେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତ୍ସଜୀବୀ ସମସ୍ୟା ଉପରେ ଆଲୋଚନା କରିଥିବା କହିଛନ୍ତି ଗୋତବୟା । 

ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚିଥିଲେ ଗୋତବୟା । ଶୁକ୍ରବାର ମହାତ୍ମାଗାନ୍ଧୀଙ୍କ ସମାଧିସ୍ଥଳ ଯାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କ ଆହୁରି ଦୃଢୀଭୂତ ହେବା ନେଇ ଆଶା କରାଯାଉଛି । 

ଆହୁରି ପଢନ୍ତୁ; ବେଟା ଆଠ ନମ୍ୱରୀ, ବାପ୍ ଦଶ ନମ୍ୱରୀ...