ସୂର୍ଯ୍ୟପରାଗକୁ ନେଇ ରହିଥିବା ଅନ୍ଧବିଶ୍ୱାସରୁ ଦୂରେଇ ରହିବାକୁ ଆହ୍ୱାନ
Advertisement

ସୂର୍ଯ୍ୟପରାଗକୁ ନେଇ ରହିଥିବା ଅନ୍ଧବିଶ୍ୱାସରୁ ଦୂରେଇ ରହିବାକୁ ଆହ୍ୱାନ

ଚଳିତ ବର୍ଷ ଡିସେମ୍ବର ୨୬ ତାରିଖରେ ହେବ ୨୦୧୯ର ଶେଷ ସୂର୍ଯ୍ୟପରାଗ । ଓଡ଼ିଶାର ଲୋକଙ୍କ ପାଇଁ ଏହି ମହାଜାଗତିକ ଦୃଶ୍ୟକୁ ଦେଖିବାକୁ ଭୁବନେଶ୍ୱର ପଠାଣିସମାନ୍ତ ପ୍ଲାନେଟୋରିୟମ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଟେଲିସ୍କୋପର ବ୍ୟବସ୍ଥା କରାଯାଇଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ଚଳିତ ବର୍ଷ ଡିସେମ୍ବର ୨୬ ତାରିଖରେ ହେବ ୨୦୧୯ର ଶେଷ ସୂର୍ଯ୍ୟପରାଗ । ଓଡ଼ିଶାର ଲୋକଙ୍କ ପାଇଁ ଏହି ମହାଜାଗତିକ ଦୃଶ୍ୟକୁ ଦେଖିବାକୁ ଭୁବନେଶ୍ୱର ପଠାଣିସମାନ୍ତ ପ୍ଲାନେଟୋରିୟମ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଟେଲିସ୍କୋପର ବ୍ୟବସ୍ଥା କରାଯାଇଛି । ଏହି ମହାଜାଗତିକ ଦୃଶ୍ୟ ଓଡ଼ିଶାରେ ସକାଳ ୮.୨୦ ମିନିଟରୁ ଆରମ୍ଭ ହେଇ ଦିନ ୧୧.୩୦ ମିନିଟ ପର୍ଯ୍ୟନ୍ତ ରହିବ । ୨୬ ତାରିଖ ପୌଷମାସ କୃଷ୍ଣପକ୍ଷ ତିଥିରେ ପରାଗ ପଡୁଥିବାରୁ ଏହି ସୂର୍ଯ୍ୟପରାଗ ଆକାରରେ ଗୋଲ ହେବ ଏବଂ ଏହା ପୂର୍ଣ୍ଣଗ୍ରାସ ହେବ ନାହିଁ , ଏହା ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟୋପରାଗ ହେବ । ତେବେ ଏହି ସୂର୍ଯ୍ୟପରାଗକୁ ରହିଥିବା ବିଭିନ୍ନ ଅନ୍ଧବିଶ୍ୱାସରୁ ଦୂରେଇ ରହିବା ପାଇଁ ବିଜ୍ଞାନ ଚେତନନା ମଞ୍ଚ ପକ୍ଷରୁ ଆହ୍ୱାନ ଦିଆଯାଇଛି । 

ପଠାଣି ସାମନ୍ତ ପ୍ଲାନ‌େଟୋରିୟମର ସୂଚନା ଅନୁସାରେ ଓଡ଼ିଶାରେ ସକାଳୁ ୯.୪୬ମିନିଟରେ ସୂର୍ଯ୍ୟପରାଗ ସମ୍ପର୍ଣ୍ଣ ଦୃଶ୍ୟମାନ ହେବ । ଏହି ସମୟରେ ସୂର୍ଯ୍ୟର ଆଲୋକ ମଳିନ ପଡିବା ସହ ଏହା ଅଧାଖଣ୍ଡିଆ ଦୃଶ୍ୟମାନ ହେବ । ଏହା ଏକ ଅତ୍ୟନ୍ତ ମନୋରମ ଓ ବିରଳ ମହାଜାଗତିକ ଦୃଶ୍ୟ ହୋଇଥାଏ । ଆଉ ଏ ନେଇ ସରକାରୀ ଛୁଟି ଘୋଷଣା କରିଛନ୍ତି ସରକାର । ୨୬ ଡିସେମ୍ବରରେ ହେବାକୁ ଥିବା ସୂର୍ଯ୍ୟପରାଗ ପାଇଁ ଛୁଟି ଘୋଷଣା କଲେ ସରକାର ।

ଖାଲି ଆଖିରେ ଦେଖନ୍ତୁ ନାହିଁ ସୂର୍ଯ୍ୟପରାଗ

ଏହି ସୂର୍ଯ୍ୟପରାଗ ଓଡ଼ିଶାରେ ଆଂଶିକ ଭାବରେ ଦୃଶ୍ୟମାନ ହେବ । ମାତ୍ର ଏହା ଦକ୍ଷିଣ ଭାରତରେ ସମ୍ପୁର୍ଣ୍ଣ ଭାବରେ ଦୃଶ୍ୟମାନ ହେବ । ଏଥିରେ କିନ୍ତୁ ଧ୍ୟାନ ରଖିବାକୁ ହେବ ଯେ କେବେବି ସୂର୍ଯ୍ୟପରାଗକୁ ଖାଲି ଆଖିରେ ଦେଖନ୍ତୁ ନାହିଁ । ପଠାଣିସାମନ୍ତ ପ୍ଲାନେଣ୍ଟାରିୟମ ଓ ଆମେ ମଧ୍ୟ ଆପଣଙ୍କୁ ଅନିରୋଧ କରୁଛୁ କି ଏହି ମହାଜାଗତିକ ଦୃଶ୍ୟକୁ କେବେବି ଭୁଲରେ ଖାଲିଆଖିରେ ଦେଖନ୍ତୁ ନାହିଁ । ପ୍ଲାନେଣ୍ଟାରିୟମ ତରଫରୁ ଲୋକମାନଙ୍କୁ ଏ ବିଷୟରେ ସଚେତନ ମଧ୍ୟ କରାଯାଉଛି । ପ୍ଲାନେଟୋରିୟମର ଉପ-ନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ଏକ ପ୍ରେସ୍ ବିବୃତି ଜାରି କରି ଜନସାଧାରଣଙ୍କୁ ସଚେତନ କରିଦେଇଛନ୍ତି । ସୂର୍ଯ୍ୟପରାଗ ଦେଖିବା ଲାଗି ଦୂରବୀକ୍ଷଣ ଯନ୍ତ୍ର ଅଥବା ସୌର ଚଷମା ବ୍ୟବହାର କରିବା ଜରୁରୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବିରଳ ସୂର୍ଯ୍ୟପରାଗ ଦେଖିବା ପାଇଁ ପ୍ଲାନେଟାରିୟମ ସହ କିଛି ବିଜ୍ଞାନ ଅନୁ‌ଷ୍ଠାନ ବିଭିନ୍ନ ବ୍ୟବସ୍ଥା କରିବା ସହ ସୌର ଚଷମା ଯୋଗାଇ ଦେବେ । ସେପଟେ ବିଜ୍ଞାନ ଚେତନା ମଞ୍ଚ ତରଫରୁ ବିଜେପି କଲେଜ ପଡ଼ିଆରେ ସୂର୍ଯ୍ୟ ପରାଗ ନିରାପଦରେ ଦେଖିବାର ବ୍ୟବସ୍ଥା ମଧ୍ୟ କରାଯିବ । ତେଣୁ ଅନ୍ଧ ବିଶ୍ୱାରୁ ଦୂରେଇ ରହି ସୁର୍ଯ୍ୟପରାଗକୁ ଦେଖିବାର ସୁଯୋଗ ନିଅନ୍ତୁ ।

ଆହୁରି ପଢନ୍ତୁ; ସୂର୍ଯ୍ୟପରାଗ ପାଇଁ ସରକାରୀ ଛୁଟି ଘୋଷଣା: ଜାଣନ୍ତୁ ସୂର୍ଯ୍ୟପରାଗ ସମ୍ପର୍କିତ ସମସ୍ତ ଖବର