Nirbhaya Rape case: ଫାଶୀରେ ଝୁଲିବେ ଦୋଷୀ
Advertisement
Article Detail0/zeeodisha/odisha611782

Nirbhaya Rape case: ଫାଶୀରେ ଝୁଲିବେ ଦୋଷୀ

 ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଫାଶୀରେ ଝୁଲିବା ପାଇଁ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦୋଷୀ ଅକ୍ଷୟର ପୁନର୍ବିଚାର ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି ।

Nirbhaya Rape case: ଫାଶୀରେ ଝୁଲିବେ ଦୋଷୀ

ନୂଆଦିଲ୍ଲୀ: ଆଉ କେହି ବଞ୍ଚାଇ ପାରିବେନି . ଫାଶୀରେ ହିଁ ଝୁଲିବେ ନିର୍ଭୟା ଦୋଷୀ । ୭ ବର୍ଷ ପୂର୍ବରୁ କରିଥିବା କୁକର୍ମର ଫଳ ଭୋଗିବେ ୪ ଯୌନ ରାକ୍ଷାସ ।  ପ୍ରଥମେ ୩ ଦୋଷୀଙ୍କ ରିଭ୍ୟୁ ପିଟିସନ ଖାରଜ ହୋଇଥିଲା । ଶେଷରେ ଅକ୍ଷୟର ମଧ୍ୟ ରିଭ୍ୟୁ ପିଟିସନ ଖାରଜ କରିଦେଲେ ଦେଶର ସର୍ବୋଚ୍ଚ ଅଦାଲତ ।  ସେମିତିରେ ବି ରାଜକ୍ଷମା ଖାରଜ ହୋଇସାରିଛି  । ଏବେ କେବଳ ଡାକୁଛି ଫାଶୀଖୁଣ୍ଟ । ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଫାଶୀରେ ଝୁଲିବା ପାଇଁ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦୋଷୀ ଅକ୍ଷୟର ପୁନର୍ବିଚାର ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି ।

ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ସକାଳ ସାଢ଼େ ୧୦ଟାରେ ମାମଲାର ଶୁଣାଣି ଶେଷ କରିବା ପରେ ରାୟ ସଂରକ୍ଷିତ ରଖିଥିଲେ । ଜଷ୍ଟିସ ଭାନୁମତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ହୋଇଥିଲା ଶୁଣାଣି  । ଗତକାଲି ଏହି ମାମଲାରୁ ଓହରି ଯାଇଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏ.ଏସ୍. ବୋବଡ଼େ । ୨୦୧୨ ଡିସେମ୍ବର ୧୬ରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ନିର୍ଭୟା ।  ୧୨ ଦିନ ଜୀବନ ସହ ସଂଗ୍ରାମ କରିବା ପରେ ଶେଷରେ ୨୯ ଡିସେମ୍ବରରେ ନିର୍ଭୟାଙ୍କ ମୃତ୍ୟୁ ହୋଇଥିଲା । ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅପରାଧୀଙ୍କ ମଧ୍ୟରୁ ଅକ୍ଷୟ କୁମାର ସିଂହ ୨୦୧୭ରେ ରିଭ୍ୟୁ ପିଟିସନ ଦାୟର କରିଥିଲେ । ଅକ୍ଷୟ, ପବନ ଗୁପ୍ତା, ବିନୟ ଶର୍ମା, ମୁକେଶ ସିଂ ଓ ରାମ ସିଂ ଏହି ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପରେ ରାମ ସିଂ ୨୦୧୩ରେ ଜେଲ ଭିତରେ ଆତ୍ମହତ୍ୟା କରିଥିଲା । ଅନ୍ୟତମ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କୁ ରାଜକ୍ଷମା ପାଇଁ ଆବେଦନ କରିଥିଲା, ଯାହାକୁ ପରେ ସେ ପ୍ରତ୍ୟାହାର କରି ନେଇଥିଲା ।