ସେସୁ 25 ବର୍ଷ ପାଇଁ ଲିଜରେ ନେଲା ଟାଟା
Advertisement

ସେସୁ 25 ବର୍ଷ ପାଇଁ ଲିଜରେ ନେଲା ଟାଟା

ଆର୍ଥିକ ମାନ୍ଦାବସ୍ଥା ଦେଇ ଗତିକରୁଥିବା ସେସୁର ହୋଇଛି ଘରୋଇକରଣ । ଟାଟା ପାୱାର ୨୫ ବର୍ଷ ପାଇଁ ସେସୁକୁ ଲିଜରେ ନେଇଛି । ଏ ଉପକୂଳ ଓଡ଼ିଶାର ୯ଟି ଜିଲ୍ଲାରେ ଏଣିକି ବିଜୁଳି ଯୋଗାଇବ ଟାଟା ପାୱାର । ସେସୁ ଅଧିନରେ ଥିବା ସର୍କଲରେ ଏଣିକି ବିଜୁଳି ଯୋଗାଇବ ଟାଟା ପାୱାର । ସେପଟେ ଏହାକୁ କିନ୍ତୁ ହଜମ କରିପାରିନାହାଁନ୍ତି ବିରୋଧି । ଶାଗମାଛ ଦରରେ ସେସୁକୁ ବିକ୍ରି କରାଯାଇଥିବାରୁ ବିରୋଧ କରିଛନ୍ତି ବିଜେପି ଓ କଂଗ୍ରେସ ।  

ସେସୁ 25 ବର୍ଷ ପାଇଁ ଲିଜରେ ନେଲା ଟାଟା

ଭୁବନେଶ୍ୱର: ଆର୍ଥିକ ମାନ୍ଦାବସ୍ଥା ଦେଇ ଗତିକରୁଥିବା ସେସୁର ହୋଇଛି ଘରୋଇକରଣ । ଟାଟା ପାୱାର ୨୫ ବର୍ଷ ପାଇଁ ସେସୁକୁ ଲିଜରେ ନେଇଛି । ଏ ଉପକୂଳ ଓଡ଼ିଶାର ୯ଟି ଜିଲ୍ଲାରେ ଏଣିକି ବିଜୁଳି ଯୋଗାଇବ ଟାଟା ପାୱାର । ସେସୁ ଅଧିନରେ ଥିବା ସର୍କଲରେ ଏଣିକି ବିଜୁଳି ଯୋଗାଇବ ଟାଟା ପାୱାର । ସେପଟେ ଏହାକୁ କିନ୍ତୁ ହଜମ କରିପାରିନାହାଁନ୍ତି ବିରୋଧି । ଶାଗମାଛ ଦରରେ ସେସୁକୁ ବିକ୍ରି କରାଯାଇଥିବାରୁ ବିରୋଧ କରିଛନ୍ତି ବିଜେପି ଓ କଂଗ୍ରେସ ।  

ସେସୁର ଗ୍ରାହକଙ୍କ ଉପରେ ବକେୟା ଅର୍ଥ ୪ହଜାର କୋଟିରୁ ଅଧିକ ଟଙ୍କା ଥିବାବେଳେ କିଭଳି  ଏତେ କମ ଦରରେ ବିକ୍ରି କରାଗଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଯାହାକୁ ନେଇ କଂଗ୍ରେସ ସିବିଆଇ ତଦନ୍ତ ଦାବି କରିଥିବା ବେଳେ, ବିକ୍ରିର ସ୍ୱଚ୍ଛତା ସମ୍ପର୍କରେ ସରକାରଙ୍କୁ ସ୍ପଷ୍ଟିକରଣ ମାଗିଛି ବିଜେପି । ପ୍ରତିକ୍ରିୟାରେ ବିଜେଡି କହିଛି ସେସୁକୁ ବିକ୍ରି କରିବା ନିଷ୍ପତ୍ତି ନେଇଛି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ।

ମୁମ୍ବାଇ, ଦିଲ୍ଲୀ ଭଳି ସହରରେ ବିଦ୍ୟୁତ ଯୋଗାଉଥିବା ଟାଟା ପାୱାର, ଓଡିଶାରେ ମଧ୍ୟ ସେହି ଅଭିଜ୍ଞତା ଆଧାରରେ କାର୍ଯ୍ୟ କରିବ ବୋଲି କହିଛି । ଓଡିଶାରେ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ସହ ଗ୍ରାହକ ସଂଖ୍ୟା ୫ ନିୟୁତରେ ପହଁଚାଇବାକୁ ଯୋଜନା ପ୍ରସ୍ତୁତ କରି  ଟାଟା ପାୱାର ।