ବାହ୍ୟ ମଳମୁକ୍ତ ପଞ୍ଚାୟତ ଆର ଉଦୟଗିରି; ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି
Advertisement
Article Detail0/zeeodisha/odisha611718

ବାହ୍ୟ ମଳମୁକ୍ତ ପଞ୍ଚାୟତ ଆର ଉଦୟଗିରି; ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି

ପଦାରେ ପଡିଲା ସରକାରୀ ବାବୁ ଓ ଠିକାଦାର ଙ୍କ ମଧୁଚନ୍ଦ୍ରୀକାରେ ନିର୍ମାଣ ହୋଇଥିବା ପାଇଖାନା ଘୋଟଲା I 

ବାହ୍ୟ ମଳମୁକ୍ତ ପଞ୍ଚାୟତ ଆର ଉଦୟଗିରି; ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି

ପ୍ରେମାନନ୍ଦ ପୁଜାରୀ, ମୋହନା: ପଦାକୁ ଆସିଲା ପାଇଖାନା ନିର୍ମାଣରେ ମହାଦୁର୍ନୀତି I ସରକାର ସ୍ବଚ୍ଚ ଭାରତ ଯୋଜନାରେ ଗାଁ ଗାଁରେ ପ୍ରତି ଘରେ ପାଇଖାନା ନିର୍ମାଣ କରିବା ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି I କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରୀକା ଯୋଗୁଁ ଅଧପନ୍ତାରିଆ ଭାବେ ପଡିରହିଛି ପାଇଖାନା I କାଗଜ କଲମରେ ପାଇଖାନା ନିର୍ମାଣ ସରିଥିବା ବେଳେ ପ୍ରତି ଗାଁକୁ ପ୍ରଶାସନିକ ସ୍ତରରେ ଘୋଷଣା କରାଯାଇ ଲଗାଯାଇଛି ବାହ୍ୟ ମଳମୁକ୍ତ ଗ୍ରାମ ଫଳକ I ଏପଟେ କାମ ନକରି ଠିକାଦାର ବିଲ କରି ମାଲାମାଲ ହେଉଥିବା ବେଳେ ଏବେ ବି ଲୋକେ ବାହାରକୁ ମଳତ୍ୟାଗ କରିବାକୁ ଯାଉଛନ୍ତି I ଏଭଳି ସାଙ୍ଗାତିକ ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକରୁ I

fallbackକେଉଁଠି ପାଇଖାନା ରେ ଜାଳେଣି କାଠ ରଖାଯାଇଛି , ତ ଅନ୍ୟ କେଉଁଠି ପାଇଖାନା ପାଲଟିଛି ଅନାବନା ସାମଗ୍ରୀରେ ଷ୍ଟୋର ରୁମ I ଆଉ କିଛି ପାଇଖାନା ଲଟାବୁଦାରେ ଢାଙ୍କି ହୋଇ ରହିଛି I ତେବେ ଏଠି ସାଧାରଣରେ ପ୍ରଶ୍ନ ନିଶ୍ଚୟ ଉଠିବ, ସରକାର ପ୍ରତି ଘରକୁ ପାଇଖାନା ନିର୍ମାଣ ପାଇଁ  ୧୨ ହଜାର ଟଙ୍କା ସହାୟତା ଯୋଗାଇଦେବା କ’ଣ ଭୁଲ ? ପ୍ରତି ଘରେ ଘରେ ପାଇଖାନା ନିର୍ମାଣ ପରେ ବି ଲୋକେ କାହିଁକି ବ୍ୟବହାର କରୁନାହାନ୍ତିଁ ? 

fallbackଗ୍ରାମରେ ଲଗାଯାଇଛି ବାହ୍ୟମଳମୁକ୍ତ ଗ୍ରାମ ଫଳକ I ପ୍ରତି ଘରେ ଘରେ ନିର୍ମାଣ ହୋଇଛି ପାଇଖାନା ଏବଂ ଗୃହ ସମ୍ନାରେ ହିତାଧିକାରୀ ନାଁ ଲେଖି ବିଲ କରାଯାଇଛି କିନ୍ତୁ କେଉଁଠି ପାଇଖାନା ପାଇଁ ସେପ୍ଟି ଟାଙ୍କି  ନିର୍ମାଣ ହୋଇନାହିଁ ତ ଅନ୍ୟ କେଉଠିଁ ଖାଲି ନଳା ବାହାରକୁ ରହିଛି I କିଛି ପାଇଖାନାରେ କୌଣସି କବାଟ ଲଗାଯାଇନାହିଁ I ଯାଫଳରେ ଲୋକେ ଏହାକୁ ବ୍ୟବହାର ନକରି ବାଧ୍ୟ ହୋଇ ବାହାରକୁ ମଳତ୍ୟାଗ କରିବାକୁ ଯାଉଛନ୍ତି I

ସରକାରୀ ନିୟମ ଅନୁଯାୟୀ ପାଇଖାନା ଗୃହ ନିର୍ମାଣ କରିବା ପରେ ଗୃହ ସହ ଦୁଇଟି ସେଫ୍ଟି ଟ୍ୟାଙ୍କ କୁ ସଂଯୋଗ କରିବାକୁ ପଡିବ I  ଏଭଳି ଭାବେ ସୁଣ୍ଡରବା ଗ୍ରାମ ଯେ ନୁହେଁ ବରଂ ଆର ଉଦୟଗିରି ବ୍ଲକର ୧୭ଟି ପଞ୍ଚାୟତରେ ଥିବା ୨୧୨ଟି ଗ୍ରାମରେ ସମାନ ଅବସ୍ଥା I ଅପରପକ୍ଷେ ଅନୁକୁମ୍ପା ଗାଁରେ ଏବେ ବି ଅନେକ ପରିବାର ପାଇଖାନାଟିଏ ନିର୍ମାଣ ପାଇଁ ସ୍ଥାନୀୟ ଜନପ୍ରତିନିଧି ଠାରୁ ଆରମ୍ଭ କରି ବହୁ ବିଭାଗୀୟ ଅଧିକାରୀଙ୍କୁ ଗୁହାରୀ କଲେ କୌଣସି ଫଳପ୍ରଦ ହେଉନଥିବା ଅଭିଯୋଗ କରିଛନ୍ତି I ଆଦିବାସୀ ଅଧୁସିତ ଆରଉଦୟଗିରି ଅଞ୍ଚଳରେ ସାଧାରଣ ଲୋକଙ୍କ ପାଇଁ ଆସୁଥିବା ସରକାରୀ ଯୋଜନାକୁ ହିତାଧିକାରୀଙ୍କ ନାମରେ ଅର୍ଥ ଲୁଟ ହେଉଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବା ସହ ସରକାର ଦୃଷ୍ଟି ଦେବାକୁ ଦାବି  କରିଛନ୍ତି ଅଞ୍ଚଳବାସୀ  I