'ଇଂରେଜ ବଂଶଜଙ୍କ ହାତରେ ବିଲୟ ହେବ କଂଗ୍ରେସ'
Advertisement
Article Detail0/zeeodisha/odisha623899

'ଇଂରେଜ ବଂଶଜଙ୍କ ହାତରେ ବିଲୟ ହେବ କଂଗ୍ରେସ'

କଂଗ୍ରେସ ବିଜୟୀରେ ଛନ୍ଦି ହୋଇ ପଡ଼ୁଛନ୍ତି କେନ୍ଦ୍ରମନ୍ତ୍ରୀ

ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶବ୍ୟାପୀ ସିଏଏ ସମର୍ଥନରେ ରାଲି କରୁଛି ବିଜେପି । କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରୀ ଏଥିରେ ଭାଗ ନେଉଛନ୍ତି । ଦେଶର କୋଣ ଅନୁକୋଣରେ ଏହି ଆଇନ ବିଷୟରେ ଲୋକଙ୍କୁ ଅବଗତ କରାଯାଉଛି । ଏପରିକି ସିଏଏକୁ ବିରୋଧ କରୁଥିବା ରାଜନୈତିକ ଦଳଗୁଡ଼ିକୁ ପାଲଟା ଘେରୁଛି ବିଜେପି । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଥୱର ଚାନ୍ଦ ଗେହଲଟ ଏକ ସିଏଏ ସମର୍ଥନ ରାଲିରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । 

ଆଜି ମଧ୍ୟପ୍ରଦେଶ ମନ୍ଦସୌରରେ ଆୟୋଜିତ ସିଏଏ ସମର୍ଥନ ଏକ ରାଲିରେ ସାମିଲ ହୋଇଥିଲେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥୱର ଚାନ୍ଦ ଗେହଲଟ । ଏହି ଅବସରରେ ସେ କଂଗ୍ରେସ ଉପରେ ଜୋରଦାର ହମଲା କରିଥିଲେ । କହିଥିଲେ, କଂଗ୍ରେସର ପ୍ରତିଷ୍ଠା ଜଣେ ଇଂରେଜ କରିଥିଲେ । ଆଉ ଏହାର ସମାପ୍ତି ମଧ୍ୟ ଇଂରେଜ ବଂଶଜ (ସୋନିଆ ଗାନ୍ଧୀଙ୍କ ଆଡ଼କୁ ଇଙ୍ଗିତ) କରିବେ ।

fallback

କିଛି ରାଜ୍ୟରେ କେମିତି ଆସୁଛି କଂଗ୍ରେସ ? 

ଦେଶରେ ମୋଦି ହାୱା କଥା କୁହାଯାଉଥିବା ବେଳେ କିଛି ରାଜ୍ୟରେ କଂଗ୍ରେସ ଏବଂ କଂଗ୍ରେସ ସହଯୋଗୀ ଦଳ ଦବଦବା ଦେଖାଉଛନ୍ତି । ତେବେ ଏହାକୁ ନେଇ ମଧ୍ୟ ସିଏଏ ସମର୍ଥନ ରାଲିରେ ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ରମନ୍ତ୍ରୀ । ଏହାକୁ 'ବିଲେଇ କପାଳକୁ ଶିକା ଛିଣ୍ଡିବା' ଭାବରେ ଦର୍ଶାଇଛନ୍ତି କେନ୍ଦ୍ରମନ୍ତ୍ରୀ ଥୱର ଚାନ୍ଦ ଗେହଲଟ । 

ଆହୁରି ପଢ଼ନ୍ତୁ; ମୋଦି ପ୍ରେମରେ ମତୁଆଲା ମନ୍ତ୍ରୀ, ଜୀଅନ୍ତା ଜାଳିବାକୁ କଡା ଟିପ୍ପଣୀ