ଏହା ଋଷି କପୁରଙ୍କ ଶେଷ ମୁହୂର୍ତ୍ତର ଭିଡିଓ ନୁହେଁ, ସାମ୍ନାକୁ ଆସିଲା ସତ
Advertisement
Article Detail0/zeeodisha/odisha675461

ଏହା ଋଷି କପୁରଙ୍କ ଶେଷ ମୁହୂର୍ତ୍ତର ଭିଡିଓ ନୁହେଁ, ସାମ୍ନାକୁ ଆସିଲା ସତ

ସୋସିଆଲ୍ ମିଡିଆରେ ଯେଉଁ ଦାବି କରାଯାଉଛି, ତାହା ସମ୍ପୁର୍ଣ୍ଣ ମିଛ । ତାହା ଋଷି କପୁରଙ୍କ ଶେଷ ସମୟର ଭିଡିଓ ନଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ବର୍ଷୀୟାନ ଅଭିନେତା ଋଷି କପୁରଙ୍କ ମୃତ୍ୟୁ ପରେ ପରେ ହିଁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁ ଭିଡିଓରେ ଜଣେ ମେଡିକାଲ କର୍ମଚାରୀ ଋଷିଙ୍କୁ ତାଙ୍କର ଏକ ଫିଲ୍ମ ଦିୱାନାର ଗୀତ ଗାଇ ଶୁଣାଉଥିଲେ । ଆଉ ଋଷି କପୁର ମଧ୍ୟ ଉକ୍ତ ଯୁବକଙ୍କୁ ମେଡିକାଲ ବେଡରୁ ଆଶିର୍ବାଦ ଦେଉଥିବା ନଜର ଆସିଥିଲେ । ତେବେ ଏହା ଋଷି କପୁରଙ୍କ ଶେଷ ମୁହୂର୍ତ୍ତର ଭିଡିଓ ବୋଲି ସୋସିଆଲ ମିଡିଆରେ ଦାବି କରାଯାଇଥିଲା । ଯାହା ଖୁବ ଭାଇରଲ ମଧ୍ୟ ହୋଇଥିଲା । ଗୋଟିଏ ଦିନ ଭିତରେ ଲକ୍ଷ ଲକ୍ଷ ଲୋକ ଏହି ଭିଡିଓଟି ଦେଖିଥିଲେ । ହେଲେ ଏବେ ସାମ୍ନାକୁ ଆସିଛି ଏ ଭିଡିଓର ଅସଲ ସତ । 

ସୋସିଆଲ୍ ମିଡିଆରେ ଯେଉଁ ଦାବି କରାଯାଉଛି, ତାହା ସମ୍ପୁର୍ଣ୍ଣ ମିଛ । ତାହା ଋଷି କପୁରଙ୍କ ଶେଷ ସମୟର ଭିଡିଓ ନଥିଲା । ତେବେ ଆପଣଙ୍କ ଭିତରେ ପ୍ରଶ୍ନ ଉଠୁଥିବ, ଋଷିଙ୍କୁ ଗୀତ ଗାଇ ଶୁଣାଉଥିବା ଏ ବ୍ୟକ୍ତି ଜଣକ କିଏ ? ଏହି ଭିଡିଓ କେବେର ଥିଲା ? କାହାକୁ ଋଷି କପୁର ଆଶର୍ବାଦ ଦେଉଥିଲେ ? ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ । 

 ଆମେ ଭିଡିଓର ସତ୍ୟାସତ୍ୟ ନେଇ ଅନୁସନ୍ଧାନ କରିଥିଲୁ । ପରେ ଜଣାପଡ଼ିଛି, ଏହି ଭିଡିଓଟି ୨ ମାସ ତଳର । ଯେବେ ଋଷି କପୁର ଦିଲ୍ଲୀର ମେକ୍ସ ସାକେତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ସେବେ ଜଣେ ଯୁବକ ଏ ଭିଡିଓ କରିଥିଲେ । ତାଙ୍କ ନାଁ ଧୀରଜ କୁମାର ସାନୁ । ସେ ଉତ୍ତରାଖଣ୍ଡ ଅଲମୋଡା ଜିଲ୍ଲା ଦ୍ୱାରାହାଟର ବିନ୍ତା ଅଞ୍ଚଳରେ ରୁହନ୍ତି । ଉକ୍ତ ଯୁବକ ଦିଲ୍ଲୀର ମେକ୍ସ ସାକେତ ହସ୍ପିଟାଲରେ ଜିଡିଏ ପୋଷ୍ଟ ପାଇଁ ଟ୍ରେନିଙ୍ଗ ନେଉଛନ୍ତି । ଋଷି ଚିକିତ୍ସିତ ହେବାକୁ ଏହି ମେଡିକାଲ ଯାଇଥିବା ବେଳେ ଭିଡିଓ କରିଥିଲେ ସାନୁ । 

ତେବେ ଧୀରଜ କହିଛନ୍ତି, ଯେଉଁ ମୋବାଇଲରେ ଭିଡିଓଟି ସୁଟିଂ ହୋଇଥିଲା, ତାହା ତାଙ୍କର ନଥିଲା । ତାହା କୁମାର ସାନୁଙ୍କ ମୋବାଇଲ ଥିଲା । ଋଷି କପୁରଙ୍କୁ ଅନୁରୋଧ କରି ଧୀରଜ ଏହି ଭିଡିଓ ବନାଇଥିଲେ । କିନ୍ତୁ ଋଷି କପୁରଙ୍କ ଦେହାନ୍ତ ପରେ ଏହା ତାଙ୍କର ଶେଷ ମୁହୂର୍ତ୍ତର ଭିଡିଓ କହି ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି । କିନ୍ତୁ ଏହା ସ୍ପଷ୍ଟ ଯେ, ଏହା ଋଷିଙ୍କ ଶେଷ ମୁହୂର୍ତ୍ତର ଭିଡିଓ ନଥିଲା । ଆଉ ଏଥିରୁ ଅନ୍ୟ ଏକ କଥା ମଧ୍ୟ ବୁଝିପାରୁଥିବେ, ସୋସିଆଲ ମିଡିଆରେ ବହୁ ଭୁଲ ତଥ୍ୟ ଏମିତି ଭାଇରାଲ ହୋଇଯାଏ । ତେଣୁ ସୋସିଆଲ ମିଡିଆ କଥାକୁ ବିଶ୍ୱାସ କରିପା ପୂର୍ବରୁ ସତ୍ୟସତ୍ୟ ପରଖିବା ଉଚିତ ।