ନିର୍ଭୟା ମାମଲା:ବିନୟ ଓ ମୁକେଶ ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ
Advertisement

ନିର୍ଭୟା ମାମଲା:ବିନୟ ଓ ମୁକେଶ ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ

ନିର୍ଭୟା ମାମଲା: ଅଭିଯୁକ୍ତଙ୍କ ଗଳାବାଟ ବନ୍ଦ...

ନିର୍ଭୟା ମାମଲା:ବିନୟ ଓ ମୁକେଶ ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ବିନୟ ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ନିରାଶ ହେବାକୁ ପଡ଼ିଛି। ଏହି ମାମଲାରେ ବିନୟ ପକ୍ଷରୁ ଜାରି କରାଯାଇଥିବା ଏକ ଯାଚିକାକୁ ସୁପ୍ରିମ କୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ ଆର ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଯାଚିକାକୁ ଖାରଜ କରିଦେଇଥିବା ଜଣାପଡ଼ିଛି। ଏହା ସହିତ ରାଜକ୍ଷମା ଖାରଜକୁ ଚ୍ୟାଲେଞ୍ଜ କରି ମୁକେଶ କରିଥିବା ଯାଚିକାକୁ ମଧ୍ୟ ଖଣ୍ଡପୀଠ ଖାରଜ କରିଦେଇଥିଲେ। ଫଳରେ ଅଭିଯୁକ୍ତମାନଙ୍କ ଆଇନର ଗଳାବାଟ ଏକ ପ୍ରକାର ବନ୍ଦ ହୋଇଯାଇଛି।  

ସେପଟେ ରାଜନୀତିକରଣ କରାଯାଇ ଏହି ଯାଚିକା ରୁଜୁ କରାଯାଇଥିବା କହିଛନ୍ତି ଜଷ୍ଟିସ ଭାନୁମତି। ସେହିଭଳି ମୁକେଶର ମଧ୍ୟ ଯାଚିକାକୁ ଖାରଜ କରିଦେଇଥିବା ଜଣାପଡ଼ିଛି। ଏହା ସହିତ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ରାଜକ୍ଷମା ଖାରଜକୁ ଚ୍ୟାଲେଞ୍ଜ କରିଥିବା ଯାଚିକାକୁ ମଧ୍ୟ ଖାରଜ କରିଛି। ସୂଚନାଯୋଗ୍ୟ ମୁକେଶ ସୁପ୍ରିମକୋର୍ଟରେ ରାଜକ୍ଷମା ଖାରଜକୁ ଚ୍ୟାଲେଞ୍ଜ କରି ଏକ ଯାଚିକା ରୁଜୁ କରିଥିଲା।  

ଏହା ପୂର୍ବରୁ ଅଲଗା ଅଲଗା କରି ଫାଶୀ ଦେବା ପାଇଁ ଦାବି କରି କେନ୍ଦ୍ର ସରକାର ରୁଜୁ କରିଥିବା ମାମଲାର ଶୁଣାଣି କରି ଅଭିଯୁକ୍ତମାନଙ୍କୁ ନୋଟିସ ଜାରି କରିଥିଲେ ସୁପ୍ରିମକୋର୍ଟ। କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ ଉକ୍ତ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ।   ଏଥିରେ ହାଇକୋର୍ଟ କହିଥିଲେ ଦୋଷୀମାନଙ୍କୁ ଭିନ୍ନ ଭିନ୍ନ ସମୟରେ ଫାଶୀ ଦିଆଯାଇ ପାରିବ ନାହିଁ। ଏହି ମାମଲାରେ ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ କି, ଦୋଷୀମାନଙ୍କୁ ଜାଣିଶୁଣି ଫାଶୀ ଦେବାରେ ବିଳମ୍ବ କରାଯାଉଛି।