ଦେଶଦ୍ରୋହୀଙ୍କୁ ଏମିତି ଜବାବ ଦେଲେ ଦିଦି...
Advertisement
Article Detail0/zeeodisha/odisha648620

ଦେଶଦ୍ରୋହୀଙ୍କୁ ଏମିତି ଜବାବ ଦେଲେ ଦିଦି...

'ଗଦ୍ଦାରୋଁ କୋ ଗୋଲି ମାରୋ' ନାରା ବିରୋଧରେ ମମତାଙ୍କ ସମାଲୋଚନା...

ଦେଶଦ୍ରୋହୀଙ୍କୁ ଏମିତି ଜବାବ ଦେଲେ ଦିଦି...

ନୂଆଦିଲ୍ଲୀ: ଦିଲ୍ଲୀରେ ଦଙ୍ଗା ପରେ ଦେଶର ବିଭିନ୍ନ ସ୍ଥାନରେ ହିଂସା କାଣ୍ଡ ଉସୁକାଇବା ଭଳି ମନ୍ତବ୍ୟ ଧିରେ ଧିରେ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଏପରିକି ଦେଶ ବିରୋଧୀ ନାରା ମଧ୍ୟ ଦେଖିବାକୁ ମିଳିଛି । ଗତକାଲି ପଶ୍ଚିମବଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ରାଲିରେ ମଧ୍ୟ ସେହିଭଳି କିଛି ନାରା ଶୁଣିବାକୁ ମିଳିଥିଲା । ତେବେ ଏହି ନାରା ଦେଉଥିବା ଲୋକମାନଙ୍କୁ ବେଶ କଡ଼ା ଭାଷାରେ ସଚେତନ କରାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । 

ମମତା କହିଛନ୍ତି କି, ଏହା ଦିଲ୍ଲୀ ନୁହେଁ, କଲିକତା । ଏଠାରେ ଏଭଳି ଦେଶ ବିରୋଧୀ ନାରାକୁ କଦାପି ବରଦାସ୍ତ କରାଯିବ ନାହିଁ । ମୁଁ ସେମାନଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହିତ ଏଭଳି କାମକୁ ନିନ୍ଦା କରୁଛି । ସେମାନଙ୍କୁ ଆଇନ ଦ୍ୱାରା କଠିନ ଦଣ୍ଡରେ ଦଣ୍ଡିତ କରିବାର ଆବଶ୍ୟକ ରହିଛି । 

ଦିଲ୍ଲୀ ହିଂସାକୁ ନେଇ ସେ ଆହୁରି ମଧ୍ୟ କହିଥିଲେ କି, ଦିଲ୍ଲୀ ହିଂସାରେ ଦଙ୍ଗାକାରୀମାନେ ନରସଂହାରୀ ଥିଲେ । ସେମାନେ ନିରୀହ ଲୋକମାନଙ୍କୁ ବିନା କାରଣରେ ହତ୍ୟା କରିଛନ୍ତି । ଦଙ୍ଗାରେ ବିନା କାରଣରେ ୪୩ ଲୋକଙ୍କ ଜୀବନ ନେଇଛନ୍ତି । ମୃତକଙ୍କ ପ୍ରତି ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ବୋଲି ସେ କହିଥିଲେ । 

 

ସେପଟେ ଅମିତ ଶାହଙ୍କ ରାଲିରେ ଯେଉଁମାନେ 'ଗଦ୍ଦାରୋଁ କୋ ଗୋଲି ମାରୋ' ନାରା ଦେଉଥିବା ଲୋକଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି । କୋଲକାତା ପୋଲିସର ଜଣେ ବରିଷ୍ଠ ଅଧିକାରୀ ନିଜର ନାମକୁ ଗୋପନ ରଖି ପ୍ରକାଶ କରିଛନ୍ତି ଯେ, ଗିରଫ ହୋଇଥିବା ବ୍ୟକ୍ତିବିଶେଷ ମାନେ ସମସ୍ତେ ବିଜେପି ସମର୍ଥିତ । ଏଭଳି ଭାଷଣ କେବଳ ବିଜେପି ସମର୍ଥିତମାନେ ଦେଇଥିଲେ ବୋଲି ପୋଲିସ କହିଛି । 

ଗିରଫ ଅଭିଯୁକ୍ତମାନେ ରାଲି ସ୍ଥଳକୁ ଯିବା ସମୟରେ ହିଁ ଦିଆଯାଇଥିଲା । ପୋଲିସ ଅଧିକାରୀ ଜଣକ କହିଥିଲେ କି, ଏହି ଭଡ଼କାଉ ଭାଷଣ ଦେବା ସମ୍ପର୍କରେ ନିକଟସ୍ଥ ନୂଆ ବଜାର ଥାନାରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ । ଯାହାକୁ ଆଧାର କରି ୩ ଜଣଙ୍କୁ ଗିରଫ କରିଥିଲେ ବୋଲି ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି । ସେ କହିଥିଲେ କି, ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ନାମ ଧ୍ରୁବ ବସୁ, ପଙ୍କଜ ପ୍ରସାଦ, ସୁରେନ୍ଦ୍ର କୁମାର ବୋଲି ଜଣାପଡ଼ିଛି । ଏମାନଙ୍କୁ ରବିବାର ଦିନ ନୂଆ ବଜାର ପୋଲିସ ଗିରଫ କରିଥିଲା ।