ୱେଲିଂଟନ୍ ଟେଷ୍ଟରେ ଭାରତର ଦୁର୍ବଳ ପ୍ରଦର୍ଶନ
Advertisement

ୱେଲିଂଟନ୍ ଟେଷ୍ଟରେ ଭାରତର ଦୁର୍ବଳ ପ୍ରଦର୍ଶନ

ନ୍ୟୁଜିଲାଣ୍ଡ ବୋଲରଙ୍କ ସାମ୍ନା କରି ନ ପାରି ଦଳ ବଡ଼ ସ୍କୋର କରିବାରେ ଫେଲ୍ ମାରିଛି । 

ଫଟୋ ସୌଜନ୍ୟ: ଟ୍ୱିଟର@BCCI

ନୂଆଦିଲ୍ଲୀ: ୱେଲିଂଟନ୍ ଟେଷ୍ଟରେ ଭାରତର ଦୁର୍ବଳ ପ୍ରଦର୍ଶନ । ଭାରତର ପ୍ରଥମ ଇନିଂସ ମାତ୍ର ୧୬୫ରେ ସୀମିତ ରହିଛି । ନ୍ୟୁଜିଲାଣ୍ଡ ବୋଲରଙ୍କ ସାମ୍ନା କରି ନ ପାରି ଦଳ ବଡ଼ ସ୍କୋର କରିବାରେ ଫେଲ୍ ମାରିଛି । 

ଗତକାଲି ପ୍ରଥମ ଦିନରେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା । ୫ ୱିକେଟ୍ ହରାଇ ୧୨୨ ରନ୍ କରିଥିଲା ଟିମ୍ ଇଣ୍ଡିଆ । ତେବେ, ଆଜି ଦ୍ୱିତୀୟ ଦିନରେ ଖେଳ ଆରମ୍ଭ କରି ଭାରତ ୧୬୫ ରନରେ ଅଲଆଉଟ୍ ହୋଇଛି । ଏପରିକି କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି । 

ଦଳ ପକ୍ଷରୁ ଉପଅଧିନାୟକ ରାହାଣେ ସର୍ବାଧିକ ୪୬ ରନ୍ କରିଥିବା ବେଳେ ମୟଙ୍କ ଅଗ୍ରୱାଲ କରିଛନ୍ତି ୩୪ ରନ୍ । ଅଧିନାୟକ କୋହଲି ମାତ୍ର ୨ ରନ୍ କରି ପ୍ୟାଭିଲିଅନ୍ ଫେରିଛନ୍ତି ।  ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ଓ କାଏଲ ଜେମିସନଙ୍କୁ ସର୍ବାଧିକ ୪ଟି ଲେଖାଏଁ ୱିକେଟ୍ ମିଳିଛି । ସେପଟେ, ନ୍ୟୁଜିଲାଣ୍ଡ  ତାର ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିଛି ।

ଆହୁରି ପଢ଼ନ୍ତୁ; ଆଜିଠୁ 'ଖେଲୋ ଇଣ୍ଡିଆ', ଉଦଘାନଟ କରିବେ ପ୍ରଧାନମନ୍ତ୍ରୀ