ବ୍ରହ୍ମୋସର ସଫଳ ପରୀକ୍ଷଣ
Advertisement
Article Detail0/zeeodisha/odisha611283

ବ୍ରହ୍ମୋସର ସଫଳ ପରୀକ୍ଷଣ

ସମୁଦ୍ର ମଧ୍ୟରେ ଥିବା ଏକ ଜାହାଜକୁ ଲକ୍ଷ କରାଯାଇ ଏହାର ପରୀକ୍ଷଣ କରାଯାଇଥିଲା ।

ବ୍ରହ୍ମୋସର ସଫଳ ପରୀକ୍ଷଣ

ବାଲେଶ୍ୱର: ମଙ୍ଗଳବାର ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ ସୁପରସୋନିକ କ୍ରୁଜ ମିଶାଇଲ ବ୍ରହ୍ମୋସର ପରୀକ୍ଷଣ କରାଯାଇଛି । ଚାନ୍ଦିପୁରର 3 ନମ୍ବର ଲଞ୍ଚ ପ୍ୟାଡ଼ରୁ ସକାଳ ପ୍ରାୟ ସାଢେ 8ଟା ସମୟରେ ଏହାର ପରୀକ୍ଷଣ କରାଯାଇଥିଲା ।ସମୁଦ୍ର ମଧ୍ୟରେ ଥିବା ଏକ ଜାହାଜକୁ ଲକ୍ଷ କରାଯାଇ ଏହାର ପରୀକ୍ଷଣ କରାଯାଇଥିଲା ।

ଏହି ମିଶାଇଲ ପାଣିଜାହାଜ, ସବମେରାଇନ, ଯୁଦ୍ଧ  ଜାହାଜ କିମ୍ବା ସ୍ଥଳଭାଗରୁ ଏହାକୁ ଉତକ୍ଷେପଣ କରାଯାଇପାରିବ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଏହି ମିଶାଇଲରେ ଲାଇଫ ଏକ୍ସଟେନସନ ଟେକ୍ନୋଲୋଜିର ବ୍ୟବହାର କରାଯାଇଥିବା ନେଇ ବିଭାଗ ସୂଚନା ଦେଇଛି ।

ଏହାକୁ ଭାରତର ପ୍ରତିରକ୍ଷା ବିଭାଗ ଏବଂ ରୁଷର ପ୍ରତିରକ୍ଷା ବିଭାଗର ମିଳିତ ପ୍ରୟାସରେ ଏହାର ଉନ୍ନତି କରାଯାଇଛି । ଏପରିକି ଏହାର ଲକ୍ଷ୍ୟଭେଦୀ ଦୂରତାକୁ ମଧ୍ୟ ବୃଦ୍ଧି କରାଯାଇଥିବା ନେଇ ବୋଲି ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି ।